Home ଓଡ଼ିଶା ଆଜି ମଧ୍ୟପ୍ରଦେଶର ଷ୍ଟ୍ରିଟ ଭେଣ୍ଡରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ସ୍ୱନିଧି ସମ୍ବାଦ’

ଆଜି ମଧ୍ୟପ୍ରଦେଶର ଷ୍ଟ୍ରିଟ ଭେଣ୍ଡରଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ‘ସ୍ୱନିଧି ସମ୍ବାଦ’

82

ନୂଆ ଦିଲ୍ଲୀ ୯-୯ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ଷ୍ଟ୍ରିଟ ଭେଣ୍ଡରଙ୍କ ସହିତ ସେପ୍ଟେମ୍ବର ୯ରେ ‘ସ୍ୱନିଧି ସମ୍ବାଦ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। କରୋନା ମହାମାରୀ ଦ୍ୱାରା ବୃତ୍ତି ହରାଇ କ୍ଷତିଗ୍ରସ୍ତ ହୋଇଥିବା ଗରିବ ଷ୍ଟ୍ରିଟ ଭେଣ୍ଡରମାନଙ୍କୁ ପୁନର୍ବାର ନିଜର ବେଉସା ଆରମ୍ଭ କରିବା ପାଇଁ ଜୁନ୍‌ ପହିଲାରୁ ଭାରତ ସରକାର ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ଆରମ୍ଭ କରିଛନ୍ତି। ସେମାନଙ୍କୁ ଋଣ ସହାୟତା ଯୋଗାଇ ପୁନର୍ବାର ନିଜର ବ୍ୟବସାୟ ଆରମ୍ଭ କରିବାକୁ ଉଦ୍ୟମ କରାଯାଉଛି।

ମଧ୍ୟପ୍ରଦେଶରେ ପିଏମ୍‌ ସ୍ୱନିଧି ଯୋଜନାରେ ୪.୫ ଲକ୍ଷ ଷ୍ଟ୍ରିଟ ଭେଣ୍ଡର ପଞ୍ଜୀକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଲକ୍ଷରୁ ଅଧିକଙ୍କୁ ପରିଚୟପତ୍ର ଓ ଭେଣ୍ଡର ସାର୍ଟିଫିକେଟ ପ୍ରଦାନ କରାଯାଇଛି। ଏହି ପଞ୍ଜୀକୃତଙ୍କ ମଧ୍ୟରୁ ଋଣ ପାଇଁ ଆବେଦନ କରିଥିବା ୨.୪୫ ଲକ୍ଷ ଭେଣ୍ଡରଙ୍କ ଆବେଦନପତ୍ରକୁ ପୋର୍ଟାଲ ମାଧ୍ୟମରେ ବ୍ୟାଙ୍କକୁ ପଠାଇ ଦିଆଯାଇଛି। ପ୍ରଥମ ଦଫାରେ ସେଥିମଧ୍ୟରୁ ୧.୪ ଲକ୍ଷ ଆବେଦକାରୀଙ୍କୁ ଋଣ ଆକାରରେ ୧୪୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ଯୋଜନାରେ ସର୍ବାଧିକ ଆବେଦନପତ୍ର ଗ୍ରହଣ କରିଥିବା ରାଜ୍ୟ ମଧ୍ୟରେ ମଧ୍ୟପ୍ରଦେଶ ଦେଶରେ ପ୍ରଥମ ସ୍ଥାନରେ ରହିଛି।

ପ୍ରଧାନମନ୍ତ୍ରୀଙ୍କ ସହ ଏହି ଆଲୋଚନା କାର୍ଯ୍ୟକ୍ରମ ଦେଖିବା ପାଇଁ ହିତାଧିକାରୀମାନଙ୍କ ନିମନ୍ତେ ବ୍ୟବସ୍ଥା କରାଯାଇଛି। ରାଜ୍ୟର ୩୭୮ଟି ପୌରସଂସ୍ଥା ପକ୍ଷରୁ ଏଥିପାଇଁ ସର୍ବସାଧାରଣ ସ୍ଥାନରେ ଏଲ୍‌ଇଡି ସ୍କ୍ରିନମାନ ଲଗାଯାଇଛି। ଏହି କାର୍ଯ୍ୟକ୍ରମ ୱେବକାଷ୍ଟ ଜରିଆରେ ପ୍ରସାରିତ ହେବ। ସେଥିପାଇଁ ମାଇ ଗଭ୍‌ ଲିଙ୍କରେ ଆଗୁଆ ପଞ୍ଜୀକରଣ କରିବାକୁ ପଡିବ। ଏଥିପାଇଁ ଉଦ୍ଦିଷ୍ଟ ଲିଙ୍କ୍‌ ହେଲା- https://pmevents.ncog.gov.in/।

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଶିବାରାଜ ଚୌହ୍ୱାନ ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ୩ ଜଣ ହିତାଧିକାରୀଙ୍କ ସହ ସେମାନଙ୍କ ଭେଣ୍ଡିଂ ସ୍ଥଳରୁ ଭର୍ଚୁଆଲ ବ୍ୟବସ୍ଥାରେ କଥାବାର୍ତ୍ତା କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.