Home ଆନ୍ତର୍ଜାତୀୟ ଚିନ୍ତା, ଉଦାସୀନତା ଏବଂ ଅନିଦ୍ରା ରୋଗର ଚିକିତ୍ସା କରିବା ପାଇଁ ବୟସ୍କଲୋକ କାନାବିସ୍ ବ୍ୟବହାର କରୁଛନ୍ତି...

ଚିନ୍ତା, ଉଦାସୀନତା ଏବଂ ଅନିଦ୍ରା ରୋଗର ଚିକିତ୍ସା କରିବା ପାଇଁ ବୟସ୍କଲୋକ କାନାବିସ୍ ବ୍ୟବହାର କରୁଛନ୍ତି – ଅଧ୍ୟୟନ

137

ନୂଆ ଦିଲ୍ଲୀ ୯-୧୦ (ଓଡ଼ିଆ ପୁଅ) ବୟସ୍କ ଲୋକମାନେ ମୁଖ୍ୟତଃ ଚିକିତ୍ସା ଉଦ୍ଦେଶ୍ୟରେ ବିଶେଷକରି ଯନ୍ତ୍ରଣା, ନିଦ୍ରାରେ ବ୍ୟାଘାତ, ଚିନ୍ତା ଏବଂ ଉଦାସୀନତା ଭଳି ମାନସିକ ରୋଗର ଚିକିତ୍ସା ପାଇଁ କାନାଭିସ୍ (ଭାଙ୍ଗ କିମ୍ବା ଗଞ୍ଜେଇ) ବ୍ୟବହାର କରନ୍ତି ବୋଲି କାଲିଫର୍ନିଆ ୟୁନିଭରସିଟି (ୟୁସି) ସାନ ଡିଏଗୋ ସ୍କୁଲ ଅଫ୍ ମେଡିସିନ୍ ର ଗବେଷକମାନଙ୍କ ଅଧ୍ୟୟନରୁ ରିପୋର୍ଟ ପ୍ରକାଶିତ ହୋଇଛି। ସୂଚନାଯୋଗ୍ୟଯେ, ଆମେରିକାର ଜେରାଟ୍ରିକ୍ ସୋସାଇଟିର ଜର୍ନାଲ୍ ରେ ଏହି ଅଧ୍ୟୟନ ଅନଲାଇନରେ ପ୍ରକାଶିତ ହୋଇଛି।

ଏହାର ସମ୍ଭାବ୍ୟ ସ୍ୱାସ୍ଥ୍ୟ ଉପକାରିତା ଏବଂ ଅଧିକ ରାଜ୍ୟରେ ଆଇନକୁ ସମର୍ଥନ କରୁଥିବା ନୂତନ ନିୟମ ପ୍ରତି ଆଗ୍ରହ ବଢ଼ିବା ସହିତ ବୟସ୍କଙ୍କ ମଧ୍ୟରେ କାନାଭିସ୍ ବ୍ୟବହାର ସାଧାରଣ ହେବାରେ ଲାଗିଛି ବୋଲି ରିପୋର୍ଟରୁ ଜଣାପଡ଼ିଛି।

ଏହି ଅଧ୍ୟୟନରେ ୫୬୮ ରୋଗୀଙ୍କ ଉପରେ ସର୍ଭେ କରାଯାଇଥିଲା, ଯେଉଁମାନଙ୍କ ମଧ୍ୟରୁ ୧୫ ପ୍ରତିଶତ ଗତ ତିନି ବର୍ଷ ମଧ୍ୟରେ କାନାଭିସ୍ ବ୍ୟବହାର କରିଥିଲେ ଏବଂ ଅଧା ଉପଭୋକ୍ତା ଏହାକୁ ନିୟମିତ ଏବଂ ଅଧିକାଂଶ ସମୟରେ ଚିକିତ୍ସା ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ରିପୋର୍ଟରେ କୁହାଯାଇଛି।

କାନାଭିସ୍ ବ୍ୟବହାର ବିଶେଷତଃ ଯନ୍ତ୍ରଣା, ଅନିଦ୍ରା ଏବଂ ଚିନ୍ତାରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରାଯାଉଥିବା ମୁଖ୍ୟ କାରଣ ଥିଲା ଏବଂ ଅଧିକାଂଶ ସମୟରେ ରୋଗୀମାନେ ରିପୋର୍ଟ କରିଛନ୍ତିଯେ, କ୍ୟାନାଭିସ୍ ଏହି ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରୁଛି, ବିଶେଷ କରି ଅନିଦ୍ରା ଏବଂ ଯନ୍ତ୍ରଣା ପରି ରୋଗପାଇଁ।

ୟୁସି ସାନ ଡିଏଗୋରେ ମେଡିସିନ୍ ବିଭାଗରେ ଥିବା ଜେରିଆଟ୍ରିକ୍ସ ଏବଂ ଜେରୋଣ୍ଟୋଲୋଜି ବିଭାଗରେ ରୋଗୀମାନଙ୍କ ଉପରେ ୧୦ ସପ୍ତାହ ମଧ୍ୟରେ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛିଯେ, ୬୧% ରୋଗୀ ୬୦ ବର୍ଷ ବୟସ ପରେ କାନାଭିସ୍ ବ୍ୟବହାର କରିଥିଲେ।

