Home ଓଡ଼ିଶା ଓଡ଼ିଶାକୁ ସର୍ବାଧିକ ୫୯୩୩. ୯୮ କୋଟି

ଓଡ଼ିଶାକୁ ସର୍ବାଧିକ ୫୯୩୩. ୯୮ କୋଟି

542

ବନୀକରଣ ଲାଗି କାମ୍ପା ପାଣ୍ଠିରୁ ୪୭, ୪୩୬ କୋଟି ଟଙ୍କା ଜାରି କଲେ କେନ୍ଦ୍ର ସରକାର

ନୂଆ ଦିଲ୍ଲୀ ୨୯-୮ (ଓଡ଼ିଆ ପୁଅ) ବିଭିନ୍ନ ରାଜ୍ୟରେ ବନୀକରଣ ଲାଗି କେନ୍ଦ୍ର ସରକାର କ୍ଷତିପୂରଣ ବନୀକରଣ ପାଣ୍ଠି ପରିଚାଳନା ଏବଂ ଯୋଜନା ପ୍ରାଧିକରଣ (କାମ୍ପା) ଯୋଜନା ଅଧୀନରେ ୪୭, ୪୩୬ କୋଟି ଟଙ୍କା ଜାରି କରିଛନ୍ତି। ଦେଶରେ ବନୀକରଣକୁ ପ୍ରୋତ୍ସାହନ ଏବଂ ସବୁଜ ଲକ୍ଷ୍ୟ ହାସଲ ଦିଗରେ ଏକ ବୃହତ ପଦକ୍ଷେପ ସ୍ୱରୂପ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡ଼େକର ଆଜି ଏହି ଅର୍ଥରାଶି ରାଜ୍ୟଗୁଡ଼ିକୁ ପ୍ରଦାନ କରିଥିଲେ। ଦେଶର ୨୭ଟି ରାଜ୍ୟକୁ ଜାରି ହୋଇଥିବା ଉପରୋକ୍ତ ପରିମାଣର ଅର୍ଥରାଶି ମଧ୍ୟରୁ ଓଡ଼ିଶାକୁ ସର୍ବାଧିକ ୫୯୩୩.୯୮କୋଟି ଟଙ୍କା ଦିଆଯାଇଛି।

ଏହି ଅବସରରେ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ବାବୁଲ ସୁପ୍ରିୟୋ ମଧ୍ୟ ଉପସ୍ଥିତ ଥିଲେ। ନୂଆଦିଲ୍ଲୀରେ ଆୟୋଜିତ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ଏବଂ ଅଧିକାରୀମାନଙ୍କ ଏକ ବୈଠକ ଅବସରରେ ପରିବେଶ ମନ୍ତ୍ରୀ ଶ୍ରୀ ଜାଭଡ଼େକର କହିଥିଲେ ଯେ ବନୀକରଣ ଲାଗି ରାଜ୍ୟ ବଜେଟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ଏବଂ ହସ୍ତାନ୍ତର ହୋଇଥିବା ଅର୍ଥରାଶି ରାଜ୍ୟ ବଜେଟ ଅତିରିକ୍ତ ହେବ। ସବୁରାଜ୍ୟ ଏହି ଅର୍ଥରାଶିକୁ ବନୀକରଣ କାର୍ଯ୍ୟକଳାପରେ ସୁବିନିଯୋଗ କରିବେ ବୋଲି ସେ ଆଶା ବ୍ୟକ୍ତ କରିଥିଲେ। ଫଳରେ ଜଙ୍ଗଲ ଓ ବୃକ୍ଷର ଘନତ୍ୱ ବୃଦ୍ଧି ଲାଗି ଜାତୀୟସ୍ତରରେ ଧାର୍ଯ୍ୟ ଯୋଗଦାନ (ଏନଡିସି) ଲକ୍ଷ୍ୟ ହାସଲରେ ଏହା ସହାୟକ ହୋଇପାରିବ। ବ୍ୟାପକ ବନୀକରଣ ଦ୍ୱାରା ୨୦୩୦ ସୁଦ୍ଧା ୨.୫ରୁ ୩ ବିଲିୟନ ଟନ ଅଙ୍ଗାରକାମ୍ଳ ଅବଶୋଷଣ ସମ୍ଭବ ହୋଇପାରିବ। କାମ୍ପା ପାଣ୍ଠିରୁ ମିଳୁଥିବା ଅର୍ଥର ଉପଯୋଗ ଦରମା ପରିଶୋଧ, ଯାତ୍ରା ଭତା, ଚିକିତ୍ସା ବ୍ୟୟ ଆଦି ଲାଗି କରାଯାଇପାରିବ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଜୋର ଦେଇ କହିଥିଲେ।

