Home Top News ଘରୋଇ ଡାକ୍ତରଖାନାଗୁଡ଼ିକ କୋଭିଡ -୧୯ ଟିକା ପ୍ରତି ଡୋଜ ପିଛା ୨୫୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ...

ଘରୋଇ ଡାକ୍ତରଖାନାଗୁଡ଼ିକ କୋଭିଡ -୧୯ ଟିକା ପ୍ରତି ଡୋଜ ପିଛା ୨୫୦ ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରିପାରିବେ

43

ନୂଆ ଦିଲ୍ଲୀ ୨୭-୨ (ଓଡ଼ିଆ ପୁଅ) କେନ୍ଦ୍ର ସରକାର ସ୍ଥିର କରିଛନ୍ତି ଘରୋଇ ହସ୍ପିଟାଲରେ COVID-୧୯ ଟିକାର ମୂଲ୍ୟ। ପ୍ରତି ଡୋଜ ପିଛା ୨୫୦ ଟଙ୍କା ସ୍ଥିର କରାଯାଇଛି। ଏକ ଡୋଜ୍ ପାଇଁ ୧୫୦ ଟଙ୍କା ଟୀକାର ମୂଲ୍ୟ ଥିବା ବେଳେ ସର୍ଭିସ୍‌ ଚାର୍ଜ ଭାବରେ ୧୦୦ ଟଙ୍କା ଯାହା ଘରୋଇ ହସ୍ପିଟାଲ ଗୁଡ଼ିକ ହିତାଧିକାରୀଙ୍କଠାରୁ ଚାର୍ଜ କରିପାରିବେ।

ସୂଚନାଯୋଗ୍ୟଯେ, ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ୪୫ ବର୍ଷରୁ ଅଧିକ ବୟସ୍କ ବିଶେଷ ରୋଗ ଥିବା ବ୍ୟକ୍ତିଙ୍କ ପାଇଁ ସରକାରୀ ହସ୍ପିଟାଲରେ ମାର୍ଚ୍ଚ ୧ ତାରିଖରୁ ଟୀକାକରଣ କରାଯିବ। ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ଲୋକଙ୍କୁ ସରକାରୀ ଡାକ୍ତରଖାନାରେ ମାଗଣାରେ ଟୀକାକରଣ କରାଯିବ।

ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ପୁନଶ୍ଚ ସୂଚନାଯୋଗ୍ୟଯେ, ସ୍ୱାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପରେ, କୋଭିଡ -୧୯ ମହାମାରୀ ବିରୁଦ୍ଧରେ ଟିକାକରଣର ତୃତୀୟ ପର୍ଯ୍ୟାୟ ମାର୍ଚ୍ଚ ମାସ ୧ ତାରିଖରୁ ୧୦, ୦୦୦ ସରକାରୀ ଏବଂ ୨୦, ୦୦୦ ରୁ ଅଧିକ ବେସରକାରୀ ଟୀକାକରଣ କେନ୍ଦ୍ରରେ ୨୭ କୋଟି ଲୋକଙ୍କୁ ଦିଆଯିବାର ବ୍ୟବସ୍ଥା ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.