Home ଆନ୍ତର୍ଜାତୀୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଭୂଟାନ ଗସ୍ତ : ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଭୂଟାନ ଗସ୍ତ : ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ

890

– ଦକ୍ଷିଣ ଏସିଆ ଉପଗ୍ରହ ଆର୍ଥ ଷ୍ଟେସନ ଉଦଘାଟିତ
– ଭୂଟାନରେ ରୂପେ କାର୍ଡର ଶୁଭାରମ୍ଭ
– ଭୂଟାନରେ ବହୁମୁଖୀ ସୁପର ସ୍ପେଶାଲିଟି ହସପିଟାଲ ପ୍ରତିଷ୍ଠା ଲାଗି ସହଯୋଗ କରିବ ଭାରତ
– ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଭୂଟାନ ଲାଗି ସ୍ନାତୋକୋତର ବୃତି ୨ରୁ ୫କୁ ବୃଦ୍ଧି
– ମାଙ୍ଗଦେଚ୍ଛୁ ଜଳବିଦ୍ୟୁତ ପ୍ରକଳ୍ପର ଉଦଘାଟନ

ନୂଆ ଦିଲ୍ଲୀ ୧୭-୮ (ଓଡ଼ିଆ ପୁଅ) ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଭୁଟାନ ଗସ୍ତରେ ଯାଇ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଆନନ୍ଦ ପ୍ରକାଶ କରି ଭୂଟାନର ରାଜତନ୍ତ୍ରକୁ ସ୍ୱାଗତ ସତ୍କାର ଲାଗି ହୃଦୟରୁ କୃତଜ୍ଞତା ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଛନ୍ତିଯେ, ୧୩୦ କୋଟି ଭାରତୀୟଙ୍କ ହୃଦୟରେ ଭୂଟାନ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ତାଙ୍କର ବିଗତ କାର୍ଯ୍ୟକାଳ ସମୟରେ, ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଗସ୍ତ ପାଇଁ ଭୂଟାନକୁ ବାଛିବା ସ୍ୱାଭାବିକ ଥିଲା ବୋଲି ପ୍ରକାଶ କରିଛନ୍ତି। ଏଥର ମଧ୍ୟ, ନିଜର ଦ୍ୱିତୀୟ କାର୍ଯ୍ୟକାଳ ଆରମ୍ଭରେ ହିଁ ଭୂଟାନକୁ ଆସି ପ୍ରଧାନମନ୍ତ୍ରୀ ଆନନ୍ଦିତ ବୋଲି ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ।

ଭାରତ ଏବଂ ଭୂଟାନ ମଧ୍ୟରେ ସମ୍ପର୍କ ଦୁଇ ଦେଶର ଲୋକମାନଙ୍କ ବିକାଶ, ସମୃଦ୍ଧି ଏବଂ ସୁରକ୍ଷାର ଆପୋସ ହିତ ଉପରେ ଆଧାରିତ। ତେଣୁ ସେଥିପାଇଁ ଦୁଇ ଦେଶରେ ଏଥିପ୍ରତି ସମ୍ପୂର୍ଣ୍ଣ ଜନସମର୍ଥନ ରହିଛି।

ପ୍ରଧାନମନ୍ତ୍ରୀ ନିଜକୁ ଭାଗ୍ୟବାନ ମନେକରି ଭାରତର ଜନସାଧାରଣଙ୍କ ନିର୍ଣ୍ଣାୟକ ଜନାଦେଶ ଭାରତ ଏବଂ ଭୂଟାନର ସମ୍ପର୍କକୁ ଆହୁରି ମଜବୁତ କରିବା ଲାଗି ଭୂଟାନ ନରେଶ ସହିତ କାମ କରିବାର ସୁଯୋଗ ପୁଣିଥରେ ମିଳିଛି। ଆଜି ଭୂଟାନର ମହାମହିମ ରାଜାଙ୍କ ସହିତ ଭାରତର ଭାଗୀଦାରୀ ବିଷୟରେ ଆଲୋଚନା କରିବାର ସୁଯୋଗ ମିଳିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ।

The Prime Minister, Shri Narendra Modi meeting the Prime Minister of Bhutan, Dr. Lotay Tshering, in Bhutan on August 17, 2019.

