Home Coronavirus Outbreak ରାଜ୍ୟରେ କରୋନା ନେଲା ୯ ଜୀବନ – ଜାଣନ୍ତୁ କେଉଁ ଜିଲ୍ଲାରୁ

ରାଜ୍ୟରେ କରୋନା ନେଲା ୯ ଜୀବନ – ଜାଣନ୍ତୁ କେଉଁ ଜିଲ୍ଲାରୁ

110

ଭୁବନେଶ୍ୱର ୨୬-୪ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୯ ଜଣଙ୍କର ମୃତ୍ୟୁ ରିପୋର୍ଟ ହୋଇଛି। ଭଦ୍ରକ ଜିଲ୍ଲା, କଟକ ଜିଲ୍ଲା, ଗଞ୍ଜାମ ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ କେନ୍ଦୁଝରରୁ ୨ ଜଣ ଏବଂ ଖୋର୍ଦ୍ଦା ଜିଲ୍ଲାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ମୋଟ ମୃତ୍ୟୁ ସଂଖ୍ୟା ୧୯୯୭ କୁ ବୃଦ୍ଧି ପାଇଛି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ୯ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଛି।

୧- ଭଦ୍ରକ ଜିଲ୍ଲାର ଜଣେ ୪୧ ବର୍ଷ ବୟସ୍କ ପୁରୁଷ। ଯିଏ Rheumatic heart disease, Atrial fibrillation & Mitral regurgitation ରୋଗରେ ମଧ୍ୟ ପୀଡିତ ଥିଲେ।

୨- ଭୁବନେଶ୍ୱରର ଜଣେ ୫୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୩- ଭୁବନେଶ୍ୱରର ଜଣେ ୭୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ, କ୍ରନିକ୍ କିଡନୀ ରୋଗ ଏବଂ ରକ୍ତହୀନତା ରୋଗରେ ପୀଡିତ ଥିଲେ।

୪- ଭୁବନେଶ୍ୱରର ଜଣେ ୬୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୫- କଟକ ଜିଲ୍ଲାର ୭୧ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ, କ୍ରନିକ୍ କିଡନୀ ରୋଗ, ଡାଇବେଟିସ୍ କେଟୋଏସିଡୋସିସ୍ ଏବଂ ବ୍ରୋଙ୍କିଆଲ୍ ଆଜମା ରୋଗରେ ପୀଡିତ ଥିଲେ।

୬- ଗଞ୍ଜାମ ଜିଲ୍ଲାର ଜଣେ ୩୬ ବର୍ଷ ବୟସ୍କ ପୁରୁଷ।

୭- କେନ୍ଦୁଝର ଜିଲ୍ଲାର ଜଣେ ୬୨ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପ ଏବଂ ବ୍ରୋଙ୍କିଆଲ୍ ଆଜମା ରୋଗରେ ପୀଡିତ ଥିଲେ।

୮- କେନ୍ଦୁଝର ଜିଲ୍ଲାର ଜଣେ ୪୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୯- ସୁନ୍ଦରଗଡ ଜିଲ୍ଲାର ୪୯ ବର୍ଷ ବୟସ୍କ ପୁରୁଷ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.