Home Top News କରୋନା ଭାଇରସ୍ – ସ୍ଥିର ହ୍ରାସ ସହିତ ଭାରତରେ ସକ୍ରିୟ ମାମଲା ୩.୦୫ ଲକ୍ଷକୁ ଖସିଲା

କରୋନା ଭାଇରସ୍ – ସ୍ଥିର ହ୍ରାସ ସହିତ ଭାରତରେ ସକ୍ରିୟ ମାମଲା ୩.୦୫ ଲକ୍ଷକୁ ଖସିଲା

50

• ବିଗତ ୨୧ ଦିନ ଧରି କ୍ରମାଗତ ଦୈନିକ ମାମଲା ୪୦, ୦୦୦ରୁ କମ୍ ରେକର୍ଡ କରାଯାଇଛି
• ମୋଟ ସକ୍ରିୟ ମାମଲାର ୬୬ ପ୍ରତିଶତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ

ଭାରତରେ ସକ୍ରିୟ କୋଭିଡ ମାମଲାର ସଂଖ୍ୟା କ୍ରମାଗତ ଭାବେ ନିମ୍ନଗାମୀ ହେବାରେ ଲାଗିଛି। ମୋଟ ସକ୍ରିୟ ମାମଲା ଆଜି ୩.୦୫ ଲକ୍ଷ (୩, ୦୫, ୩୪୪) କୁ ଖସି ଆସିଛି।

ନୂତନ ସଂକ୍ରମଣ ମାମଲା, ପ୍ରତିଦିନର ମୃତ୍ୟୁ ସଂଖ୍ୟାରେ ହ୍ରାସ ସହିତ ଆରୋଗ୍ୟ ଲାଭ କରୁଥିବା ରୋଗୀଙ୍କ ସଂଖ୍ୟାର ବର୍ଦ୍ଧିତ ଧାରାକୁ ସମ୍ଭବ କରିପାରିଛି। ଏହା ସକ୍ରିୟ ମାମଲାର ସମୁଦାୟ ହାରର ହ୍ରାସକୁ ମଧ୍ୟ ସୁନିଶ୍ଚିତ କରିଛି।

ଭାରତର ବର୍ତ୍ତମାନର ସକ୍ରିୟ ମାମଲା ମୋଟ ପଜିଟିଭ ମାମଲାର ମାତ୍ର ୩.୦୪ ପ୍ରତିଶତ ବୋଲି ଜଣାପଡିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୯, ୬୯୦ରେ ଜଣ ଆରୋଗ୍ୟ ଲାଭ କରିବା ସହିତ ମୋଟ ସକ୍ରିୟ ମାମଲା ସଂଖ୍ୟାରେ ୩, ୪୦୭ ଟି ମାମଲା ହ୍ରାସ ପାଇଛି।

ଦେଶର ମୋଟ ସକ୍ରିୟ ମାମଲାର ୬୬ ପ୍ରତିଶତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଜଣାପଡିଛି।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଦୈନିକ ନୂତନ ମାମଲା ସଂଖ୍ୟା ହେଉଛି ୨୬, ୬୨୪। ବିଗତ ୨୧ ଦିନ ମଧ୍ୟରେ ଦୈନିକ ନୂତନ ମାମଲା ୪୦, ୦୦୦ରୁ କମହୋଇଥିବା ଜଣାଯାଇଛି।

ମୋଟ ଆରୋଗ୍ୟ ମାମଲା ସଂଖ୍ୟା ପ୍ରାୟ ୯୬ ଲକ୍ଷ (୯, ୫୮୦, ୪୦୨) ରହିଛି।

ନୂତନ ମାମଲା ତୁଳନାରେ ନୂତନ ଆରୋଗ୍ୟର ପାର୍ଥକ୍ୟରେ ବୃଦ୍ଧି ଘଟି ଆଜି ଆରୋଗ୍ୟ ହାର ୯୫.୫୧%ରେ ପହଞ୍ଚିଛି।

ନୂତନ ଆରୋଗ୍ୟ ମାମଲାଗୁଡ଼ିକର ୭୪.୬୮% ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଚିହ୍ନଟ ହୋଇଥିବା ପରିଲକ୍ଷିତ ହୋଇଛି।

୪, ୭୪୯ସଂଖ୍ୟକ ଦୈନିକ ନୂତନ ଆରୋଗ୍ୟ ମାମଲା ଥିବା କେରଳ ଦର୍ଶାଇଥିବା ବେଳେ ମହାରାଷ୍ଟ୍ରରୁ ୩, ୧୧୯ ଏବଂ ପଶ୍ଚିମବଙ୍ଗରୁ ୨, ୭୧୭ ଲୋକ ଆରୋଗ୍ୟ ଲାଭ କରିଛନ୍ତି।

ନୂତନ ମାମଲାଗୁଡ଼ିକର ୭୬.୬୨% ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି।

ସେହିଭଳି କେରଳ ଦୈନିକ ନୂତନ ମାମଲା ୬, ୨୯୩ ଥିବା ଦର୍ଶାଇଛି। ଏହା ପଛକୁ ୩, ୯୪୦ଟି ନୂଆ ମାମଲା ସହିତ ମହାରାଷ୍ଟ୍ର ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ୩୪୧ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ନୂତନ ମୃତ୍ୟୁର ୮୧.୨୩% ଦଶଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଜଣାପଡିଛି।

ମହାରାଷ୍ଟ୍ରରେ ସବୁଠାରୁ ଅଧିକ ୭୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏହା ପଛକୁ ପଶ୍ଚିମବଙ୍ଗ ଏବଂ ଦିଲ୍ଲୀରୁ ଯଥାକ୍ରମେ ୪୩ ଏବଂ ୩୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.