Home ଓଡ଼ିଶା ନିଟ ପରୀକ୍ଷା ସ୍ଥଗିତ ନେଇ ଉଠିଥିବା ଗୁଜବ ସମ୍ପର୍କରେ ଏନଟିଏର ସ୍ପଷ୍ଟିକରଣ – ଏପରି କୌଣସି...

ନିଟ ପରୀକ୍ଷା ସ୍ଥଗିତ ନେଇ ଉଠିଥିବା ଗୁଜବ ସମ୍ପର୍କରେ ଏନଟିଏର ସ୍ପଷ୍ଟିକରଣ – ଏପରି କୌଣସି ନିଷ୍ପତ୍ତି ନିଆଯାଇନଥିବା ନେଇ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କୁ ଜଣାଇଲା ଏନଟିଏ

96

ନୂଆ ଦିଲ୍ଲୀ ୧୯-୬ (ଓଡ଼ିଆ ପୁଅ) ଜୁନ ୧୫ ତାରିଖ ଦିନ ନିଟ ପରୀକ୍ଷା ସ୍ଥଗିତ ରହିବା ନେଇ ଏକ ଭିତ୍ତିହୀନ ସର୍ବସାଧାରଣ ନୋଟିସ ଜାତୀୟ ପରୀକ୍ଷା ସଂସ୍ଥା (ଏନଟିଏ)ର ନଜରକୁ ଆସିଛି। ଏହା ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି।

ଏନଟିଏ ଏହାକୁ ଗୁରୁତ୍ଵର ସହ ଗ୍ରହଣ କରି ଏଭଳି ଗୁଜବର ଉତ୍ସକୁ ଠାବ କରିବା ପାଇଁ ତଦନ୍ତ ଜାରି ରଖିଛି। ଏପରି ଜନବିରୋଧୀ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତ ପରୀକ୍ଷାର୍ଥୀ, ସେମାନଙ୍କ ଅଭିଭାବକ ଓ ସର୍ବସାଧାରଙ୍କ ଗୋଚରାର୍ଥେ ଜଣାଇଦିଆଯାଉଛି ଯେ, ଏପରି କୌଣସି ନିଷ୍ପତ୍ତି ଏନଟିଏ କିମ୍ବା ଏଥିସହ ସଂଶ୍ଳିଷ୍ଟ କୌଣସି ସଂସ୍ଥା ଦ୍ଵାରା ନିଆଯାଇ ନାହିଁ। ଜନସାଧାରଣ ଏଭଳି କୌଣସି ବିଭ୍ରାନ୍ତିକର ତଥ୍ୟର ବଶବର୍ତ୍ତୀ ନହୋଇ ଏନଟିଏର ବିଭାଗୀୟ ୱେବସାଇଟ www.nta.ac.in କିମ୍ବା ntaneet.nic.inରେ ଲଗଅନ କରି ସଠିକ ତଥ୍ୟ ହାସଲ କରନ୍ତୁ। ଗତ ମେ’ ୧୧ ତାରିଖ ଦିନ ଏନଟିଏ ପକ୍ଷରୁ ଦିଆଯାଇଥିବା ସର୍ବଶେଷ ତଥ୍ୟ ଏନଟିଏର https://data.nta.ac.in/Download/Notice/Notice20200511063520.pdf ୱେବସାଇଟରେ ଉପଲବ୍ଧ। ପୁନଶ୍ଚ ସଠିକ ତଥ୍ୟ ପାଇବା ପାଇଁ ସମସ୍ତ ପରୀକ୍ଷାର୍ଥୀ, ସେମାନଙ୍କ ମାତାପିତା ଓ ସର୍ବସାଧାରଣଙ୍କୁ www.nta.ac.in କିମ୍ବା ntaneet.nic.in ୱେବସାଇଟ ଲଗଅନ କରିବାକୁ ଅନୁରୋଧ କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.