Home Top News ସଭାପତିଙ୍କୁ ସ୍ୱାଗତ କରିବା ମର୍ଯ୍ୟଦା ଭୁଲିଗଲା ବିଜେପି!

ସଭାପତିଙ୍କୁ ସ୍ୱାଗତ କରିବା ମର୍ଯ୍ୟଦା ଭୁଲିଗଲା ବିଜେପି!

130

ଭୁବନେଶ୍ୱର: ଇତି ମଧ୍ୟରେ ବିଜେପି ରାଜ୍ୟ ସଭାପତି ବଦଳି ଯାଇଛନ୍ତି। ସମୀର ମହାନ୍ତିଙ୍କୁ ଅପସାରିତ କରାଯାଇ ମନମୋହନ ସାମଲ ହୋଇଛନ୍ତି ଓଡ଼ିଶା ବିଜେପିର ନବନିଯୁକ୍ତ ରାଜ୍ୟ ସଭାପତି। କେନ୍ଦ୍ର ପକ୍ଷରୁ ଘୋଷଣା ପରେ ରାଜ୍ୟ କାର୍ଯ୍ୟାଳୟରେ ନବନିଯୁକ୍ତ ସଭାପତିଙ୍କ ଉଦ୍ଦେଶ୍ୟରେ କରାଯାଇଥିଲା ଏକ ସମ୍ବର୍ଦ୍ଧନା ସଭା। ଏହାପରେ ଏବେ ମନମୋହନ ସାମଲ ଦିଲ୍ଲୀ ଯାଇଥିଲେ। ଦିଲ୍ଲୀ ଯାଇ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ସାକ୍ଷାତ ଆଲୋଚନା କରିଥିଲେ। ଆଲୋଚନା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଥିଲା। ଦଳକୁ ପୁନଃ ମଜଭୁତ କରିବା ଏବଂ ରାଜ୍ୟକୁ ଡବଲ୍ ଇଞ୍ଜିନ୍ ବିକାଶ ପଥରେ ନେବା ସହ ଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଲେ। ଏହା ସହ ଅନ୍ୟାନ୍ୟ କିଛି କେନ୍ଦ୍ରୀୟ ନେତୃତ୍ୱଙ୍କ ସହିତ ଭେଟି ସାଙ୍ଗଠନିକ ଚର୍ଚ୍ଚା ଆଲୋଚନା କରି ଓଡ଼ିଶା ଫେରିଲେ ମନମୋହନ। ରାଜ୍ୟ ସଭାପତି ହେବା ପରେ ମନମୋହନ ପ୍ରଥମ ଥର ଦିଲ୍ଲୀ ଯାଇ ଦଳର ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ସାକ୍ଷାତ ଆଲୋଚନା କରି ଓଡ଼ିଶା ଫେରିଲେ। କିନ୍ତୁ, ମନମୋହନଙ୍କୁ ସ୍ୱାଗତ କରିବାକୁ ଯିବାର ରାଜ୍ୟର ସେମିତି କୌଣସି ନେତୃତ୍ୱଙ୍କୁ ଦେଖିବାକୁ ମିଳିଲାନି! ନିଜ ଦଳର ରାଜ୍ୟ ସଭାପତିଙ୍କୁ ସ୍ୱାଗତ କରିବାର ମର୍ଯ୍ୟଦା ଭୁଲିଗଲା ରାଜ୍ୟ ବିଜେପି!ଯେତେବେଳେ କି ସେମିତି କୌଣସି ନେତାନେତ୍ରୀ ଆସିଲେ ରାଜ୍ୟ ବିଜେପିରେ ଗଣ୍ଡାଏ ନେତାନେତ୍ରୀ ଅଛନ୍ତି, ଯିଏ ସ୍ୱାଗତ କରିବାକୁ ଯାଇ ନିଜ ନିଜ ଭିତରେ ଠେଲାପେଲା, ଧକ୍କା ମରାମରି ହୋଇଯାଆନ୍ତି। ଆଉ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ତ’ ଭିନ୍ନ। ସେ ବୋଧେ ଦିନକୁ ଦୁଇ ଥର ଆସିଲେ, ଏମାନେ ମଧ୍ୟ ତାଙ୍କୁ ଦୁଇଥର ସ୍ୱାଗତ କରିବାକୁ ଯିବେ! କିନ୍ତୁ, ମନମୋହନ ସାମଲଙ୍କୁ ସ୍ୱାଗତ କରିବେ କ’ଣ? ନିଜ ଦଳର ରାଜ୍ୟ ସଭାପତି, ନିଜ ଦଳର ସର୍ବୋଚ୍ଚ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାର ଫଟୋଟିଏ ମଧ୍ୟ ଏମାନେ ଅଧିକାଂଶ କେହି ସୋସିଆଲ୍ ମିଡିଆରେ ପୋଷ୍ଟ୍ କଲେ ନାହିଁ। ଉପରୁ ନିର୍ଦ୍ଦେଶ ପାଇ ନାଁ, ଭଲେଇ ହେବାକୁ ବା ଆନୁଗତ୍ୟ ଦେଖାଇ ହେବାକୁ ପୋଷ୍ଟ୍ କଲେନି, କି ସ୍ୱାଗତ କରିବାକୁ ଗଲେନି ତାହା ଭିନ୍ନ କଥା! କିନ୍ତୁ, ଏହି କଥା ଯଦି କେହି କହେ, ଦଳରେ ତାକୁ କୁହାଯାଏ ଦଳ ବିରୋଧୀ!!
-/Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.