Home ଆନ୍ତର୍ଜାତୀୟ ବିମାନ ଦୁର୍ଘଟଣା: ୨୨ ମୃତ; ୪ ନିଖୋଜ

ବିମାନ ଦୁର୍ଘଟଣା: ୨୨ ମୃତ; ୪ ନିଖୋଜ

169

ନୂଆଦିଲ୍ଲୀ: ୟୁକ୍ରେନରେ ଏକ ଦୁଃଖଦ ବିମାନ ଦୁର୍ଘଟଣା ଘଟିଛି। ୟୁକ୍ରେନରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି। ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ୪ ଜଣ ନିଖୋଜ ଥିବା କୁହାଯାଉଛି। ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଛି। ସୂଚନାନୁସାରେ, ଦୁର୍ଘଟଣାଗ୍ରସ୍ତ ବିମାନରେ ପାଇଲଟ୍ ମେମ୍ବରଙ୍କ ସମେତ ମୋଟ ୨୮ ଜଣ ଯାତ୍ରୀ ଥିଲେ। ବିମାନଟି ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି। ଅବତରଣ ସମୟରେ ବିମାନଟିରେ ନିଆଁ ଲାଗି ବିମାନଟି ଜଳି ଯାଇଥିଲା।

ଘଟଣାସ୍ଥଳରେ ଉପସ୍ଥିତ କର୍ମଚାରୀମାନେ ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଦ୍ରୁତ ଗତିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ କରାଯାଉଛି। ବିମାନରେ ଫସି ରହିଥିବା ୨୪ ଜଣଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିଲା। ଡାକ୍ତର ୨୨ ଜଣଙ୍କୁ ମୃତ ଘୋଷଣା କରିଛନ୍ତି। ଦୁଇ ଜଣଙ୍କ ଚିକିତ୍ସା ଚାଲିଛି। ତେବେ, ଉଭୟଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ୪ ଜଣ ଲୋକ ନିଖୋଜ ଅଛନ୍ତି। ନିଖୋଜ ଲୋକଙ୍କୁ ଖୋଜାଖୋଜି କରାଯାଉଛି। ଦୁର୍ଘଟଣାର କାରଣ ଏ’ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ। /- @DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.