Home Coronavirus Outbreak ଆସିଗଲା କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ...

ଆସିଗଲା କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ ମୃତ ଏବଂ କେତେ ସକ୍ରିୟ – ୪, ଜୁଲାଇ

266

ଭୁବନେଶ୍ୱର ୦୪-୭ (ଓଡ଼ିଆ ପୁଅ) ରାଜ୍ୟରେ ଆଉ ୪୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୪ ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ରାଜ୍ୟରେ କରୋନା ନେଲା ୬ ମୁଣ୍ଡ। ରାଜ୍ୟରେ ୫କରୋନା ଆକ୍ରାନ୍ତଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ତେବେ ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୩୪ କୁ ବୃଦ୍ଧି ପାଇଛି। ଅନ୍ୟ କାରଣରୁ ମଧ୍ୟ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଅନ୍ୟ କାରଣରୁ ମଧ୍ୟ ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ତେବେ ଆଜି ମୋଟରେ ୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍ ରେ କୁହାଯାଇଛି। ମୃତକମାନଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମ ଜିଲ୍ଲାରୁ ହୋଇଥିବା ବେଳେ ୨ ଜଣ ଖୋର୍ଦ୍ଧା ଜିଲ୍ଲାର। ଅନ୍ୟ କାରଣରୁ ଯେଉଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ସେ କଟକ ଜିଲ୍ଲାର।

ମୃତକ ମାନେ ହେଲେ

୧ – ଭୁବନେଶ୍ୱରର ୫୧ ବର୍ଷ ବୟସ୍କ ପୁରୁଷ, ପ୍ଲୁରାଲ୍ ଯକ୍ଷ୍ମା ରୋଗରେ ପୀଡିତ ଥିଲେ।

୨ – ଭୁବନେଶ୍ୱରର ୬୪ ବର୍ଷ ବୟସ୍କ ପୁରୁଷ, ସେ ମଧୁମେହରେ ପୀଡିତ ଥିଲେ।

୩ – ଗଞ୍ଜାମର ୫୦ ବର୍ଷ ବୟସ୍କ ପୁରୁଷ, ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୪ – ଗଞ୍ଜାମର ୨୭ ବର୍ଷ ବୟସ୍କ ପୁରୁଷ।

୫ – ଗଞ୍ଜାମର ୩୫ ବର୍ଷ ବୟସ୍କ ପୁରୁଷ।

ଆଜି ଚିହ୍ନଟ ନୂଆ ଆକ୍ରାନ୍ତ ୪୯୫ ଜଣଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୫୫ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୪୦ ଜଣ ଚିହ୍ନଟ ହୋଇଛନ୍ତି। ଗତକାଲି ସୁସ୍ଥ ହୋଇଥିଲେ ୨୦୩ ଜଣ। ତେବେ ରାଜ୍ୟରେ ଏ ପର୍ଯ୍ୟନ୍ତ ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୨୮୭୦୯୦ ଏବଂ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧ କୁ ବୃଦ୍ଧି ପାଇଛି। ମୋଟ ସୁସ୍ଥ ହେଲେଣି ୫୭୦୫ ଜଣ ଏବଂ ଏବେ ସକ୍ରୀୟ ଆକ୍ରାନ୍ତ ଅଛନ୍ତି ୨୮୫୩ ଜଣ।

ଆଜି ଚିହ୍ନଟ ନୂଆ ୪୯୫ ଆକ୍ରାନ୍ତଙ୍କ ମଧ୍ୟରୁ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୧- ଅନୁଗୁଳ ଜିଲ୍ଲାରୁ – ୨୪
୨- ବାଲେଶ୍ୱର ଜିଲ୍ଲାରୁ – ୧୩
୩- ବରଗଡ଼ ଜିଲ୍ଲାରୁ – ୨
୪- ଭଦ୍ରକ ଜିଲ୍ଲାରୁ – ୧୨
୫- କଟକ ଜିଲ୍ଲାରୁ – ୧୩
୬- ଢେଙ୍କାନାଳ ଜିଲ୍ଲାରୁ – ୧
୭- ଗଜପତି ଜିଲ୍ଲାରୁ – ୭
୮- ଗଞ୍ଜାମ ଜିଲ୍ଲାରୁ – ୨୧୬
୯- ଜଗତସିଂହପୁର ଜିଲ୍ଲାରୁ – ୧୨
୧୦- ଯାଜପୁର ଜିଲ୍ଲାରୁ – ୧
୧୧- ଝାରସୁଗୁଡ଼ା ଜିଲ୍ଲାରୁ – ୮
୧୨- କନ୍ଧମାଳ ଜିଲ୍ଲାରୁ – ୮
୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୧
୧୪- କେନ୍ଦୁଝର ଜିଲ୍ଲାରୁ – ୫
୧୫- ଖୋର୍ଦ୍ଦା ଜିଲ୍ଲାରୁ – ୫୦
୧୬- କୋରାପୁଟ ଜିଲ୍ଲାରୁ – ୫
୧୭- ମାଲକାନଗିରି : ୫
୧୮- ମୟୁରଭଞ୍ଜ ଜିଲ୍ଲାରୁ – ୨୮
୧୯- ନବରଙ୍ଗପୁରରୁ : ୧୧
୨୦- ନୟାଗଡ଼ ଜିଲ୍ଲାରୁ – ୧
୨୧- ପୁରୀ ଜିଲ୍ଲାରୁ – ୧୮
୨୨- ସମ୍ବଲପୁର ଜିଲ୍ଲାରୁ – ୬
୨୩- ସୋନପୁର ଜିଲ୍ଲାରୁ – ୨
୨୪- ସୁନ୍ଦରଗଡ଼ ଜିଲ୍ଲାରେ: ୩୬

