Home Top News ନିର୍ବାଚନ ପରେ, କ୍ରମାଗତ ୪ର୍ଥ ଦିନ ପାଇଁ ପୁଣି ବଢ଼ିଲା ତୈଳ ଦର – ଜାଣନ୍ତୁ...

ନିର୍ବାଚନ ପରେ, କ୍ରମାଗତ ୪ର୍ଥ ଦିନ ପାଇଁ ପୁଣି ବଢ଼ିଲା ତୈଳ ଦର – ଜାଣନ୍ତୁ ଆଜିର ଦର

57

ନୂଆ ଦିଲ୍ଲୀ ୭-୫ (ଓଡ଼ିଆ ପୁଅ) ଶୁକ୍ରବାର ଦିନ ଭାରତର ସମସ୍ତ ପ୍ରମୁଖ ସହରରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ପେଟ୍ରୋଲ ମୂଲ୍ୟ ଲିଟର ପିଚ୍ଛା ୨୫ ରୁ ୨୮ ପଇସା ବୃଦ୍ଧି ପାଇଥିବାବେଳେ ଶୁକ୍ରବାର ଦିନ ଡିଜେଲ ମୂଲ୍ୟ ୩୦ ରୁ ୩୪ ପଇସା ବୃଦ୍ଧି ପାଇଛି। ଗତ ତିନି ଦିନ ଧରି ଇନ୍ଧନ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି।

ଦର ବୃଦ୍ଧି ପରେ ମେଟ୍ରୋ ସହର ମଧ୍ୟରେ ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ରେକର୍ଡ ସର୍ବାଧିକ ହୋଇଛି। ଆର୍ଥିକ ରାଜଧାନୀରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୯୭.୬୧ ଟଙ୍କା। ଦିଲ୍ଲୀରେ ଏକ ଲିଟର ପେଟ୍ରୋଲ ଲିଟର ପିଛା ୯୧.୨୭ ଟଙ୍କାରେ ବିକ୍ରି ହେଉଛି। ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ କମ୍‌ ଅଛି। ଦକ୍ଷିଣ ଭାରତର ଏହି ସହରରେ ୯୩.୧୫ ଟଙ୍କାରେ ଏକ ଲିଟର ପେଟ୍ରୋଲ ଉପଲବ୍ଧ ହେଉଛି। କୋଲକାତାରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯୧.୪୧ ଟଙ୍କା ରହିଛି। ତେବେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୨୮ ପଇସା ବୃଦ୍ଧି ପାଇ ୯୧.୯୬ ଟଙ୍କାରେ ପହଁଚିଛି।

ମୁମ୍ବାଇରେ ଡିଜେଲ ମୂଲ୍ୟ ୮୮.୮୨ ଟଙ୍କାକୁ ବୃଦ୍ଧି ପାଇଛି। ଦିଲ୍ଲୀରେ ଡିଜେଲ ୮୧.୭୩ / ଲିଟର ମୂଲ୍ୟରେ ବିକ୍ରି ହେଉଛି। ଚେନ୍ନାଇରେ ଏକ ଲିଟର ଡିଜେଲର ମୂଲ୍ୟ ୮୬.୬୫ ଟଙ୍କା ଥିବା ବେଳେ କୋଲକାତାରେ ଏକ ଲିଟର ପାଇଁ ଡିଜେଲର ମୂଲ୍ୟ ୮୪.୫୭ ଟଙ୍କା ରହିଛି। ତେବେ ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୩୪ ପଇସା ବୃଦ୍ଧି ପାଇ ୮୯.୦୩ ଟଙ୍କାରେ ପହଁଚିଛି।

ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଆନ୍ତର୍ଜାତୀୟ ଅଶୋଧିତ ତୈଳ ଦର, ବୈଦେଶିକ ମୁଦ୍ରା ମୂଲ୍ୟ ଏବଂ ଇନ୍ଧନର ଚାହିଦା ଉପରେ ନିର୍ଭର କରେ। ଭାରତରେ ଇନ୍ଧନ ମୂଲ୍ୟ ପ୍ରତିଦିନ ସଂଶୋଧନ କରାଯାଏ। ଅଟୋ ଇନ୍ଧନର ମୂଲ୍ୟ ରାଜ୍ୟ ଅନୁଯାୟୀ ଭିନ୍ନ ହୋଇଥାଏ କାରଣ ଏଥିରେ କେନ୍ଦ୍ର ଏବଂ ରାଜ୍ୟ ସରକାର ଆଦାୟ କରୁଥିବା ଅନେକ ଟିକସ ଅନ୍ତର୍ଭୁକ୍ତ। ମୂଲ୍ୟଗୁଡିକ ଏକ୍ସାଇଜ୍ ଡ୍ୟୁଟି, ମୂଲ୍ୟଯୁକ୍ତ ଟ୍ୟାକ୍ସ (ଭାଟ୍) ଏବଂ ଡିଲର କମିଶନଙ୍କୁ ନେଇ ହିସାବ କରାଯାଇଥାଏ। ପେଟ୍ରୋଲର ଖୁଚୁରା ବିକ୍ରୟ ମୂଲ୍ୟର ୬୦ ପ୍ରତିଶତ ଏବଂ ଡିଜେଲର ୫୪ ପ୍ରତିଶତରୁ ଅଧିକ କେନ୍ଦ୍ରୀୟ ଏବଂ ରାଜ୍ୟ ଟିକସ ଅଟେ। କେନ୍ଦ୍ର ସରକାର ପେଟ୍ରୋଲ ଉପରେ ଲିଟର ପିଛା ୩୨.୯୦ ଟଙ୍କା ଏବଂ ଡିଜେଲ ଉପରେ ୩୧.୮୦ ଟଙ୍କା ଆଦାୟ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.