Home Coronavirus Outbreak ସମାଜକଲ୍ୟାଣ ସଂଗଠନଗୁଡିକ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

ସମାଜକଲ୍ୟାଣ ସଂଗଠନଗୁଡିକ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ

339

– ମାନବକଲ୍ୟାଣ ଦିଗରେ ସଂଗଠନଗୁଡିକର ଅଙ୍ଗିକାରବଦ୍ଧତା ଓ ଉତ୍ସର୍ଗୀକୃତ ମନୋଭାବକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
– କୋଭିଡ-୧୯କୁ ମୁକାବିଲା କରିବାରେ ଉଭୟ ଦୀର୍ଘସୂତ୍ରୀ ଓ ସ୍ୱଳ୍ପମିଆଦୀ ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ
– ଆହ୍ୱାନକୁ ମୁକାବିଲା କରିବାରେ ସମଗ୍ର ଦେଶ ଅସୀମ ଧୈର୍ଯ୍ୟ ପ୍ରଦର୍ଶନ କରିଛି – ପ୍ରଧାନମନ୍ତ୍ରୀ
– ଜଟିଳ ପରିସ୍ଥିତିର ମୁକାବିଲା ଦିଗରେ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ସମାଜକଲ୍ୟାଣ ସଂଗଠନ ପ୍ରତିନିଧିଙ୍କ ପ୍ରଶଂସା

ନୂଆ ଦିଲ୍ଲୀ ୩୦-୩ (ଓଡ଼ିଆ ପୁଅ) ପ୍ରଧନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ସମାଜକଲ୍ୟାଣରେ ନିୟୋଜିତ ସାମାଜିକ ସଂଗଠନଗୁଡିକର ପ୍ରତିନିଧିମାନଙ୍କ ସହ ମତ ବିନିମୟ କରିଛନ୍ତି। କୋଭିଡ-୧୯ର ଆହ୍ୱାନକୁ ମୁକାବିଲା କରିବା ପାଇଁ ସମଗ୍ର ଦେଶ ଅସାଧାରଣ ଧର୍ଯ୍ୟ ଓ ଏକତା ପ୍ରଦର୍ଶନ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗରିବ ଓ ଅବହେଳିତ ଲୋକଙ୍କ ସେବା ପ୍ରକୃତ ଦେଶ ସେବା ବୋଲି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ଉଦ୍ଧାର କରି ସାମାଜିକ ସଂଗଠନଗୁଡିକର ଏଭଳି ମାନବିକ ଚିନ୍ତାଧାରାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ସଂଗଠନଗୁଡିକର ୩ଟି ମୌଳିକ ବିଶେଷତ୍ୱ ରହିଛି। ସେଗୁଡିକ ହେଲା – ମାନବବୋଧ, ଅଧିକରୁ ଅଧିକ ଲୋକଙ୍କ ସହ ମିଶିବା ଏବଂ ସେବା ମନୋବୃତି। ଏହି ଗୁଣଗୁଡିକ ଯୋଗୁଁ ସେମାନେ ବିଶ୍ୱାସର ପାତ୍ର। ସେ କହିଛନ୍ତି ଯେ, ଦେଶ ବର୍ତମାନ ଏକ ଅଭୂତପୂର୍ବ ସ୍ଥିତିର ସାମ୍ନା କରୁଥିବା ବେଳେ ଏହି ସଂଗଠନଗୁଡିକର ସେବା ବା ଅବଦାନ ବିଶେଷ ଗୁରୁତ୍ୱପୂ୍‌ର୍ଣ୍ଣ। ଏହି ସଂଗଠନଗୁଡିକ ଗରିବ ଲୋକଙ୍କ ମୌଳିକ ଆବଶ୍ୟକତାକୁ ପୂରଣ କରିବା ଦିଗରେ ତଥା ଏହାର ସ୍ୱେଚ୍ଛାସେବୀମାନେ ରୋଗୀ ତଥା ଅନ୍ୟାନ୍ୟ ଗରିବ ଶ୍ରେଣୀର ବ୍ୟକ୍ତିମାନଙ୍କ ସୁବିଧା ଓ ଅସୁବିଧାର ଖବର ବୁଝିବାକୁ ପ୍ରସ୍ତାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଉଭୟ ଦୀର୍ଘସ୍ଥାୟୀ ଓ ସ୍ୱଳ୍ପମିଆଦୀ ପଦକ୍ଷେପ ନେବା ଉପରେ ଆଲୋକପାତ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ସଂଗଠନ ସହିତ ସଂଶ୍ଳିଷ୍ଟ ବ୍ୟକ୍ତିମାନେ ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର କରିବା ସହ ସେମାନଙ୍କୁ ଗୁଜବଠାରୁ ଦୂରେଇ ରଖିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ। ବିଭିନ୍ନ ଭାବନାର ବସବର୍ତି ହୋଇ ଲୋକମାନେ ସାମାଜିକ ଦୂରତ୍ୱକୁ ନ ମାନି ସ୍ଥାନେ ସ୍ଥାନେ ଠୁଳ ହେଉଥିବାରୁ ଏହା କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧିରେ ସହାୟକ ହେବ ବୋଲି ସେ କହିଛନ୍ତି। ଏକ ଜଟିଳ ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ଏହି ସଂଗଠନର ପ୍ରତିନିଧିମାନେ ପ୍ରଶଂସା କରିଛନ୍ତି। ସରକାରଙ୍କ ଦ୍ୱାରା ନିଆଯାଇଥିବା ଆଗୁଆ ପଦକ୍ଷେପ ଯୋଗୁଁ ସଂକ୍ରମଣ ରୋକିବା ଦିଗରେ ଏହା ସହାୟକ ହୋଇଛି ବୋଲି ସେମାନେ ମତ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସାହାଯ୍ୟ ପାଣ୍ଠିକୁ ସହାୟତା ପ୍ରଦାନ କରିବା ସହ ଏଭଳି ପରିସ୍ଥିତିରେ ସେମାନେ ଦେଶ ସେବାରେ ନିଜକୁ ସାମିଲ କରିବେ ବୋଲି କହିଛନ୍ତି। ଡିଜିଟାଲ ମାଧ୍ୟମରେ ସାମାଜିକ ସଚେତନତା ସୃଷ୍ଟି କରିବା ସହ ଅତ୍ୟାବଶ୍ୟକ ସାମଗ୍ରୀର ବିତରଣ, ଖାଦ୍ୟ ପୁଡିଆ, ସାନିଟାଇଜର, ଔଷଧପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇବାରେ ସେମାନେ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଲୋକମାନଙ୍କ ଚିକିତ୍ସାଗତ ଆବଶ୍ୟକତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଗରିବମାନଙ୍କୁ ଯୋଗାଇବା ଦିଗରେ ସଂଗଠନଗୁଡିକର ସ୍ୱେଚ୍ଛାସେବୀମାନଙ୍କ ଗୁରୁଦାୟୀତ୍ୱ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଗୁଜବଠାରୁ ଦୂରେଇ ରହି କିପରି ବୈଜ୍ଞାନିକ ପରାମର୍ଶ ଦ୍ୱାରା ଜନସାଧାରଣ ପରିଚାଳିତ ହେବେ ସେ ଦିଗରେ ସଚେତନ କରିବା ପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା, ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମତ ବିନିମୟରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.