Home ଅପରାଧ ଜେଲରେ ଥାଇ ନିର୍ବାଚନ ଲଢ଼ୁଛନ୍ତି ବ୍ରହ୍ମପୁର ପୂର୍ବତନ ମେୟର ପିଣ୍ଟୁ ଦାଶ:ପ୍ରଚାର କରୁଛନ୍ତି ପତ୍ନୀ

ଜେଲରେ ଥାଇ ନିର୍ବାଚନ ଲଢ଼ୁଛନ୍ତି ବ୍ରହ୍ମପୁର ପୂର୍ବତନ ମେୟର ପିଣ୍ଟୁ ଦାଶ:ପ୍ରଚାର କରୁଛନ୍ତି ପତ୍ନୀ

1229

ଆଶାଙ୍କ ଆଶା, ବ୍ରହ୍ମପୁରବାସୀ ନିଶ୍ଚିତ ସହଯୋଗ ଦେବେ
ଭୁବନେଶ୍ୱର/ବ୍ରହ୍ମପୁର:ଜେଲରେ ଥାଇ ବ୍ରହ୍ମପୁର ବିଧାନସଭା ଆସନ ପାଇଁ ନିର୍ବାଚନ ଲଢ଼ୁଛନ୍ତି ସ୍ୱାଧୀନ ପାର୍ଥି ପୂର୍ବତନ ମେୟର ଶିବ ଶଙ୍କର (ପିଣ୍ଟୁ) ଦାଶ।ପିଣ୍ଟୁ ଦାଶଙ୍କ ପତ୍ନୀ ଆଶା କୁମାରୀ ଦାଶ ସ୍ୱାମୀଙ୍କ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ସହ ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଠାରୁ ଆଶୀର୍ବାଦ ନେଇ ପ୍ରଚାର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି।ପିଣ୍ଟୁ ରାଜନୈତିକ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି।ତାଙ୍କୁ ଚକ୍ରାନ୍ତ କରି ବିଭିନ୍ନ ମାମଲାରେ ଛନ୍ଦି ଦିଆଯାଇଛି ବୋଲି କହିଛନ୍ତି ଆଶା।ମେୟର ଥିବା ସମୟରେ ପିଣ୍ଟୁ ଦାଶ ବ୍ରହ୍ମପୁର ପାଇଁ ବହୁ କିଛି କାମ କରିଛନ୍ତି।ଏବଂ ତାଙ୍କର ଅଧୁରା ରହି ଯାଇଥିବା କାମକୁ ସଂପୂର୍ଣ୍ଣ କରିବାକୁ ପିଣ୍ଟୁ ନିର୍ବାଚନ ଲଢ଼ୁଛନ୍ତି ବୋଲି କହିଛନ୍ତି ଆଶା।ଆଶାଙ୍କ ଆଶା ବ୍ରହ୍ମପୁରବାସୀ ନିଶ୍ଚିତ ପିଣ୍ଟୁ୍ ଦାଶଙ୍କୁ ସମର୍ଥନ ଦେବେ।୨୦୧୪ରେ ଶିବ ଶଙ୍କର ଦାଶ ବିଜେପି ଟିକେଟରୁ ବ୍ରହ୍ମପୁର ବିଧାନସଭା ପାଇଁ ନିର୍ବାଚନ ଲଢ଼ିଥିଲେ।ସୂଚନାଯୋଗ୍ୟ ଯେ ଅତୀତରେ ଛତ୍ରପୁରରୁ ନାରାୟଣ ରେଡ୍ଡୀ ଏବଂ ଜି-ଉଦୟଗିରିରୁ ମନୋଜ ପ୍ରଧାନ ଜେଲରେ ଥାଇ ନିର୍ବାଚନ ଲଢ଼ିଥିଲେ ଏବଂ ଜିତିଥିଲେ।//ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.