ଜିଲ୍ଲାୱାରୀ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୯୫ [+୨୪] ଜଣ ସଂକ୍ରମିତ ହୋଇଥିବା ବେଳେ ୩୭ [+୨୪] ଜଣ ସକ୍ରୀୟ ଅଛନ୍ତି। ୫୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୩୯୦ [+୧୩] ଜଣ ସଂକ୍ରମିତ ହୋଇଥିବା ବେଳେ ୮୦ [+୧୩] ଜଣ ସକ୍ରୀୟ ଅଛନ୍ତି। ୩୦୯ ଜଣ ସୁସ୍ଥ ହୋଇଛନ୍ତି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ଼ ଜିଲ୍ଲାରେ ୧୩୩ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୬୮ [+୨] ଜଣ ସକ୍ରୀୟ ଅଛନ୍ତି। ୬୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୨୪୫ [+୧୨] ଜଣ ସଂକ୍ରମିତ ହୋଇଥିବା ବେଳେ ୨୧ [+୧୨] ଜଣ ସକ୍ରୀୟ ଅଛନ୍ତି। ୨୨୪ ଜଣ ସୁସ୍ଥ ହୋଇଛନ୍ତି।

ବଲାଙ୍ଗୀର ଜିଲ୍ଲାରେ ୨୧୩ ଜଣ ସଂକ୍ରମିତ ହୋଇଥିବା ବେଳେ ୬୦ ଜଣ ସକ୍ରୀୟ ଅଛନ୍ତି। ୧୫୩ ଜଣ ସୁସ୍ଥ ହୋଇଛନ୍ତି।

ବୌଦ୍ଦ ଜିଲ୍ଲାରେ ୪୫ ଜଣ ସଂକ୍ରମିତ ହୋଇଥିବା ବେଳେ ୫ ଜଣ ସକ୍ରୀୟ ଅଛନ୍ତି। ୪୦ ଜଣ ସୁସ୍ଥ ହୋଇଛନ୍ତି।

କଟକ ଜିଲ୍ଲାରେ ୭୧୫ [+୧୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୦୦ [+୧୨] ଜଣ ସକ୍ରୀୟ ଅଛନ୍ତି। ୫୦୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ [+୧] ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୬୨ ଜଣ ସଂକ୍ରମିତ ହୋଇଥିବା ବେଳେ ୨୦ ଜଣ ସକ୍ରୀୟ ଅଛନ୍ତି। ୪୨ ଜଣ ସୁସ୍ଥ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ୮୪ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୮ [+୧] ଜଣ ସକ୍ରୀୟ ଅଛନ୍ତି। ୬୬ ଜଣ ସୁସ୍ଥ ହୋଇଛନ୍ତି।

ଗଜପତିଜିଲ୍ଲାରେ ୪୪୯ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୨୧୮ [+୭] ଜଣ ସକ୍ରୀୟ ଅଛନ୍ତି। ୨୩୧ ଜଣ ସୁସ୍ଥ ହୋଇଛନ୍ତି।

ଗଞ୍ଜାମ ଜିଲ୍ଲାରେ ୨, ୦୬୬ [+୨୧୬] ଜଣ ସଂକ୍ରମିତ ହୋଇଥିବା ବେଳେ ୯୧୭ [+୨୧୩] ଜଣ ସକ୍ରୀୟ ଅଛନ୍ତି। ୧, ୧୨୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୦ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୩୧୭ [+୧୨] ଜଣ ସଂକ୍ରମିତ ହୋଇଥିବା ବେଳେ ୯୦ [+୧୨] ଜଣ ସକ୍ରୀୟ ଅଛନ୍ତି। ୨୨୭ ଜଣ ସୁସ୍ଥ ହୋଇଛନ୍ତି।

ଯାଜପୁର ଜିଲ୍ଲାରେ ୫୪୧ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୦ [+୧] ଜଣ ସକ୍ରୀୟ ଅଛନ୍ତି। ୩୯୧ ଜଣ ସୁସ୍ଥ ହୋଇଛନ୍ତି।

ଝାରସୁଗୁଡ଼ା ଜିଲ୍ଲାରେ ୧୨୮ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୭୯ [+୮] ଜଣ ସକ୍ରୀୟ ଅଛନ୍ତି। ୪୯ ଜଣ ସୁସ୍ଥ ହୋଇଛନ୍ତି।

