Home Top News ମନମୋହନ ସଭାପତି ହେବା ପରେ ଟେନ୍ସନରେ ବିଜେପିର ଏକ ନିର୍ଦ୍ଦିଷ୍ଟ ମୋର୍ଚ୍ଚା!

ମନମୋହନ ସଭାପତି ହେବା ପରେ ଟେନ୍ସନରେ ବିଜେପିର ଏକ ନିର୍ଦ୍ଦିଷ୍ଟ ମୋର୍ଚ୍ଚା!

118

ଭୁବନେଶ୍ୱର: ମନମୋହନ ସାମଲ ରାଜ୍ୟ ସଭାପତି ଭାବରେ ନିଯୁକ୍ତ ହେବା ପରେ ଓଡ଼ିଶା ବିଜେପିରେ ଏକ ନୀରବ ଝଡ଼ ଆସିଯାଇଛି। ଏପରି ନିଷ୍ପତ୍ତି ପ୍ରାୟ ସମସ୍ତଙ୍କ ପାଇଁ ଅପ୍ରୟାସିତ ଥିଲା। ନିଜ ଅଞ୍ଚଳରେ, ନିଜ ୱାର୍ଡରେ ନିଜର କିଛି ପରିଚୟ ନଥିବା ଏବଂ କେବଳ ଖୋସାମତି, ଚାଟୁକାରୀ କରି ପଦପଦବୀ ସବୁକୁ ଜାବୁଡ଼ି ଧରି ବସିଥିବା ଲୋକ ଏବେ ମନମୋହନ ସଭାପତି ହେବା ପରେ ସେମାନେ ନିଜ ନିଜ ଭାଗ୍ୟ ଭବିଷ୍ୟତକୁ ନେଇ ଟେନ୍ସନ ହୋଇଯାଇଛନ୍ତି। ଏପରି ଗୋଷ୍ଠୀ ଲୋକ ନିଜ ନିଜ ପାଇଁ ନିଜ ନିଜର ମଧ୍ୟ ଏକ ଗୋଷ୍ଠୀ କରିଛନ୍ତି। ଏହି ଚାଟୁକାର ଗୋଷ୍ଠୀ (ଚାଟୁକାର ମୋର୍ଚ୍ଚା) ଏବେ ବଡ଼ ବିଚଳିତ ହୋଇଯାଇଛନ୍ତି। ଧର୍ମେନ୍ଦ୍ର ମାନେ ବିଜେପି, ଧର୍ମେନ୍ଦ୍ର କୁଆଡ଼େ ତାଙ୍କର ଭାତହାଣ୍ଡି ବୋଲି କହି ଦଳ ଭିତରେ କେହି ଧର୍ମେନ୍ଦ୍ରଙ୍କ ଖୋସାମତି ବିନା ଆଉ କିଛି ଭିନ୍ନ କଥା କହିଲେ ସେମାନେ ଖିଙ୍କାରି ହୁଅନ୍ତି। ଧର୍ମେନ୍ଦ୍ରଙ୍କ ସମର୍ଥକ ଭାବରେ ଦେଖାଇ ହେବାକୁ ଯାଇ ଏମାନେ ଅତ୍ୟନ୍ତ ନୀଚ ସ୍ତରକୁ ଯାଇ ନିଜ ଦଳୀୟ ଲୋକ କିମ୍ୱା ଦଳର ଶୁଭେଚ୍ଛୁ ମାନଙ୍କୁ ମଧ୍ୟ ଗେଣ୍ଡାଳିଆ, କୁକୁର କହି ଗାଳି କରୁଛନ୍ତି। ଧର୍ମେନ୍ଦ୍ରଙ୍କୁ ସମର୍ଥନ ଦିଅ ନହଲେ ଦଳ ଛାଡ଼ ବୋଲି ଧମକ ଦେଉଛନ୍ତି। ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଚାଟୁକାର ମୋର୍ଚ୍ଚାରୁ ଉତ୍ପନ ଏମାନେ ସବୁ ବାସ୍ତବରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଅହେତୁକ କ୍ଷତି କରି ଚାଲିଛନ୍ତି। ଧର୍ମେନ୍ଦ୍ର ଏହା ବୁଝିବାର ଅଛି “ତୋଷାମଦକାରୀ କ୍ଷିପ୍ର ଶ୍ୱାନ ପରି ସହଜେ ଜଣାନ’ଯାଏ, ଭୃତ୍ୟଭାବ ଧରି ଗୋଡ଼ ଚାଟୁଚାଟୁ ବିଷ ଲେପି ଦେଇଥାଏ।”
-/Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.