Odiapua.com

ରାଜ୍ୟରେ ଆଜି କରୋନା କାରଣରୁ ୭ ମୃତ୍ୟୁ – ମୋଟ ମୃତ୍ୟୁ ସଂଖ୍ୟା ୮୦୩୫

ଭୁବନେଶ୍ୱର ୦୩-୯ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୭ କରୋନା ମୃତ୍ୟୁ ରିପୋର୍ଟ ହୋଇଛି। ଅବଶ୍ୟ ଏହା ଗୋଟିଏ ଦିନର ମୃତ୍ୟୁ ସଂଖ୍ୟା ନୁହେଁ। ଓଡ଼ିଶା ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ବିଶେଷଜ୍ଞମାନଙ୍କର ମୃତ୍ୟୁ ଅଡିଟ୍ ହେବା ପରେ ଏହି ସଂଖ୍ୟା ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ। ତେବେ ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୮୦୩୫ କୁ ବୃଦ୍ଧି ପାଇଛି। ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ –

ମୃତକଙ୍କ ବିଷୟରେ

୧. ବାଲେଶ୍ୱର ଜିଲ୍ଲାର ୬ ବର୍ଷର ବାଳିକା।

୨. କଟକ ଜିଲ୍ଲାର ୭୧ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୩. ଢେଙ୍କାନାଳ ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ, ହାଇପୋଥାଇରଏଡିମ୍ ଏବଂ କରୋନାରୀ ଧମନୀ ରୋଗରେ ମଧ୍ୟ ପୀଡିତ ଥିଲେ।

୪. ଗଞ୍ଜାମ ଜିଲ୍ଲାର ୮୦ ବର୍ଷ ବୟସ୍କା ମହିଳା।

୫. ଗଞ୍ଜାମ ଜିଲ୍ଲାର ଜଣେ ୫୭ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୬. କେନ୍ଦ୍ରାପଡା ଜିଲ୍ଲାର ୬୫ ବର୍ଷ ବୟସ୍କା ମହିଳା।

୭. ପୁରୀ ଜିଲ୍ଲାର ୪୫ ବର୍ଷ ବୟସ୍କା ମହିଳା ଯିଏକି ମିଆଷ୍ଟେନିଆ ଗ୍ରାଭିସ୍ ମଲ୍ଟିପଲ୍ ସ୍କ୍ଲେରୋସିସ୍ ରୋଗରେ ପୀଡିତ ଥିଲେ।