Home ଓଡ଼ିଶା NRC ପାଇଁ ଡାଟା ଏକାଠି କରୁଥିବା ସନ୍ଦେହରେ ୨୦ ବର୍ଷର ଝିଅର ଘରେ ନିଆଁ ଲଗାଇଦେଲେ...

NRC ପାଇଁ ଡାଟା ଏକାଠି କରୁଥିବା ସନ୍ଦେହରେ ୨୦ ବର୍ଷର ଝିଅର ଘରେ ନିଆଁ ଲଗାଇଦେଲେ ଲୋକେ

364

ବୀରଭୂମ ୨୨-୧ (ଓଡ଼ିଆ ପୁଅ) ପଶ୍ଚିମ ବଙ୍ଗର ବୀରଭୂମ ଜିଲ୍ଲାରେ ଜଣେ ୨୦ ବର୍ଷର ମହିଳାର ଘରେ ଉଗ୍ର ଲୋକଙ୍କ ଭୀଡ଼ କଥିତ ଭାବରେ ନିଆଁ ଲଗାଇଦେଇଛନ୍ତି। କୁହାଯାଉଛିଯେ, ମହିଳା ଜଣକ ରାଷ୍ଟ୍ରବ୍ୟାପୀ ଏନଆରସି ପାଇଁ ଡାଟା ଏକାଠି କରୁଛନ୍ତି ବୋଲି ଏହି ଲୋକଙ୍କ ଭୀଡ଼ ଏମିତି ଏକ ମିଥ୍ୟାପ୍ରଚାରରେ ପ୍ରଭାବିତ ହୋଇ ଏପରି କରିଛନ୍ତି।

ଖବର ମୁତାବକ ଏହି ଘଟଣା ମଲ୍ଲାରପୁର ଥାନା ଅନ୍ତର୍ଗତ ଗୌରବଜାର ଗ୍ରାମରେ ଘଟିଛି।
ଏହି ଘଟଣାରେ NRC ସହିତ କୌଣସି ସମ୍ବନ୍ଧ ଥିବା କଥାକୁ ପୋଲିସ୍ ମନା କରିଛି। ଅବଶ୍ୟ ପୁଲିସ ଏହା ମଧ୍ୟ କହିନାହିଁ କି ଘଟଣାର NRC ସହିତ କୌଣସି ସମ୍ବନ୍ଧ ନାହିଁ। ପୋଲିସ ଏହି ଘଟଣାର ଜାଞ୍ଚ ଆରମ୍ଭ କରିଛି।

ଚୁମକୀ ଖାତୁନ ଏବଂ ତାଙ୍କର ପରିବାରକୁ ଦିଆଯାଇଛି ପୋଲିସ ସୁରକ୍ଷା : ଏହି ଘଟଣା ପରେ, ଚୁମକୀ ଖାତୁନ (ଯାହାଙ୍କ ଘରେ ଭୀଡ଼ ନିଆଁ ଲଗାଇ ଦେଇଛନ୍ତି) ଏବଂ ତାଙ୍କର ପରିବାରକୁ ପୋଲିସର ସୁରକ୍ଷା ଦିଆଯାଇଛି।

ସୂଚନାଯୋଗ୍ୟଯେ, ଚୁମକୀ ଜଣେ ଏନଜିଓ ସାଥିରେ କଣ୍ଟ୍ରାକ୍ଟ ବେସିସ୍ ରେ କାମ କରୁଛନ୍ତି। ଏନଜିଓ ଅନଲାଇନ କମ୍ପାନୀ ସହିତ କାମ କରୁଛି। ଗ୍ରାମର ମହିଳାମାନେ ସ୍ମାର୍ଟଫୋନ କିପରି ଭଲ ଭାବରେ ବ୍ୟବହାର କରାଯାଇପାରିବେ ତାହାର ଟ୍ରେନିଙ୍ଗ ଦେଉଛି ଏହି ଏନଜିଓ ଏବଂ ଖାତୁନ ଏହି ଟ୍ରେନିଂଗ ପାଇଁ ସ୍ଥାନୀୟ ଲୋକମାନଙ୍କଠାରୁ ତାଙ୍କର ସାମାନ୍ୟ ଡାଟାର ସୂଚନା ନେଉଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.