Home ଓଡ଼ିଶା ନେତାଜୀ ଜୟନ୍ତୀରୁ ବିଜୁବାବୁଙ୍କ ଶ୍ରାଦ୍ଧ ଯାଏ ଓଡ଼ିଶା-ମୋ ପରିବାର ଜୀବନବିନ୍ଦୁର ରକ୍ତଦାନ ପାଇଁ ସ୍ଵତନ୍ତ୍ର ଅଭିଯାନ...

ନେତାଜୀ ଜୟନ୍ତୀରୁ ବିଜୁବାବୁଙ୍କ ଶ୍ରାଦ୍ଧ ଯାଏ ଓଡ଼ିଶା-ମୋ ପରିବାର ଜୀବନବିନ୍ଦୁର ରକ୍ତଦାନ ପାଇଁ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ ହେବ

55

ଭୁବନେଶ୍ୱର,୨୨.୧ (ଓଡ଼ିଆ ପୁଅ) : ଓଡ଼ିଶା-ମୋ ପରିବାର ତରଫରୁ ଜୀବନବିନ୍ଦୁ ରକ୍ତଦାନ ଜାନୁଆରୀ ୨୩ ନେତାଜୀ ଜୟନ୍ତୀ ଠାରୁ ଏପ୍ରିଲ ୧୭ ବିଜୁ ବାବୁଙ୍କ ଶ୍ରାଦ୍ଧତିଥି ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଅଭିଯାନ ଜରିଆରେ କାଲିଠାରୁ ଆରମ୍ଭ ହେଉଛି। ଏଥିପାଇଁ ଆବାହକ ଶ୍ରୀ ଅରୁପ ପଟ୍ଟନାୟକଙ୍କ ଆବାହକତ୍ତ୍ବରେ ଓଡ଼ିଶା-ମୋ ପରିବାର ଦାୟୀତ୍ୱରେ ଥିବା ବିଜେଡ଼ି ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ବିଜେଡ଼ି ସାଧରଣ ସଂପାଦକ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ଏହି ଅଭିଯାନକୁ ତ୍ବରାନ୍ବିତ କରିବା ପାଇଁ ଓଡ଼ିଶା-ମୋ ପରିବାର ସଭ୍ୟମାନଙ୍କ ଏକ ବୈଠକରେ ଚୂଡ଼ାନ୍ତ ରୂପରେଖ ବିଜେଡି ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କରାଯାଇଛି। ଏହି ସମୟ ପରିରେ ବର୍ଷକର ଧାର୍ଯ୍ୟ ଲକ୍ଷ୍ୟ ୧ ଲକ୍ଷ ୟୁନିଟର ଏକ ତୃତୀୟାଂଶ ପ୍ରାୟ ୩୩ହଜାର ୟୁନିଟ୍ ସର୍ବନିମ୍ନ ରକ୍ତ ସଂଗ୍ରହର ଲକ୍ଷ୍ୟ ନିଆଯାଇଛି।

ସେହିପରି ଓଡ଼ିଶା-ମୋ ପରିବାର ନେତାଜୀ ଜୟନ୍ତୀଠାରୁ ରୋଗୀମାନଙ୍କୁ ସାହଯ୍ୟ କରିବା ପାଇଁ ରାଜ୍ୟର ପ୍ରମୁଖ ଚିକିତ୍ସାଳୟରେ ସ୍ଵତନ୍ତ୍ର ସାହାଯ୍ୟ କେନ୍ଦ୍ର ବା ହେଲ୍ପ ଡେସ୍କ ସ୍ଥାପନ କରିବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ ହସ୍‌ପିଟାଲ ଓ ଭୁବନେଶ୍ୱର କ୍ୟାପିଟାଲ ହସ୍‌ପିଟାଲରେ କାଲିଠାରୁ ଏହା କାର୍ଯ୍ୟକାରୀ ହେବ। ସେଥିପାଇଁ କଟକ ବଡ଼ ମେଡ଼ିକାଲ ପାଇଁ ସନ୍ଦିପ ରଥ (୬୩୭ ୧୯୬୩୮୯୭) ଓ କ୍ୟାପିଟାଲ ହସପିଟାଲ ପାଇଁ ବିକାଶ ବେହେରା (୯୭୭୮୭୭୪୭୭୭) ନାମକ ଦୁଇଜଣଙ୍କୁ ନିୟୋଜିତ କରାଯାଇଛି।

କୋଭିର ସ୍ଥିତି ଗମ୍ଭୀର ଥିଲାବେଳେ ରାଜ୍ୟରେ ଆବଶ୍ୟକ ପଡୁଥିବା ରକ୍ତସଂଗ୍ରହକୁ ଏକ ଆହ୍ବାନ ଭାବେ ନେଇ ଓଡ଼ିଶା-ମୋ ପରିବାର ଆନୁକୁଲ୍ୟରେ ବିଭିନ୍ନ ଜିଲ୍ଲା ଓ କ୍ଷେତ୍ରୀୟ କର୍ମକର୍ତ୍ତା, ସ୍ଥାନୀୟ ବିଧାୟକ, ସାଂସଦ, ବିଜେଡି ଯୁବ, ଛାତ୍ର ଓ ମହିଳା ପ୍ରଭୃତି ଛାମୁଆ ସଂଗଠନ ତଥା ସ୍ୱେଚ୍ଛାସେବୀ ସଂଗଠନ ଗୁଡ଼ିକର ସକ୍ରୀୟ ଯୋଗଦାନରେ ରକ୍ତଦାନ ଶିବିର ସବୁ ଜିଲ୍ଲାରେ କରାଯାଇଥିଲା। ତଥାପି ଚାହିଦା ପୂରଣ କରିବା ପାଇଁ ଏବଂ ରକ୍ତଦାନ ପରିମାଣକୁ ଆଗେଇନେବା ପାଇଁ ଏହି ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏ ସଂପର୍କରେ ଗତ ଡିସେମ୍ବର ୨୨ ତାରିଖରେ ବିଜେଡି ସାଧାରଣ ପରିଷଦର ସମ୍ମିଳନୀରେ ରାଜ୍ୟ ସଭାପତିଙ୍କ ଅନୁମୋଦନରେ କାର୍ଯ୍ୟସୂଚୀର ଉପସ୍ଥାପନା ଓଡ଼ିଶା-ମୋ ପରିବାର ତରଫରୁ କରାଯାଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡିର ସାମାଜିକ ପ୍ରତିବଦ୍ଧତାର ଏହି ଗୁରୁତ୍ଵପୂର୍ଣ୍ଣ ଆହ୍ବାନକୁ ସଫଳ କରିବାପାଇଁ ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁର ସବୁ ଜିଲ୍ଲା ସଂଯୋଜକ, ରାଜ୍ୟସ୍ତରୀୟ କର୍ମକର୍ତ୍ତା, ବିଧାୟକ, ସାଂସଦ, ଛାମୁଆ ସଂଗଠନ ଯଥା ଯୁବ ବିଜେଡି, ଛାତ୍ର ବିଜେଡି, ମହିଳା ବିଜେଡିର ରାଜ୍ୟ କର୍ମକର୍ତ୍ତାଙ୍କୁ ଅନୁରୋଧ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.