ପରିବେଶ ପରିସଂସ୍ଥାନରେ ସୁଧାର ଲାଗି ସରକାରଙ୍କ ପ୍ରୟାସ ଉପରେ ଆଲୋକପାତ କରି ଶ୍ରୀ ଜାଭଡ଼େକର କହିଥିଲେ ଯେ କ୍ଷତିପୂରଣ ବନୀକରଣ, ନଦୀ ଶଯ୍ୟା କ୍ଷେତ୍ରର ଉପଚାର, ବନ୍ୟପ୍ରାଣୀ ପରିଚାଳନା, ଜଙ୍ଗଲ ନିଅାଁର ନିୟନ୍ତ୍ରଣ, ଜଙ୍ଗଲରେ ମୃର୍ତିକା ଏବଂ ଆର୍ଦ୍ରତା ସଂରକ୍ଷଣ କାର୍ଯ୍ୟ, ବନ୍ୟ ଜୀବ ବାସସ୍ଥଳୀରେ ସୁଧାର, ଜୈବବିବିଧତା ଏବଂ ଜୈବ ସମ୍ବଳ ପରିଚାଳନା, ବନୀକରଣ କ୍ଷେତ୍ରରେ ଗବେଷଣା ଏବଂ କାମ୍ପା କାର୍ଯ୍ୟର ଅନୁଧ୍ୟାନ ଆଦି ଗୁରୁତ୍ୱପୂର୍ଣ୍ଣ ଗତିବିଧିରେ ମଧ୍ୟ ଏହି ପାଣ୍ଠିର ଉପଯୋଗ କରାଯାଇପାରିବ।

ରାଜ୍ୟର ନାମ ଟ୍ରାନ୍ସଫର କରାଯାଇଥିବା ଫଣ୍ଡ (କୋଟି ଟଙ୍କାରେ)
୧ – ଓଡିଶା ୫୯୩୩.୯୮
୨ – ଛତିଶଗଡ଼ ୫୭୯୧.୭୦
୩ – ମଧ୍ୟ ପ୍ରଦେଶ ୫୧୯୬.୬୯
୪ – ଝାରଖଣ୍ଡ ୪୧୫୮.୦୨
୫ – ମହାରାଷ୍ଟ୍ର ୩୮୪୪.୨୪
୬ – ତେଲେଙ୍ଗାନା ୩୧୧୦.୩୮
୭ – ଉତ୍ତରାଖଣ୍ଡ ୨୬୭୫.୦୯
୮ – ଉତ୍ତର ପ୍ରଦେଶ ୧୮୧୯.୬୩
୯ – ରାଜସ୍ଥାନ ୧୭୪୮.୨୬
୧୦ – ଆନ୍ଧ୍ର ପ୍ରଦେଶ ୧୭୩୪.୮୧
୧୧ – ହିମାଞ୍ଚଳ ପ୍ରଦେଶ ୧୬୬୦.୭୨
୧୨ ଅରୁଣାଚଲ ପ୍ରଦେଶ ୧୫୮୮.୭୨
୧୩ – ଗୁଜରାତ ୧୪୮୪.୬୦
୧୪ – କର୍ଣ୍ଣାଟକ ୧୩୫୦.୩୭
୧୫ – ହରିଆଣା ୧୨୮୨.୬୫
୧୬ ପଞ୍ଜାବ ୧୦୪୦.୮୪
୧୭ – ଆସମ ୫୬୦.୮୧
୧୮ ବିହାର ୫୨୨.୯୫
୧୯ – ସିକ୍କିମ ୩୯୨.୩୬
୨୦ ମଣିପୁର ୩୦୯.୭୬
୨୧ – ଗୋଆ ୨୩୮.୧୬
୨୨ ପଶ୍ଚିମ ବଙ୍ଗ ୨୩୬.୪୮
୨୩ – ମିଜୋରମ ୨୧୨.୯୮
୨୪ – ତ୍ରିପୁରା ୧୮୩.୬୫
୨୫ – ମେଘାଲୟ ୧୬୩.୩୧
୨୬ – ତାମିଲନାଡୁ ୧୧୩.୪୨
୨୭ – କେରଳ ୮୧.୫୯
ସଂପୂର୍ଣ୍ଣ ୪୭୪୩୬.୧୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.