କଳାହାଣ୍ଡି ଜିଲ୍ଲାରେ ୭୬ ଜଣ ସଂକ୍ରମିତ ହୋଇଥିବା ବେଳେ ୬ ଜଣ ସକ୍ରୀୟ ଅଛନ୍ତି। ୭୦ ଜଣ ସୁସ୍ଥ ହୋଇଛନ୍ତି।

କନ୍ଧମାଳ ଜିଲ୍ଲାରେ ୧୮୬ [+୮] ଜଣ ସଂକ୍ରମିତ ହୋଇଥିବା ବେଳେ ୮ [+୮] ଜଣ ସକ୍ରୀୟ ଅଛନ୍ତି। ୧୭୮ ଜଣ ସୁସ୍ଥ ହୋଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲାରେ ୨୬୪ [+୧୧] ଜଣ ସଂକ୍ରମିତ ହୋଇଥିବା ବେଳେ ୩୮ [+୧୧] ଜଣ ସକ୍ରୀୟ ଅଛନ୍ତି। ୨୨୬ ଜଣ ସୁସ୍ଥ ହୋଇଛନ୍ତି।

କେନ୍ଦୁଝର ଜିଲ୍ଲାରେ ୧୫୭ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୬୧ [+୫] ଜଣ ସକ୍ରୀୟ ଅଛନ୍ତି। ୯୬ ଜଣ ସୁସ୍ଥ ହୋଇଛନ୍ତି।

ଖୋର୍ଦ୍ଦା ଜିଲ୍ଲାରେ ୯୪୪ [+୫୦] ଜଣ ସଂକ୍ରମିତ ହୋଇଥିବା ବେଳେ ୨୩୨ [+୪୮] ଜଣ ସକ୍ରୀୟ ଅଛନ୍ତି। ୭୦୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୫୭ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୩୨ [+୫] ଜଣ ସକ୍ରୀୟ ଅଛନ୍ତି। ୨୫ ଜଣ ସୁସ୍ଥ ହୋଇଛନ୍ତି।

ମାଲକାନଗିରି ଜିଲ୍ଲାରେ ୧୧୧ [+୫] ଜଣ ସଂକ୍ରମିତ ହୋଇଥିବା ବେଳେ ୫୮ [+୫] ଜଣ ସକ୍ରୀୟ ଅଛନ୍ତି। ୫୩ ଜଣ ସୁସ୍ଥ ହୋଇଛନ୍ତି।

ମୟୁରଭଞ୍ଜ ଜିଲ୍ଲାରେ ୨୫୩ [+୨୮] ଜଣ ସଂକ୍ରମିତ ହୋଇଥିବା ବେଳେ ୯୨ [+୨୮] ଜଣ ସକ୍ରୀୟ ଅଛନ୍ତି। ୧୬୦ ଜଣ ସୁସ୍ଥ ହୋଇଛନ୍ତି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୫୩ [+୧୧] ଜଣ ସଂକ୍ରମିତ ହୋଇଥିବା ବେଳେ ୩୯ [+୧୧] ଜଣ ସକ୍ରୀୟ ଅଛନ୍ତି। ୧୩ ଜଣ ସୁସ୍ଥ ହୋଇଛନ୍ତି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୧୬୪ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୩୫ [+୧] ଜଣ ସକ୍ରୀୟ ଅଛନ୍ତି। ୧୨୯ ଜଣ ସୁସ୍ଥ ହୋଇଛନ୍ତି।

ନୂଆପଡ଼ା ଜିଲ୍ଲାରେ ୮୨ ଜଣ ସଂକ୍ରମିତ ହୋଇଥିବା ବେଳେ ୪ ଜଣ ସକ୍ରୀୟ ଅଛନ୍ତି। ୭୮ ଜଣ ସୁସ୍ଥ ହୋଇଛନ୍ତି।

ପୁରୀ ଜିଲ୍ଲାରେ ୨୯୧ [+୧୮] ଜଣ ସଂକ୍ରମିତ ହୋଇଥିବା ବେଳେ ୭୪ [+୧୮] ଜଣ ସକ୍ରୀୟ ଅଛନ୍ତି। ୨୧୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୧୧୫ ଜଣ ସଂକ୍ରମିତ ହୋଇଥିବା ବେଳେ ୯୩ ଜଣ ସକ୍ରୀୟ ଅଛନ୍ତି। ୨୨ ଜଣ ସୁସ୍ଥ ହୋଇଛନ୍ତି।

ସମ୍ବଲପୁର ଜିଲ୍ଲାରେ ୭୦ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୩୪ [+୬] ଜଣ ସକ୍ରୀୟ ଅଛନ୍ତି। ୩୬ ଜଣ ସୁସ୍ଥ ହୋଇଛନ୍ତି।

ସୋନପୁର ଜିଲ୍ଲାରେ ୩୯ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୪ [+୨] ଜଣ ସକ୍ରୀୟ ଅଛନ୍ତି। ୩୫ ଜଣ ସୁସ୍ଥ ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ୨୫୬ [+୩୬] ଜଣ ସଂକ୍ରମିତ ହୋଇଥିବା ବେଳେ ୮୦ [+୩୬] ଜଣ ସକ୍ରୀୟ ଅଛନ୍ତି। ୧୭୬ ଜଣ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.