Home Top News +୨ ଫଳାଫଳ ୩୧ ଜୁଲାଇ ସୁଦ୍ଧା ପ୍ରକାଶ ପାଇବ- ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶ

+୨ ଫଳାଫଳ ୩୧ ଜୁଲାଇ ସୁଦ୍ଧା ପ୍ରକାଶ ପାଇବ- ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶ

152

ଭୁବନେଶ୍ୱର ଜୁନ୍ ୨୮ (ଓଡିଆ ପୁଅ) +୨ ଫଳାଫଳ ୩୧ ଜୁଲାଇ ସୁଦ୍ଧା ପ୍ରକାଶ ପାଇବ ବୋଲି ଗଣ ଶିକ୍ଷାମନ୍ତ୍ରୀ ସମୀର ଦାଶ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟଯେ, ସମସ୍ତ ରାଜ୍ୟ ବୋର୍ଡକୁ ସୁପ୍ରିମକୋର୍ଟଙ୍କ ଆଦେଶ ଦେଇଥିଲେଯେ, ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ଫଳାଫଳ ଘୋଷଣା କରିବାକୁ।

ଅଧିକାଂଶ ରାଜ୍ୟ ସେମାନଙ୍କ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରିଛନ୍ତି। ଏଭଳି ପରିସ୍ଥିତିରେ ସୁପ୍ରିମକୋର୍ଟ ସେହି ସମସ୍ତ ରାଜ୍ୟ ବୋର୍ଡକୁ ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ଫଳାଫଳ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସୁପ୍ରିମକୋର୍ଟ କହିଥିଲେଯେ, ଯେଉଁ ରାଜ୍ୟଗୁଡ଼ିକ ଏପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ଯୋଜନା ପ୍ରସ୍ତୁତ କରିନାହାଁନ୍ତି, ସେମାନଙ୍କର ୧୦ ଦିନ ସମୟ ଅଛି।

କିନ୍ତୁ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଫଳ ପ୍ରକାଶ ଲାଗି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଆଗୁଆ ଘୋଷଣା କରିଥିଲା। କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ତତ୍ପରତା ଦେଖାଇଛି।

ଅପର ପକ୍ଷରେ ଯୁକ୍ତ ୨ ନାମଲେଖା ନେଇ ସମସ୍ୟା ହେବନି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ଭଲ କଲେଜରେ ପଢ଼ିବାକୁ ସମସ୍ତେ ଚାହାନ୍ତି, ଆବଶ୍ୟକ ସ୍ଥଳେ କଲେଜ ଆଧାରରେ ସିଟ୍ ସଂଖ୍ୟା ବଢ଼ାଯିବ ବୋଲି କହିଲେ ମନ୍ତ୍ରୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.