Home Coronavirus Outbreak ପୁଣି କେନ୍ଦୁଝର ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ପୁଣି କେନ୍ଦୁଝର ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

392

ଭୁବନେଶ୍ବର ୩-୫ (ଓଡ଼ିଆ ପୁଅ) : ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ କେନ୍ଦୁଝର ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍ ରୁ ଜଣାପଡ଼ିଛି। କେନ୍ଦୁଝରରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ପହଁଚିଥିବା ବେଳେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୨ରେ ପହଁଞ୍ଚିଛି।

ଏହା ପୂର୍ବରୁ ଆଜି ବାଲେଶ୍ୱରରୁ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯୁବକ, ୩୪ ବର୍ଷ। କୋଲକାତା ଫେରନ୍ତା। ଏହା ସହିତ ବାଲେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ପହଁଚିଛି। ଦୁଇଜଣ ଗଞ୍ଜାମ ଜିଲ୍ଲାରୁ ଆଜି ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।, ସୁରାଟ ଫେରନ୍ତା। ସେମାନଙ୍କ ବୟସ ଯଥାକ୍ରମେ ୧୭ ବର୍ଷ ପୁରୁଷ ଏବଂ ୨୨ ବର୍ଷ ପୁରୁଷ। ଅନ୍ୟ ଏକ ମାମଲା ଝାରସୁଗୁଡାରୁ ୪୦ ବର୍ଷର ମହିଳା। ସେ ପୂର୍ବ ଆକ୍ରାନ୍ତଙ୍କର ସମ୍ପର୍କୀୟ।

ବର୍ତ୍ତମାନ ୧୦୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ୫୬ସୁସ୍ଥ ହୋଇଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି।

ଆକ୍ରାନ୍ତଙ୍କ ବିଷୟରେ ବିଷେଷ କିଛି ସୂଚନା ଏ ପର୍ଯ୍ୟନ୍ତ ପ୍ରାପ୍ତ ହୋଇପାରିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.