Home ଓଡ଼ିଶା ଓଡ଼ିଆ ପୁଅ ଜେ.କେ. ତ୍ରିପାଠୀ ହେଲେ ତାମିଲନାଡ଼ୁ ପୋଲିସ୍ ମହା ନିର୍ଦ୍ଦେଶକ

ଓଡ଼ିଆ ପୁଅ ଜେ.କେ. ତ୍ରିପାଠୀ ହେଲେ ତାମିଲନାଡ଼ୁ ପୋଲିସ୍ ମହା ନିର୍ଦ୍ଦେଶକ

167

ଚେନ୍ନାଇ ୨୯-୬ (ଓଡ଼ିଆ ପୁଅ) ଓଡ଼ିଆ ପୁଅ ଜେ.କେ. ତ୍ରିପାଠୀ ତାମିଲନାଡ଼ୁର ପୋଲିସ୍ ମହା ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ଖବର ଅନୁଯାୟୀ ତାମିଲନାଡୁର ରାଜ୍ୟପାଳ ବନୱାରୀଲାଲ ପୁରୋହିତ ରାଜ୍ୟରେ ପୋଲିସ୍ ର ସର୍ବୋଚ୍ଚ ପଦ ପାଇଁ ଜେକେ ତ୍ରିପାଠୀ ଆଇପିଏସଙ୍କର ନାମକୁ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ନିଯୁକ୍ତି ଆଦେଶ ଶନିବାରଦିନ ଜାରି କରାଯାଇଛି। ଜେ.କେ. ତ୍ରିପାଠୀ ଟି.କେ ରାଜେନ୍ଦ୍ରନଙ୍କ ସ୍ଥାନ ନେବେ। ୧୯୮୫ ବ୍ୟାଚ ତାମିଲନାଡ଼ୁ କ୍ୟାଡରର ଆଇପିଏସ୍ ଜେକେ ତ୍ରିପାଠୀ, ବର୍ତମାନରେ ତାମିଲନାଡୁ ୟୁନିଫର୍ମଡ଼ ସର୍ଭିସେସ୍ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ଅଛନ୍ତି। ସେ ପୂର୍ବରୁ ଚେନ୍ନାଇ ସିଟି ପୁଲିସ କମିଶନର ମଧ୍ୟ ଥିଲେ। ଶ୍ରୀଯୁକ୍ତ ତ୍ରିପାଠୀ ୨୦୨୧ ପର୍ଯ୍ୟନ୍ତ ଏହି ପଦ ସଂଭାଳିବେ। ୧ ଜୁଲାଇରୁ ସେ କାର୍ଯ୍ୟଭାର ସମ୍ଭାଳିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.