ନୂଆ ଦିଲ୍ଲୀ ୧୧-୧୦ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଏକ ଭର୍ଚୁଆଲ ସମାରୋହରେ ରାଜମାତା ବିଜୟ ରାଜେ ସିନ୍ଧିଆଙ୍କ ସମ୍ମାନାର୍ଥେ ୧୦୦ ଟଙ୍କାର ଏକ ସ୍ମରଣୀୟ ମୁଦ୍ରା ରିଲିଜେ କରିବେ।
ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ତାଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମିତ ସ୍ୱତନ୍ତ୍ର ମୁଦ୍ରା ରିଲିଜ୍ ହେଉଛି।
ସଂସ୍କୃତି ମନ୍ତ୍ରଣାଳୟ କହିଛି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ ଅକ୍ଟୋବର ୨୦୨୦ ବିଜୟ ରାଜା ସିନ୍ଧିଆ ସ୍ମୃତିରେ ତାଙ୍କ ସମ୍ମାନାର୍ଥେ ୧୦୦ ଟଙ୍କା ମୂଲ୍ୟର ଏକ ସ୍ମରଣୀୟ ମୁଦ୍ରା ରିଲିଜ କରିବେ।”








