Home ଓଡ଼ିଶା ସଂସଦର ଶୀତକାଳୀନ ଅଧିବେସନ ଆଜି ଠାରୁ ଆରମ୍ଭ, ଏହି ବିଷୟ ଉପରେ ହୋଇପାରେ ହଙ୍ଗାମା

ସଂସଦର ଶୀତକାଳୀନ ଅଧିବେସନ ଆଜି ଠାରୁ ଆରମ୍ଭ, ଏହି ବିଷୟ ଉପରେ ହୋଇପାରେ ହଙ୍ଗାମା

145

ନୂଆ ଦିଲ୍ଲୀ ୧୮-୧୧ (ଓଡ଼ିଆ ପୁଅ) ସଂସଦର ଶୀତକାଳୀନ ଅଧିବେସନ ଆଜି ଠାରୁ ଆରମ୍ଭ ହେଉଛି। ୧୮ ନଭେମ୍ବରରୁ ୧୩ ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେସନରେ ଅନେକ ମୁଖ୍ୟ ବିଲ ଏବଂ ବିଧେୟକ ଆଗତ ହେବ। ଏହି ଅଧିବେସନରେ ନାଗରିକତା (ସଂଶୋଧନ) ବିଧେୟକ, ଆର୍ଥିକ ସୁସ୍ଥତା ଏବଂ କାଶ୍ମୀର ପରି ମାମଲା ଉପରେ ହଙ୍ଗାମାର ଆଶଙ୍କା ରହିଛି। ୧୮ ନଭେମ୍ବରରୁ ୧୩ ଡିସେମ୍ବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେସନରେ ସର୍ବମୋଟ ୪୭ଟି ବିଲ ତଥା ପ୍ରସ୍ତାବ ସଂସଦର ଦୁଇଟି ସଦନରେ ରଖାଯିବ। ସରୋଗେସୀ (ରେଗୁଲେସନ) ବିଲ, ଇ-ସିଗରେଟ ଉପରେ ପ୍ରତିବନ୍ଧ ପାଇଁ ବିଧେୟକ ସମେତ ଅନେକ ଅନ୍ୟ ମହତ୍ଵପୂର୍ଣ୍ଣ ବିଧେୟକ ଆଗତ ହେବ। କୁହାଯାଉଛି ଯେ, ସୁପ୍ରୀମ କୋର୍ଟର ଆଦେଶ ପରେ ଅଯୋଧ୍ୟାରେ ରାମ ମନ୍ଦିର ଟ୍ରଷ୍ଟ ଉପରେ ମଧ୍ୟ ସରକାର ବିଲ ଆଣିପାରନ୍ତି।

ସଂସଦରେ ଶିବସେନା ସଦସ୍ୟମାନଙ୍କୁ ମିଳିବ ବିରୋଧି ଦଳର ଆସନ

ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହଲାଦ ଜୋଶୀ ରବିବାରଦିନ କହିଛନ୍ତିଯେ, ଶିବସେନାର ଏକମାତ୍ର କେନ୍ଦ୍ରୀୟ ମନ୍ତ୍ରୀ ଇସ୍ତଫା ଦେଇସାରିଛନ୍ତି ଏବଂ ପାର୍ଟୀ ମହାରାଷ୍ଟ୍ରରେ ସରକାର ବନାଇବା ପାଇଁ କଂଗ୍ରେସ ଏବଂ ଏନସିପି ସହିତ ଗଠବନ୍ଧନ କରୁଛି। ତେଣୁ ଶିବସେନାର ସାଂସଦମାନଙ୍କୁ ସଂସଦର ଦୁଇସଦନରେ ବିରୋଧି ଦଳ ତରଫରୁ ସିଟ୍ ଆବଣ୍ଟିତ କରାଯିବ।

ସୂଚନାଯୋଗ୍ୟଯେ, କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳରୁ ଶିବସେନାର ଏକମାତ୍ର ମନ୍ତ୍ରୀ ଅରବିନ୍ଦ ସାବନ୍ତ ଗତ ସୋମବାରଦିନ ଇସ୍ତଫା ଦେଇସାରିଛନ୍ତି। ପାର୍ଟୀ ଶନିବାରଦିନ ଏହା ଘୋଷଣା କରିଥିଲା କି ସେ ଶୀତ କାଳୀନ ଅଧିବେସନ ପୂର୍ବରୁ ଡକାଯାଇଥିବା ଏନଡ଼ିଏର ବୈଠକରେ ଭାଗ ନେବ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.