Home ଓଡ଼ିଶା ରାଜ୍ୟର ବନ୍ୟା ଏବଂ ପ୍ରବଳ ବର୍ଷା ଜନିତ ପରିସ୍ଥିତି ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ...

ରାଜ୍ୟର ବନ୍ୟା ଏବଂ ପ୍ରବଳ ବର୍ଷା ଜନିତ ପରିସ୍ଥିତି ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

42

ନୂଆ ଦିଲ୍ଲୀ ୧୬-୧୦ (ଓଡ଼ିଆ ପୁଅ) ରାଜ୍ୟର କେତେକ ଅଞ୍ଚଳରେ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଉପୁଜିଥିବା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଉଦ୍ଧବ ଠାକରେଙ୍କ ସହ କଥାବାର୍ତ୍ତା କରିଛନ୍ତି।

“ରାଜ୍ୟର କେତେକ ସ୍ଥାନରେ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଉପୁଜିଥିବା ପରିସ୍ଥିତି ସମ୍ପର୍କରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଜୀଙ୍କ ସହ କଥା ହୋଇଛି। ପ୍ରଭାବିତ ଭଉଣୀ ଏବଂ ଭାଇମାନଙ୍କ ସହ ମୋର ସମବେଦନା ଏବଂ ପ୍ରାର୍ଥନା ରହିଛି। ସମ୍ପ୍ରତି ଜାରି ରହିଥିବା ଉଦ୍ଧାର ଓ ରିଲିଫ କାର୍ଯ୍ୟରେ କେନ୍ଦ୍ରର ପୂର୍ଣ୍ଣ ସମର୍ଥନ ରହିଛି, ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.