Home ଓଡ଼ିଶା ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ,ଅନ୍ୟ ଜଣେ ଉଦ୍ଧାର ପାଇଁ ଯାଇ ଗୁରୁତର

ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ,ଅନ୍ୟ ଜଣେ ଉଦ୍ଧାର ପାଇଁ ଯାଇ ଗୁରୁତର

94

କେସିଙ୍ଗା ୨୮-୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) କେସିଙ୍ଗା ବ୍ଲକ ଅନ୍ତର୍ଗତ ପଲମ ଫାଣ୍ଡି ଅଧୀନସ୍ଥ ସିରଜାପାଲି ଗ୍ରାମରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଥିବା ଜଣାଯାଇଛି। ପ୍ରକାଶ ଯେ ସିରଜାପାଲି ପାଲି ଗ୍ରାମ ଶ୍ରୀରାମ ପୁଟେଲ ନାମକ ଜଣେ ବ୍ୟକ୍ତି ତାଙ୍କ ବାଡ଼ିରେ ଏକ ଶାଗୁଆନ ଗଛ କାଟିବାବେଳେ ଗଛ ନିକଟରେ ଯାଇଥିବା ଏକ ମୋଟର ତାରରେ ତାଙ୍କ ଟାଙ୍ଗିଆ ଲାଗିଯାଇ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି। ତେବେ ତାଙ୍କୁ ଉଦ୍ଧାର କରିବା କୁ ଯାଇ ଆଉ ଜଣେ ଦେବାରଚନ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କେସିଙ୍ଗା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ବେଳେ ଏହି ଅଂଚଳରେ ଅନେକ ବେଆଇନ ବିଦ୍ୟୁତ ସଂଯୋଗ କରୁଥିବା ଅଭିଯୋଗ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.