Home ଓଡ଼ିଶା ପ୍ରକାଶ ପା​ଇଲା ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ, ପାସ ହାର ୭୪.୯୫%

ପ୍ରକାଶ ପା​ଇଲା ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ, ପାସ ହାର ୭୪.୯୫%

116

ଭୁବନେଶ୍ୱର ୧୯-୮ (ଓଡ଼ିଆ ପୁଅ) ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE), ଓଡ଼ିଶା ଆଜି ବାଣିଜ୍ୟ ଷ୍ଟ୍ରିମର ପ୍ଲସ୍-ଦୁଇ ଫଳାଫଳ ଘୋଷଣା କରିଛି। ଫଳାଫଳ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଘୋଷଣା କରିଛନ୍ତି। ୨୦୨୦ ରେ ମୋଟ ୨୫, ୭୭୨ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ ସେଥିମଧ୍ୟରୁ ୧୯, ୩୧୮ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ମୋଟ ପାସ୍ ପ୍ରତିଶତ ୭୪.୯୫ ପ୍ରତିଶତ ହୋଇଛି।

ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୮୮. ୭୦ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି ଏବଂ ଏହି ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଦେବଡ଼ ଜିଲ୍ଲାରେ ସର୍ବନିମ୍ନ ୩୪.୧୭ ପ୍ରତିଶତ ପାସ ହାର ରହିଛି। ରାଜ୍ୟରେ ଚଳିତ ବର୍ଷ ପୂର୍ବ ବର୍ଷ ଅପେକ୍ଷା ୪.୬୯ ପ୍ରତିଶତ ପାସ ହାର ବୃଦ୍ଧି ପାଇଛି।

୬୬୧୦ ଜଣ ପିଲା ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୪୨୫୯  ପିଲା ଦ୍ୱିତୀୟ ଶ୍ରେଣୀ ଓ ୮୩୬୧ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି।

ପରୀକ୍ଷାରେ, ୯୦ ପ୍ରତିଶତରେ ୪୦ ପିଲା ରହିଛନ୍ତି।

ଏହା ସହ ଶିକ୍ଷକ ଶିକ୍ଷୟତ୍ରୀ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ।

ରାଜ୍ୟର ୨୯ଟି ସ୍କୁଲରେ ପାସ୍ ହାର ଶତ ପ୍ରତିଶତ ହୋଇଥିବାବେଳେ ୨ଟି ସ୍କୁଲରେ ପାସହାର୍ ଶୂନ ରହିଛି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।

ପୂର୍ବରୁ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ କଳାର ରେଜଲ୍ଟ କେବେ ବାହାରିବ ସେଇ ଆଶଙ୍କା ରଖାଯାଇଥିଲା ଏହାର ଉତ୍ତର ରଖିଛନ୍ତି ମନ୍ତ୍ରୀ। ଖାତା ଦେଖା ସରିଛି, ଆଗଷ୍ଟ ଶେଷ ସପ୍ତାହରେ ବାହାରିପାରେ କଳା ରେଜଲ୍ଟ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

ମାର୍ଚ୍ଚ ୩ରୁ ୧୧୪୩ କେନ୍ଦ୍ରରେ ଆରମ୍ଭ ହୋଇଥିଲା ପରୀକ୍ଷା। ପ୍ରାୟ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଦେଇଥିଲେ। କରୋନା କଟକଣାରେ ଜୁନ୍ ୧ରୁ ଖାତାଦେଖା ଆରମ୍ଭ ହୋଇଥିଲା। ଅଗଷ୍ଟ ୩୧ ସୁଦ୍ଧା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ଫଳ ପ୍ରକାଶ ପାଇବ। ଚଳିତବର୍ଷ ଯୁକ୍ତ ୨ ରେ ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଗତ ୧୨ ତାରିଖରେ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇଥିଲା।

ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟର ଖାତା ରିଚେକିଂ ଅଗଷ୍ଟ ୨୧ ରୁ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ଚାଲିବ ବୋଲି ମନ୍ତ୍ରୀ କହିଛନ୍ତି।

ଛାତ୍ରୀଛାତ୍ରମାନେ www.orissaresults.nic.in କିମ୍ବା examresults.net ୱେବ୍‌ସାଇଟ୍‌ରେ ନିଜ ନିଜର ପରୀକ୍ଷାଫଳ ଦେଖିପାରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.