ପ୍ରଧାନମନ୍ତ୍ର ମୋଦୀ ତାଙ୍କର ଅଭିଭାଷଣରେ ପ୍ରକାଶ କରିଥିଲେଯେ, “ଭୂଟାନକୁ ସାରା ବିଶ୍ୱ ସମ୍ମୁଖରେ ଏପରି ଏକ ଅଭିନବ ଉଦାହରଣ ରୂପରେ ଉପସ୍ଥାପିତ କରିଛି, ଯେଉଁଠି ବିକାଶକୁ ତଥ୍ୟ ଜରିଆରେ ନୁହେଁ, ଖୁସି ଆଧାରରେ ମପା ଯାଉଛି। ଯେଉଁଠି ପରମ୍ପରା ଏବଂ ପରିବେଶ ସହିତ ଆର୍ଥିକ ବିକାଶ ଆଗକୁ ବଢ଼ୁଛି। ଏପରି ବନ୍ଧୁ ଏବଂ ଏପରି ପଡ଼ୋଶୀ କିଏ ନ ଚାହେଁ।ଭାରତର ସୌଭାଗ୍ୟ ଯେ ଆମେ ଭୂଟାନର ବିକାଶରେ ପ୍ରମୁଖ ଭାଗୀଦାର। ଭୂଟାନର ପଂଚବର୍ଷୀୟ ଯୋଜନାରେ ଭାରତର ସହଯୋଗ ଆପଣଙ୍କ ଇଚ୍ଛା ଓ ପ୍ରାଥମିକତା ଆଧାରରେ ଆଗକୁ ମଧ୍ୟ ଜାରି ରହିବ।

ଭୂଟାନର ସାଧାରଣ ଲୋକମାନଙ୍କ ବୃଦ୍ଧି ପାଉଥିବା ଆବଶ୍ୟକତାକୁ ପୂରଣ କରିବା ଲାଗି ଭାରତରୁ ଏଲପିଜି ଯୋଗାଣ ମାସିକ ୭୦୦ରୁ ବୃଦ୍ଧି କରି ୧ହଜାର ମେଟ୍ରିକ ଟନ କରିଦିଆଯାଇଛି। ଏଥିରୁ ସ୍ୱଚ୍ଛ ଇନ୍ଧନ ଗ୍ରାମାଂଚଳ ପର୍ଯ୍ୟନ୍ତ ପହଁଚିବାରେ ସହାୟତା ମିଳିପାରିବ।

ଜଳବିଦ୍ୟୁତ ଆମ ଦୁଇ ଦେଶ ମଧ୍ୟରେ ସହଯୋଗର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର। ଦୁଇ ଦେଶ ମିଶି ଭୂଟାନ ନଦୀର ଶକ୍ତିକୁ ବିଦ୍ୟୁତରେ ନୁହେଁ, ପାରସ୍ପରିକ ସମୃଦ୍ଧିରେ ମଧ୍ୟ ରୂପାନ୍ତରିତ କରିଛୁ। ଆଜି ଆମେ ମାଙ୍ଗଦେଚ୍ଛୁ ପ୍ରକଳ୍ପର ଉଦଘାଟନ ସହିତ ଏହି ଯାତ୍ରାର ଆଉ ଏକ ଐତିହାସିକ ସୋପାନ ହାସଲ କରିଛୁ। ଦୁଇ ଦେଶର ସହଯୋଗରେ ଭୂଟାନର ଜଳବିଦ୍ୟୁତ ଉତ୍ପାଦନ କ୍ଷମତା ୨ ହଜାର ମେଗାୱାଟକୁ ଅତିକ୍ରମ କରିଯାଇଛି। ମୋର ବିଶ୍ୱାସ ଯେ ଆମେ ଅନ୍ୟ ପ୍ରକଳ୍ପଗୁଡ଼ିକୁ ମଧ୍ୟ ଆଗକୁ ନେଇଯିବା।

