Home ଓଡ଼ିଶା ଆଜି ‘ଶ୍ରୀ ରାମ ଜନ୍ମଭୂମି ମନ୍ଦିର’ ଭିତ୍ତିପ୍ରସ୍ତର ସ୍ଥାପନ ଓ ସାଧାରଣ ସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ଆଜି ‘ଶ୍ରୀ ରାମ ଜନ୍ମଭୂମି ମନ୍ଦିର’ ଭିତ୍ତିପ୍ରସ୍ତର ସ୍ଥାପନ ଓ ସାଧାରଣ ସଭାରେ ଯୋଗଦେବେ ପ୍ରଧାନମନ୍ତ୍ରୀ

334

ନୂଆଦିଲ୍ଲୀ ୫-୮ (ଓଡ଼ିଆ ପୁଅ) ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ ‘ଶ୍ରୀ ରାମ ଜନ୍ମଭୂମି ମନ୍ଦିର’ ଭିତ୍ତିପ୍ରସ୍ତର ସ୍ଥାପନ ସହିତ ସାଧାରଣ ସଭାରେ ଯୋଗଦେବେ।

କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ହନୁମାନଗରୀରେ ପୂଜା ଏବଂ ଦର୍ଶନ କରିବେ। ଏହା ପରେ ସେ ଶ୍ରୀ ରାମ ଜନ୍ମଭୂମି ସ୍ଥଳକୁ ଯାତ୍ରା କରିବେ ଯେଉଁଠାରେ ସେ ‘ଭଗବାନ୍ ଶ୍ରୀ ରାମଲାଲା ବିରାଜମାନ’ଙ୍କ ପୂଜା ଏବଂ ଦର୍ଶନ କରିବେ। ଏହାପରେ ସେ ଏକ ପାରିଜାତ ଚାରା ରୋପଣ କରିବେ ଏବଂ ପରବର୍ତ୍ତୀ ସମୟରେ ଭୂମି ପୂଜନ କରିବେ।

ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ‘ଶ୍ରୀ ରାମ ଜନ୍ମଭୂମି ମନ୍ଦିର’ ଉପରେ ଏକ ସ୍ମାରକୀ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.