Home Top News ବିଧାନସଭାରେ ପୌର ଆଇନ୍ ସଂଶୋଧନ ବିଲ୍ ଆଗତ

ବିଧାନସଭାରେ ପୌର ଆଇନ୍ ସଂଶୋଧନ ବିଲ୍ ଆଗତ

45

ଭୁବନେଶ୍ୱର ୬ ସେପ୍ଟେମ୍ବର (ଓଡ଼ିଆ ପୁଅ) ସୋମବାରଦିନ ବିଧାନସଭାରେ ଓଡ଼ିଶା ଗୁରୁତ୍ୱପୂର୍ଣ୍ଣ ଓଡିଶା ମ୍ୟୁନିସିପାଲିଟି ଆଇନ (ସଂଶୋଧନ) ବିଲ୍, ୨୦୨୧ ଅର୍ଥାତ୍ ପୌର ଆଇନ୍ ସଂଶୋଧନ ବିଲ୍ ଆଗତ ହୋଇଛି। ରାଜ୍ୟରେ ସହରାଞ୍ଚଳ ସ୍ଥାନୀୟ ନିର୍ବାଚନ ଆସନ୍ତା ବର୍ଷ ଆରମ୍ଭରେ ହେବାର ସମ୍ଭାବନା ରହିଛି। ତେବେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ନିର୍ବାଚନ ସଂରକ୍ଷଣକୁ ୫୦% ମଧ୍ୟରେ ରଖିବା ପାଇଁ ଆଇନର ସଂଶୋଧନ ଆବଶ୍ୟକ ଥିଲା। ଏହି ସଂଶୋଧନ ବିଲରେ ୫୦ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିଥିବା ବେଳେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଛି। ତେବେ ଏହି ସଂରକ୍ଷଣ ୫୦% ଅତିକ୍ରମ କରିବ ନାହିଁ ଏବଂ ଏଥିରେ ପଛୁଆ ବର୍ଗଙ୍କ ପାଇଁ ୨୭% ଭିତରେ ସଂରକ୍ଷଣ ରହିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.