ଭୂଟାନରେ ବହୁମୁଖୀ ସୁପର ସ୍ପେଶାଲିଟି ହସପିଟାଲ ପ୍ରତିଷ୍ଠା ଲାଗି ତାଙ୍କର ସ୍ୱପ୍ନକୁ ସାକାର କରିବାରେ ଭାରତ ଯଥାସମ୍ଭବ ସହାୟତା କରିବ।

ସାର୍କ କରେନ୍ସି ସ୍ୱାପ ଫ୍ରେମୱାର୍କ ଅନ୍ତର୍ଗତ ଭୂଟାନ ଲାଗି କରେନ୍ସି ସ୍ୱାପ (ମୁଦ୍ରା ବିନିମୟ) ର ସୀମା ବୃଦ୍ଧି କରିବା ଲାଗି ଆମର ଉଦ୍ଦେଶ୍ୟ ସକାରାତ୍ମକ। ଇତିମଧ୍ୟରେ ବିଦେଶୀ ମୁଦ୍ରାର ଆବଶ୍ୟକତାକୁ ପୂରଣ କରିବା ଲାଗି ଷ୍ଟାଣ୍ଡବାଏ ସ୍ୱାପ ବ୍ୟବସ୍ଥା ଅନ୍ତର୍ଗତ ଅତିରିକ୍ତ ୧୦୦ ମିଲିୟନ ଡଲାର ଭୂଟାନ ପାଇଁ ଉପଲବ୍ଧ ହେବ।

ମହାକାଶ ପ୍ରଯୁକ୍ତିର ଉପଯୋଗ ଦ୍ୱାରା ଭୂଟାନର ବିକାଶକୁ ତ୍ୱରାନ୍ୱିତ କରିବା ଲାଗି ଭାରତ ସଂକଳ୍ପବଦ୍ଧ। ଆମେ ଆଜି ଦକ୍ଷିଣ ଏସିଆ ଉପଗ୍ରହର ଆର୍ଥ ଷ୍ଟେସନକୁ ଉଦଘାଟନ କରିଛୁ। ଏହା ଭୂଟାନରେ ସଂଚାର, ସାର୍ବଜନୀନ ପ୍ରସାରଣ, ଏବଂ ବିପର୍ଯ୍ୟୟ ପରିଚାଳନାକୁ ବୃଦ୍ଧି କରିବ। ଏହି ଉଦ୍ଦେଶ୍ୟ ଲାଗି ଭୂଟାନର ଆବଶ୍ୟକତା ଅନୁଯାୟୀ ଏକ୍ସଟ୍ରା ବ୍ୟାଣ୍ଡୱିଡଥ ଓ ଟ୍ରାନ୍ସପଣ୍ଡର ଉପଲବ୍ଧ କରାଯିବ। ଦୁଇ ଦେଶ କ୍ଷୁଦ୍ର ଉପଗ୍ରହର ନିର୍ମାଣ ଏବଂ ମହାକାଶ ପ୍ରଯୁକ୍ତି ସହିତ ଯୋଡ଼ି ହେବା ଦ୍ୱାରା ଭୂଟାନର ଛାତ୍ରଛାତ୍ରୀ ଏବଂ ଗବେଷକମାନଙ୍କୁ ଭାରତୀୟ ବିଶ୍ୱ ବିଦ୍ୟାଳୟର ନୂତନ ସାଧନ ସହିତ ଯୋଡ଼ିବ। ଏହା ଦୁଇ ଦେଶ ମଧ୍ୟରେ ସହଭାଗୀ ଜ୍ଞାନ ସମାଜର ପ୍ରତିଷ୍ଠା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ, ଯାହା ସ୍ୱତନ୍ତ୍ର ଭାବେ ଆମର ଯୁବକମାନଙ୍କୁ ଲାଭାନ୍ୱିତ କରିବ।