ସବୁଠାରୁ ଆଶ୍ଚର୍ଯ୍ୟର କଥାଯେ, ପ୍ରାୟ ତିନି-ପଞ୍ଚମାଂଶ ଲୋକ ବୟସ୍କ ବ୍ୟକ୍ତିଙ୍କ ପରି ପ୍ରଥମ ଥର ପାଇଁ କାନାଭିସ୍ ବ୍ୟବହାର କରିଥିବା ରିପୋର୍ଟରେ ପ୍ରକାଶିତ ହୋଇଛି।

ନୂତନ ବ୍ୟବହାରକାରୀମାନେ ମନୋରଞ୍ଜନ ଅପେକ୍ଷା ଚିକିତ୍ସା କାରଣରୁ କାନାଭିସ୍ ବ୍ୟବହାର କରିଥିଲେ ବୋଲି ଏହି ରିପୋର୍ଟରେ ଜଣେ ପ୍ରଫେସର ପ୍ରକାଶ କରିଛନ୍ତି। ଉପଭୋକ୍ତାମାନଙ୍କଠାରୁ ଜଣାପଡ଼ିଛିଯେ, ସେମାନେ ଏହାକୁ ଧୂମପାନ କିମ୍ବା ପିଇବା ପରିବର୍ତ୍ତେ ଏହାକୁ ଲୋସନ ଭାବରେ ବ୍ୟବହାର କରିଥିଲେ।

ବରିଷ୍ଠ ଲେଖକ ତଥା ଡିଭିଜନର ମୁଖ୍ୟ ଆଲିସନ୍ ମୋର୍ କହିଛନ୍ତି, “ଏହି ଅନୁସନ୍ଧାନରୁ ଜଣାପଡିଛି ଯେ ବୟସ୍କ ବ୍ୟକ୍ତିଙ୍କ ଦ୍ୱାରା କାନାଭିସ୍ ବ୍ୟବହାର ଉପରେ ସଚେତନ କରାଇବା ଏବଂ ରୋଗୀମାନଙ୍କମଧ୍ୟରେ କାନାଭିସ୍ ବ୍ୟବହାର ହେବାର ଉପକାର ଏବଂ ବିପଦ ବିଷୟରେ ସଚେତନ କରାଇବା ପାଇଁ କ୍ଲିନିକାଲ୍ କର୍ମଜୀବୀମାନଙ୍କର ଆବଶ୍ୟକତା ରହିଛି।”

ୟୁସି ସାନ ଡିଏଗୋ ସ୍କୁଲ ଅଫ୍ ମେଡିସିନ୍ ବିଭାଗର ମେଡିସିନ୍ ବିଭାଗରେ ଜେରିଆଟ୍ରିକ୍ସର ଜଣେ ଅନୁଷନ୍ଧାନକାରୀ କହିଛନ୍ତିଯେ, “ବ୍ୟବହାରର ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ମେଡିକାଲ୍ ବିଦ୍ୟାଳୟରେ କାନାଭିସ୍ ର ବ୍ୟବହାର ବିଷୟରେ ପ୍ରମାଣ-ସମର୍ଥିତ ସୂଚନା ଅନ୍ତର୍ଭୂକ୍ତ କରିବା ଏବଂ କ୍ଲିନିକ୍ ପରିଦର୍ଶନର ନିୟମିତ ଅଂଶ ଭାବରେ କାନାଭିସ୍ ବିଷୟରେ ସ୍କ୍ରିନିଂ ପ୍ରଶ୍ନ ବ୍ୟବହାର କରିବା ଗୁରୁତ୍ୱପୂର୍ଣ୍ଣ ଅଟେ।

ଅନୁସନ୍ଧାନକାରୀମାନେ କହିଛନ୍ତି ଯେ, ବୟସ୍କଙ୍କ ସାଧାରଣ ଅବସ୍ଥାରେ ଚିକିତ୍ସା କରିବାରେ କାନାଭିସର ବିଭିନ୍ନ କାର୍ଯ୍ୟକାରିତା ଏବଂ ନିରାପତ୍ତାକୁ ଭଲ ଭାବରେ ବୁଝିବା ପାଇଁ ତଥା ଏହାର ଉଭୟ ଲାଭକୁ ବଢ଼ାଇବା ଏବଂ କ୍ଷତି ହ୍ରାସ କରିବା ପାଇଁ ଭବିଷ୍ୟତ ଅଧ୍ୟୟନ ଅତ୍ୟନ୍ତ ଜରୁରୀ ଅଟେ।

“କାନାଭିସ୍ ସହିତ ସମ୍ଭାବନା ଥିବା ପରି ମନେହୁଏ, କିନ୍ତୁ ଆମକୁ ଅଧିକ ପ୍ରମାଣ ଭିତ୍ତିକ ଅନୁସନ୍ଧାନ ଆବଶ୍ୟକ। ଉପଲବ୍ଧ ଔଷଧ ସହିତ ତାନାଭିସ୍ ର କିପରି ତୁଳନା ହେବ ତାହା ଆମେ ଜାଣିବାକୁ ଚାହୁଁ। କେଉଁ ପରିସ୍ଥିତିରେ କାନାବିସ୍ ଚିକିତ୍ସା କରିବାରେ ଅଧିକ ପ୍ରଭାବଶାଳୀ ତାହା ଆମକୁ ଜାଣିବାକୁ ପଡ଼ିବ। ଅଧିକ ଗବେଷଣା ପରେ ବୟସ୍କମାନଙ୍କୁ କାନାଭିସ୍ ର ବ୍ୟବହାର ବିଷୟରେ ପରାମର୍ଶ ଦିଆଯାଇପାରିବ”। ବୋଲି କଫମାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.