Home ଆନ୍ତର୍ଜାତୀୟ ପାକିସ୍ତାନରେ କରୋନାର ସେକେଣ୍ଡ ୱେଭ୍ ଆଶଂକାକୁ ଦେଖି ଆଂଶିକ ଲକଡାଉନ

ପାକିସ୍ତାନରେ କରୋନାର ସେକେଣ୍ଡ ୱେଭ୍ ଆଶଂକାକୁ ଦେଖି ଆଂଶିକ ଲକଡାଉନ

75

ନୂଆ ଦିଲ୍ଲୀ ୨୯-୧୦ (ଓଡ଼ିଆ ପୁଅ) ପାକିସ୍ତାନରେ କରୋନା ଭାଇରସ ମାମଲା ପୁଣି ବଢ଼ୁଛି। ଏହାକୁ ଦୃଷ୍ଟିରେ ରଖି ଇମ୍ରାନ ଖାନଙ୍କ ସରକାର ବୁଧବାର ଦିନ କରାଚି, ଲାହୋର, ରାୱଲପିଣ୍ଡି ଏବଂ ରାଜଧାନୀ ଇସଲାମାବାଦ ଭଳି ବଡ ସହରରେ ଆଂଶିକ ଲକଡାଉନ କରିବାକୁ ଘୋଷଣା କରିଛନ୍ତି।

କରୋନା ଉପରେ କୌଣସି ଅବହେଳାକୁ ଏଡ଼ାଇବା ପାଇଁ ସରକାରଙ୍କ ଦ୍ୱାରା କଠୋର କୋଭିଡ୍ -୧୯ ନିୟମ ଲାଗୁ କରାଯାଇଛି।

ସରକାରୀ ବିଜ୍ଞପ୍ତି ଅନୁଯାୟୀ ଜନ ପରିବହନ, ବଜାର ଏବଂ ରେଳ ଷ୍ଟେସନ ପରି ଜନଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ଏହାର ଉଲ୍ଲଙ୍ଘନ କଲେ ଜରିମାନା ଲାଗିବ। ଏହି ନିୟମ ଅକ୍ଟୋବର ୨୯ ରୁ କାର୍ଯ୍ୟକାରୀ ହେବ।

କରୋନା ମାମଲାରେ ବୃଦ୍ଧି ପାଇବା ପରେ ଅଧିକାରୀମାନେ ରାତି ୧୦ ଟା ସୁଦ୍ଧା ସପିଂ ମଲ୍, ବିବାହ ହଲ୍, ରେଷ୍ଟୁରାଣ୍ଟ, ଜନଗହଳି ପୂର୍ଣ୍ଣ ସ୍ଥାନ ସମେତ ସମସ୍ତ ବ୍ୟବସାୟିକ କାର୍ଯ୍ୟକଳାପ ବନ୍ଦ କରିବାକୁ ଘୋଷଣା କରିଛନ୍ତି।

ଏଥିସହ ଡାକ୍ତରଖାନା, ଔଷଧ ଦୋକାନ ସମେତ ଆବଶ୍ୟକ ସେବା ଖୋଲିବାକୁ ଅନୁମତି ଦିଆଯାଇଛି।

ପ୍ରଧାନମନ୍ତ୍ରୀ ଇମ୍ରାନ ନାଗରିକମାନଙ୍କୁ କ୍ରମାଗତ ଭାବରେ ନିବେଦନ କରୁଛନ୍ତି ଯେ କରୋନାକୁ ଏଡାଇବା ପାଇଁ ସତର୍କତା ଅବଲମ୍ବନ କରନ୍ତୁ, ଯେଉଁଥିରେ ମାସ୍କିଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ପାକିସ୍ତାନରେ ୩, ୩୦, ୦୦୦ ରୁ ଅଧିକ କରୋନା ସଂକ୍ରମିତ ଅଛନ୍ତି। ଦେଶରେ କୋଭିଡ -୧୯ ଯୋଗୁଁ ଏପର୍ଯ୍ୟନ୍ତ ୬, ୭୫୯ ଜଣଙ୍କର ମୃତ୍ୟୁ ହୋଇଛି।

ଏଥିସହିତ ସାରା ବିଶ୍ୱରେ ଚାରି କୋଟିରୁ ଅଧିକ ଲୋକ ଏହି ଭୂତାଣୁ ସଂକ୍ରମିତ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.