Home ଓଡ଼ିଶା ମତେ ପାରିବେନି ଆଜ୍ଞା,ମୁଁ ୮୦ ଦଶକର ଛାତ୍ରନେତା;ବସ ପୋଡ଼ି ଦେଇଥିଲି – ପିତାମ୍ବର ଆଚାର୍ଯ୍ୟ

ମତେ ପାରିବେନି ଆଜ୍ଞା,ମୁଁ ୮୦ ଦଶକର ଛାତ୍ରନେତା;ବସ ପୋଡ଼ି ଦେଇଥିଲି – ପିତାମ୍ବର ଆଚାର୍ଯ୍ୟ

939

ଭୁବନେଶ୍ୱର:ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପିରୁ ପାର୍ଥି ହୋଇଥିବା ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କର ଏକ ଭିଡିଓ ଭାଇରାଲ ହେଉଛି।ନିର୍ବାଚନ ପାଇଁ ନିୟୋଜିତ ଫ୍ଲାଇଂ ସ୍କ୍ୱାର୍ଡ ଟିମ (ଏଫଏସଟି) ପକ୍ଷରୁ ରାସ୍ତାରେ ଗାଡ଼ି ଯାଞ୍ଚ ହେଉଥିବା ସମୟରେ ପିତାମ୍ବର ଆଚାର୍ଯ୍ୟଙ୍କ ଗାଡ଼ି ଅଟକାଇବାକୁ ନେଇ ଯୁକ୍ତି ତର୍କର ଏହି ଭିଡିଓ।ତେବେ ଏଥିରେ କିଏ ଭୁଲ କିଏ ଠିକ୍? ଏଫଏସଟି ପକ୍ଷରୁ ପୂରା ଘଟଣାର ଭିଡିଓ ରେକର୍ଡ଼ିଂ କରାଯାଇଥିବା ବେଳେ ନିଜେ ପିତାମ୍ବର ଆଚାର୍ଯ୍ୟ ମଧ୍ୟ ଭିଡିଓ ରେକର୍ଡ଼ିଂ କରାଇ ଏହାକୁ ନିଜ ଫେସବୁକ ପେଜରେ ପୋଷ୍ଟ କରିଛନ୍ତି।

https://twitter.com/odiapuanews/status/1111485870471704577

ଏଫଏସଟି ପକ୍ଷରୁ ପିତାମ୍ବର ଆଚାର୍ଯ୍ୟଙ୍କ ଗାଡ଼ି ଅଟକା ଯିବା ପରେ ପିତାମ୍ବର କହିଛନ୍ତି,”ମୁଁ ସହଯୋଗ କରିବାକୁ ଆସିଛି।ତମେ ବିଜେପି ଗାଡ଼ି ଦେଖି ଅଟକାଇଛ”।ଏହା ପରେ ଦାୟିତ୍ୱରେ ଥିବା ଅଧିକାରୀ କିଛି କହିବାକୁ ଯାଉଥିବା ବେଳେ ତାଙ୍କୁ ଅଟକାଇ ପିତାମ୍ବର କହିଲେ,”ମୁଁ ଜାତୀୟ ଦଳର ପାର୍ଥି। ଶାସକ ଦଳର କଥା ଶୁଣିବେ, ବିଜେପି କଥା ଶୁଣିଲା ବେଳକୁ ନାହିରେ… ଆପଣଙ୍କୁ ପାଣ୍ଡିଆନ ପଠାଇଛି।ଏସପି,କଲେକ୍ଟର,ଡିଜି ସବୁ ତା’ର।ମତେ ପାରିବେନି ଆଜ୍ଞା,, ମୁଁ ଜଣେ ୮୦ ଦଶକର ଛାତ୍ରନେତା।ବିଜେପି କଲେଜରେ ପ୍ରେସିଡେଣ୍ଟ , ସେକ୍ରେଟାରୀ ଥିଲି ବାଣୀବିହାରରେ ବସ ପୋଡ଼ି ଦେଇଥିଲି।ପୋଲିସ ବର୍ତ୍ତମାନ ନବୀନ ପଟ୍ଟନାୟକଙ୍କ ଚାମଚାଗିରୀ କରୁଛି”।

ଯାଞ୍ଚ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଆପଣ କ’ଣ ଇଲେକ୍ସନ କମିଶନର ବୋଲି ପ୍ରଶ୍ନ କରିବା ସହ ଗାଡ଼ି ସାଇଡ କରିବାକୁ କହିବାରୁ ମୁଁ ଗାଡ଼ିରୁ ଓଲ୍ହାଇବି ନାହିଁ।ଆପଣ କ’ଣ ନବୀନ ପଟ୍ଟନାୟକଙ୍କୁ ଗାଡ଼ିରୁ ଓଲ୍ହାଇ ପାରିବେ ବୋଲି ପ୍ରଶ୍ନ କରିଥିଲେ ପିତାମ୍ବର ଆଚାର୍ଯ୍ୟ।ଏହା ସହ ଇକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଆପଣ କଣ୍ଟ୍ରାଚୁଆଲରେ ଅଛନ୍ତି ନାଁ ରେଗୁଲାର ବୋଲି ପ୍ରଶ୍ନ କରିଥିଲେ ପିତାମ୍ବର।ଏହାପରେ ପିତାମ୍ବର କଣ କଣ ଥିଲେ ସେଗୁଡ଼ିକ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଆଗରେ ବଖାଣିବା ସହ ନବୀନ ପଟ୍ଟନାୟକଙ୍କ ପାର୍ଥି ପତ୍ର ଦାଖଲ କିପରି ୪ ଘଣ୍ଟା ବିଳମ୍ବ ହେଲା ଏବଂ ଭୁଲ ତଥ୍ୟ ଦିଆ ଯାଇଥିଲା ଆଦି ନେଇ କହିଥିଲେ।

ମୋ ଗାଡ଼ି କାହିଁକି ଅଟକାଇଲ ବୋଲି ପୁଣି ପ୍ରଶ୍ନ କରିବାରେ ଯାଞ୍ଚ ଅଧିକାରୀ ଏହା ଆମ ଡ୍ୟୁଟି।ପଅର ଦିନ କଲେକ୍ଟରଙ୍କ ଗାଡ଼ି ବି ଅଟକାଇ ଦେଇଥିଲୁ ବୋଲି କହିବାରେ ସେ ତାମିଲ ଅଫିସର କହୁଛି ସ.. କର ବୋଲି ତମେ କରୁଛ ବୋଲି ପିତାମ୍ବର କହିଥିଲେ।ଏହା ସହ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଆପଣ ପରା ପଦ୍ମ ପାର୍ଟି,ପରିବର୍ତ୍ତନ ଚାହୁଁଛନ୍ତି ବୋଲି ପିତାମ୍ବର ଆଚାର୍ଯ୍ୟ କହିଥିଲେ।//ଦେବଦତ୍ତ

https://www.facebook.com/SrAdvPitambarAcharya/videos/274100526811909/

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.