Home ଓଡ଼ିଶା ଡଃ ବାଲାସାହେବ ଭିଖେ ପାଟିଲଙ୍କ ଆତ୍ମଜୀବନୀ ଉନ୍ମୋଚନ ସହ ତାଙ୍କ ସମ୍ମାନରେ ପ୍ରଭାର ଗ୍ରାମୀଣ ଶିକ୍ଷା...

ଡଃ ବାଲାସାହେବ ଭିଖେ ପାଟିଲଙ୍କ ଆତ୍ମଜୀବନୀ ଉନ୍ମୋଚନ ସହ ତାଙ୍କ ସମ୍ମାନରେ ପ୍ରଭାର ଗ୍ରାମୀଣ ଶିକ୍ଷା ସମିତିର ପୁନଃନାମକରଣ କରିବେ ପ୍ରଧାନମନ୍ତ୍ରୀ

34

ନୂଆଦିଲ୍ଲୀ ୧୩-୧୦ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୩, ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଡଃ ବାଲାସାହେବ ଭିଖେ ପାଟିଲଙ୍କ ଆତ୍ମଜୀବନୀ ଉନ୍ମୋଚନ କରିବେ ଏବଂ ତାଙ୍କ ସମ୍ମାନରେ ପ୍ରଭାର ଗ୍ରାମୀଣ ଶିକ୍ଷା ସମିତିର ପୁନଃନାମକରଣ ‘ଲୋକନେତେ ଡଃ ବାଲାସାହେବ ଭିଖେ ପ୍ରଭାର ଗ୍ରାମୀଣ ଶିକ୍ଷା ସମିତି’ ଭାବେ କରିବେ।

ଡଃ ବାଲାସାହେବ ଭିଖେ ପାଟିଲ ଏକାଧିକ ବାର ଲୋକସଭାର ସଦସ୍ୟ ଭାବେ କର୍ତ୍ତବ୍ୟ ସମ୍ପାଦନ କରିସାରିଛନ୍ତି। ତାଙ୍କର ଆତ୍ମଜୀବନୀର ଶୀର୍ଷକ ରହିଛି ‘ଦେହ ୱିଚ୍ୱେ କରନୀ’ ଯାହାର ଅର୍ଥ ‘ମହତର କାର୍ଯ୍ୟ ନିମନ୍ତେ ଜୀବନକୁ ଉତ୍ସର୍ଗ କରିବା’। କୃଷି ଏବଂ ସମବାୟ ସମେତ ବିଭିନ୍ନ କ୍ଷେତ୍ର ସେ ନିଜ ଜୀବନକୁ ସମାଜ ସେବା ନିମନ୍ତେ ଉତ୍ସର୍ଗ କରିଥିବାରୁ ଆତ୍ମଜୀବନୀର ନାମ ଏପରି ରଖାଯାଇଛି।

ଗ୍ରାମୀଣ ଜନସାଧାରଣଙ୍କୁ ବିଶ୍ଵସ୍ତରୀୟ ଶିକ୍ଷା ପ୍ରଦାନ କରିବା ଏବଂ ବାଳିକାଙ୍କ ସଶକ୍ତିକରଣ ଲକ୍ଷ୍ୟ ନେଇ ଅହମଦନଗର ଜିଲ୍ଲାର ଲୋନି ଠାରେ ୧୯୬୪ ମସିହାରେ ପ୍ରଭାର ଗ୍ରାମୀଣ ଶିକ୍ଷା ସମିତି ସ୍ଥାପନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ, ଶାରୀରିକ ଓ ମାନସିକ ବିକାଶର ମୂଳ ଲକ୍ଷ୍ୟ ନେଇ ଏହି ସମିତି ବର୍ତ୍ତମାନ ସେବାରତ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.