ରୟାଲ ଭୂଟାନ ବିଶ୍ୱବିଦ୍ୟାଳୟ ଏବଂ ଭାରତର ଆଇଆଇଟି ଓ କେତେକ ଅନ୍ୟ ଶୀର୍ଷସ୍ତରୀୟ ଶିକ୍ଷା ପ୍ରତିଷ୍ଠାନ ମଧ୍ୟରେ ସହଯୋଗ ଓ ସମ୍ପର୍କ, ଶିକ୍ଷା ଓ ପ୍ରଯୁକ୍ତି ଲାଗି ଆଜିର ଆବଶ୍ୟକତା ଅନୁରୂପ ଅଟେ। ଆସନ୍ତାକାଲି ରୟାଲ ଭୂଟାନ ବିଶ୍ୱ ବିଦ୍ୟାଳୟରେ ଏ ଦେଶର ପ୍ରତିଭାବାନ ଯୁବକମାନଙ୍କୁ ଭେଟିବା ଲାଗି ମୁଁ ଉତ୍ସାହର ସହ ଅପେକ୍ଷା କରି ରହିଛି।

ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଆଜି ଆମେ ଭୂଟାନରେ ରୂପେ କାର୍ଡର ଶୁଭାରମ୍ଭ କରିଛୁ। ଏହାଦ୍ୱାରା ଡିଜିଟାଲ ପଇଠ ଏବଂ ବ୍ୟବସାୟ ତଥା ପର୍ଯ୍ୟଟନ କ୍ଷେତ୍ରରେ ଆମ ସମ୍ପର୍କ ଆହୁରି ବୃଦ୍ଧି ପାଇବ। ଆମର ସହଭାଗୀ ଆଧ୍ୟାତ୍ମିକ ପରମ୍ପରା ଏବଂ ମଜବୁତ ଲୋକ ସମ୍ପର୍କ ଆମ ବନ୍ଧୁତାର ଆଧାର। ଏହାକୁ ଦୃଷ୍ଟିରେ ରଖି, ନାଳନ୍ଦା ବିଶ୍ୱବିଦ୍ୟାଳୟରେ ଭୂଟାନ ଲାଗି, ସ୍ନାତୋକୋତର ବୃତିକୁ ୨ରୁ ବଢ଼ାଇ ୫ କରାଯାଉଛି। ମୁଁ ଆଜି ଏଠାରେ ଶବ ଡୁରୁଙ୍ଗଙ୍କ ଆଶୀର୍ବାଦ ପ୍ରାପ୍ତ କରିଛି। ମୁଁ ଏହି ଘୋଷଣା କରି ଆନନ୍ଦିତ ଯେ ଏହି ବିଲକ୍ଷଣ ପ୍ରତିମାଙ୍କୁ ଭୂଟାନରେ ଆହୁରି ୫ ବର୍ଷ ରଖିବା ଲାଗି ଭାରତ ସହମତ।

ଭାରତ-ଭୂଟାନ ସମ୍ପର୍କର ଇତିହାସ ଯେତେ ଗୌରବଶାଳୀ, ଭବିଷ୍ୟତ ମଧ୍ୟ ସେତିକି ଆଶାଜନକ। ମୋର ବିଶ୍ୱାସ ଅଛି ଯେ ଭାରତ ଏବଂ ଭୂଟାନ ବିଶ୍ୱରେ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଆଦର୍ଶ ଉଦାହରଣ ହୋଇ ରହିବ।”

ଗସ୍ତର ପ୍ରଥମ ଦିନରେ ମାଙ୍ଗଦେଚ୍ଛୁ ପ୍ରକଳ୍ପର ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ଦୁଇ ଦେଶର ସହଯୋଗରେ ଭୂଟାନର ଜଳବିଦ୍ୟୁତ ଉତ୍ପାଦନ କ୍ଷମତା ୨ ହଜାର ମେଗାୱାଟକୁ ଅତିକ୍ରମ କରିଛି।

The Prime Minister, Shri Narendra Modi meeting the King of Bhutan, Jigme Khesar Wangchuck, in Bhutan on August 17, 2019.

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.