Home Coronavirus Outbreak କରୋନା ନେଲା ତୃତୀୟ ମୁଣ୍ଡ – ସକୋଳେ ୫୮ ଆକ୍ରାନ୍ତ ଚିହ୍ନଟ

କରୋନା ନେଲା ତୃତୀୟ ମୁଣ୍ଡ – ସକୋଳେ ୫୮ ଆକ୍ରାନ୍ତ ଚିହ୍ନଟ

499

ଭୁବନେଶ୍ୱର ୧୦-୫ (ଓଡ଼ିଆ ପୁଅ) କରୋନା ନେଲା ତୃତୀୟ ମୁଣ୍ଡ। ତାହା ପୁଣି ଗଞ୍ଜାମ ଜିଲ୍ଲାରୁ। ଏବେ ପ୍ରଥମ କରୋନା ମୃତକ ଜିଲ୍ଲା ଭାବେ ଗଞ୍ଜାମ ଜିଲ୍ଲା ଯୋଡି ହୋଇଯାଇଛି। ପୂର୍ବରୁ ଦୁଇ ଜଣଙ୍କର ମୃତ୍ୟୁ ଖୋର୍ଦ୍ଧା ଜିଲ୍ଲାରୁ ଥିଲା। ଏବେ ପ୍ରଥମ ମୃତ୍ୟୁ ଖବର ଗଞ୍ଜାମ ଜିଲ୍ଲାରୁ ଆସିଛି।

ରାଜ୍ୟରେ ପୁଣି ୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍ ରୁ ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୧୭ ସକ୍ରିୟ ଆକ୍ରାନ୍ତ ଏବେ ଚିକିତ୍ସିତ ହେଉଛନ୍ତି। ସେହିପରି ବାଲେଶ୍ୱର ଜିଲ୍ଲାରେ ୧୫ ଜଣ ଏବଂ ଅନୁଗୋଳ ଜିଲ୍ଲାରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି।

ଆଜି ସକାଳେ ରାଜ୍ୟରେ ପୁଣି ୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ସଂଖ୍ୟା ୩୫୨କୁ ବୃଦ୍ଧି ପାଇଥିବା ବେଳେ ମୋଟ ମୃତକଙ୍କ ସଂଖ୍ୟା ୩ ରେ ପହଁଚିଛି।

ଏବେ ଅନୁଗୁଳ ଜିଲ୍ଲା ମଧ୍ୟ କରୋନା ସଂକ୍ରମିତ ଜିଲ୍ଲା ତାଲିକାରେ ଯୋଡ଼ି ହୋଇଯାଇଛି। ଅନୁଗୁଳ ଜିଲ୍ଲାରେ ୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମୟୂର ଭଞ୍ଜ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ମୟୂର ଭଞ୍ଜ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୮ ହୋଇଛି।

ତେବେ ଯାଜପୁର ଜିଲ୍ଲାରେ ୫୫ ଜଣ ଆକ୍ରାନ୍ତ ଥିବା ବେଳେ ଦୁଇ ଜଣ ସୁସ୍ଥ ହୋଇଛନ୍ତି ୫୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ୫୦ ଜଣ ଆକ୍ରାନ୍ତ ଥିବା ବେଳେ ୩୨ ସୁସ୍ଥ ହୋଇଛନ୍ତି ୧୬ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ୦୨ ଜଣଙ୍କର ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲାରେ ୧୧୮ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ ୧୧୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ବାଲେଶ୍ୱର ଜିଲ୍ଲାରେ ୪୨ ଜଣ ଆକ୍ରାନ୍ତ ଥିବା ବେଳେ ୦୯ ସୁସ୍ଥ ହୋଇଛନ୍ତି ୩୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଭଦ୍ରକ ଜିଲ୍ଲାରେ ୨୫ ଜଣ ଆକ୍ରାନ୍ତ ଥିବା ବେଳେ ୧୨ ସୁସ୍ଥ ହୋଇଛନ୍ତି ୧୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଅନୁଗୁଳ ଜିଲ୍ଲାରେ ୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ ଜିଲ୍ଲାରେ ୧୩ ଜଣ ଆକ୍ରାନ୍ତ ଥିବା ବେଳେ ୦୬ ସୁସ୍ଥ ହୋଇଛନ୍ତି ୦୭ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କେନ୍ଦ୍ରାପଡ଼ାରେ ୮ ଜଣ ସଂକ୍ରମିତ ହୋଇଥିବା ବେଳେ ୨ଜଣ ସୁସ୍ଥ ହୋଇଛନ୍ତି ଏବଂ ୬ ଜଣ ଚିକିତ୍ସିତ ହେଉଛନ୍ତି। ଜଗତ୍ସିଂହପୁର ଜିଲ୍ଲାରେ ୦୫ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ମୟୁରଭଞ୍ଜ ଜିଲ୍ଲାରେ ୦୮ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କେନ୍ଦ୍ରାପଡା ଜିଲ୍ଲାରେ ୦୮ ଜଣ ଆକ୍ରାନ୍ତ ଥିବା ବେଳେ ୦୨ ସୁସ୍ଥ ହୋଇଛନ୍ତି ୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ବାଲାଙ୍ଗୀର ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଝାରସୁଗୁଡା ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କେନ୍ଦୁଝର ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ୦୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କଟକ ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି ଜଣେ ସକ୍ରିୟ ଆକ୍ରାନ୍ତ ଅଛନ୍ତି। କଳାହାଣ୍ଡି ଜିଲ୍ଲାରେ ୦୨ ଜଣ ଆକ୍ରାନ୍ତ ଥିବା ବେଳେ ୦୨ ସୁସ୍ଥ ହୋଇଛନ୍ତି। କୋରାପୁଟ ଜିଲ୍ଲାରେ ଜଣେ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ ଜଣେ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଦେବଗଡ଼ ଜିଲ୍ଲାରେ ଜଣେ ଆକ୍ରାନ୍ତ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ଏବଂ ଜଣେ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଢ଼େଙ୍କାନାଳ ଜିଲ୍ଲାରେ ଜଣେ ଆକ୍ରାନ୍ତ ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି। ପୁରୀ ଜିଲ୍ଲାରେ ଜଣେ ଆକ୍ରାନ୍ତ ଥିବା ବେଳେ ଜଣେ ସୁସ୍ଥ ହୋଇଛନ୍ତି। ତେବେ ମୋଟ ୩୫୨ ଜଣ ଆକ୍ରାନ୍ତ ଥିବା ବେଳେ ୬୮ ସୁସ୍ଥ ହୋଇଛନ୍ତି ୨୮୧ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ୦୩ ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.