Home ଓଡ଼ିଶା ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ଆଜି ୪୭ ତମ ପ୍ରଧାନ ବିଚାରପତିଭାବେ ନେବେ ଶପଥ

ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ ଆଜି ୪୭ ତମ ପ୍ରଧାନ ବିଚାରପତିଭାବେ ନେବେ ଶପଥ

200

ନୂଆଦିଲ୍ଲୀ ୧୮-୧୧ (ଓଡ଼ିଆ ପୁଅ) ବିଚାରପତି ଶରଦ ଅରବିନ୍ଦ ବୋବଡେ (Justice Sharad Arvind Bobde) ସୋମବାରଦିନ ଭାରତ ର ୪୭ ତମ ମୁଖ୍ୟ ବିଚାରପତି (Chief Justice of India) ରୂପେ ଶପଥ ନେବେ। ଜଷ୍ଟିସ ବୋବଡେ ଜଷ୍ଟିସ ରଞ୍ଜନ ଗୋଗୋଈଙ୍କର ସ୍ଥାନରେ ଦେଶର ସିଜେଆଇ ହେବେ। ଜଷ୍ଟିସ ଗୋଗୋଈ ଗତ ୧୩ ମାସରୁ ଦେଶର ସିଜେଆଇ ରହିବା ପରେ ରବିବାରଦିନ ଅବସର ନେଇଛନ୍ତି।

ସୂଚନାଯୋଗ୍ୟଯେ, ଜଷ୍ଟିସ ବୋବଡେ ମହାରାଷ୍ଟ୍ରର ଏକ ପ୍ରଖ୍ୟାତ ଓକିଲ ପରିବାରର ସଦସ୍ୟ। ମଧ୍ୟ ପ୍ରଦେଶ ହାଇକୋର୍ଟ ଚିଫ ଜଷ୍ଟିସ ରହିଥିଲେ। ବୋବଡେ ଏପ୍ରିଲ ୨୦୧୩ ରେ ସୁପ୍ରୀମ କୋର୍ଟର ବିଚାରପତି ରୂପେ ନିଯୁକ୍ତ ହେଇଥିଲେ। ଜଷ୍ଟିସ ବୋବଡେ ୨୩ ଅପ୍ରିଲ ୨୦୨୧ ପର୍ଯ୍ୟନ୍ତ ଦେଶର ସିଜେଆଇ ଭାବରେ କାର୍ଯ୍ୟ କରିବେ। ଜଷ୍ଟିସ ବୋବଡେଙ୍କର ପିତା ଅରବିନ୍ଦ ଶ୍ରୀନିବାସ ବୋବଡେ ମହାରାଷ୍ଟ୍ରର ପୂର୍ବତନ ମହାଧିବକ୍ତା ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.