Home ଓଡ଼ିଶା ଅପରେସନ ସମୁଦ୍ର ସେତୁ- ୭୦୦ ଭାରତୀୟଙ୍କ ସହ ମାଲେରୁ ତୁତିକୋରିନ ଅଭିମୁଖେ ପ୍ରସ୍ଥାନ କଲା ଆଇଏନଏସ...

ଅପରେସନ ସମୁଦ୍ର ସେତୁ- ୭୦୦ ଭାରତୀୟଙ୍କ ସହ ମାଲେରୁ ତୁତିକୋରିନ ଅଭିମୁଖେ ପ୍ରସ୍ଥାନ କଲା ଆଇଏନଏସ ଜଳଶ୍ଵ

306

ନୂଆ ଦିଲ୍ଲୀ ୭-୬ (ଓଡ଼ିଆ ପୁଅ) ଅପରେସନ ସମୁଦ୍ର ସେତୁ ଅଧୀନରେ ଭାରତୀୟ ନୌସେନା ଜାହାଜ ଜଳଶ୍ଵ ୭୦୦ ଭାରତୀୟ ନାଗରିକଙ୍କୁ ଧରି ଗତକାଲି (୦୫.୦୬.୨୦୨୦) ମାଲେ ଛାଡିଛି। ବିଦେଶରେ ଫସିଥିବା ଭାରତୀୟ ନାଗରିକଙ୍କୁ ଆଣିବା ଉଦ୍ଦେଶ୍ୟରେ ଏହି ଜାହାଜ ଗତ ୦୪ ତାରିଖ ଦିନ ମାଳଦୀପର ରାଜଧାନୀ ମାଲେଠାରେ ପହଞ୍ଚିଥିଲା। ଏହି ଜାହାଜ ମାଳଦୀପ ଛାଡିବା ବେଳେ ସେଠାକାର ତଟରକ୍ଷୀ କମାଣ୍ଡାଣ୍ଟ ମହମ୍ମଦ ସଲିମ ସେଠାରେ ଉପସ୍ଥିତ ଥିଲେ। ତୃତୀୟ ଦଫା ଯାତ୍ରାରେ ଜଳଶ୍ଵ ମାଳଦୀପ ଓ ଶ୍ରୀଲଙ୍କାରୁ ବନ୍ଦେ ଭାରତ ମିଶନ ଅଭିଯାନରେ ୨୭୦୦ ଭାରତୀୟ ନାଗରିକଙ୍କୁ ସ୍ଵଦେଶ ଫେରାଇ ଆଣିଛି। ଏହି ଜାହାଜ କରୋନା ନୀତିନିୟମ କଡାକଡି ପାଳନ କରି ଆସନ୍ତାକାଲି (୦୭.୦୬.୨୦୨୦) ତୁତିକୋରେନ ପହଞ୍ଚିବ।

ତାମିଲନାଡ଼ୁର ତୁତିକୋରିନଠାରେ ପହଞ୍ଚିବା ପରେ ସେଥିରେ ଆସିଥିବା ସମସ୍ତ ଯାତ୍ରୀଙ୍କୁ ତାମିଲନାଡୁ ରାଜ୍ୟ ସରକାରଙ୍କ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.