Home Coronavirus Outbreak ରାଜ୍ୟରେ ୧୦୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା – ଆଜି ପୁଣି ୬ ଆକ୍ରାନ୍ତ ଯାଜପୁରରୁ

ରାଜ୍ୟରେ ୧୦୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା – ଆଜି ପୁଣି ୬ ଆକ୍ରାନ୍ତ ଯାଜପୁରରୁ

366

ଭୁବନେଶ୍ୱର ୨୫-୪ (ଓଡ଼ିଆ ପୁଅ) : ଯାଜପୁର ଜିଲ୍ଲାରେ ପୁଣି ୬ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ଏହି ୬ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ କୁ ଛୁଇଁଛି। ଏ ନେଇ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଆକ୍ରାନ୍ତମାନଙ୍କ ବୟସ ଯଥାକ୍ରମେ ୨୩,୪୯,୫୨, ୫୭ ଏବଂ ୩୯ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ କୁ ବୃଦ୍ଧି ପାଇଥିବାବେଳେ ସେଥିମଧ୍ୟରୁ ୩୪ଜଣ ସୁସ୍ଥ ହୋଇସାରିଛନ୍ତି। ଜଣେ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬୫ ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ଚାଲିଛି।

ତେବେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ୧୦ ଜିଲ୍ଲା ମଧ୍ୟରୁ ୫ ଜିଲ୍ଲା ଏବେ କରୋନା ମୁକ୍ତ ହୋଇଛି ବୋଲି ଟ୍ୱିଟ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ। ଏହି ସବୁ ଜିଲ୍ଲା ଗୁଡିକ ହେଲା କଳାହାଣ୍ଡି, ସୁନ୍ଦରଗଡ଼, କଟକ, ପୁରୀ ଓ ଢ଼େଙ୍କାନାଳ।

ସୂଚନାଯୋଗ୍ୟ, ରାଜ୍ୟର ୧୦୦ ଆକ୍ରାନ୍ତଙ୍କ ମଧ୍ୟରୁ ୩୪ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଯାଜପୁରରୁ ନୂଆ ୬ ଜଣ ଆକ୍ରାନ୍ତ ବାହାରିବା ପରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୫ କୁ ପହଞ୍ଚିଛି। ୧୦୦ ଆକ୍ରାନ୍ତ ମଧ୍ୟରେ ରହିଛନ୍ତି ୭୩ ଜଣ ପୁରୁଷ ଏବଂ ୨୩ ଜଣ ମହିଳା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.