Home Top News ଆଉ ରହିବନି ଅଭାବ: ଏଥର ବଢ଼ିଚାଲିବ ମହିଳା ମୋର୍ଚ୍ଚାର କାମ ..

ଆଉ ରହିବନି ଅଭାବ: ଏଥର ବଢ଼ିଚାଲିବ ମହିଳା ମୋର୍ଚ୍ଚାର କାମ ..

68

ଭୁବନେଶ୍ୱର: ପୁଣି ଜୋରଦାର୍ ବଢ଼ିଚାଲିବ ବିଜେପି ମହିଳା ମୋର୍ଚ୍ଚାର କାମ। ରହିବନି ଆଉ କିଛି ଅଭାବ ବୋଲି ମହିଳା ମୋର୍ଚ୍ଚା ଭିତରେ ଆଲୋଚନା ଚାଲିଛି। ସୂଚନାଯୋଗ୍ୟ ଯେ ପ୍ରଭାତୀ ପରିଡ଼ା ସଭାନେତ୍ରୀ ଥିବା ସମୟରେ ବିଜେପି ମହିଳା ମୋର୍ଚ୍ଚାର କାମ ଶିଖର ସ୍ତରରେ ପହଞ୍ଚିଥିଲା। କିନ୍ତୁ ଏହାପରେ ସ୍ମୃତି ପଟ୍ଟନାୟକ ସଭାନେତ୍ରୀ ହେବା ପରେ ମହିଳା ମୋର୍ଚ୍ଚାର କାମ ପୂରା କମିଗଲା। ଏହାର ବିଭିନ୍ନ କାରଣ ଭିତରେ ଏକ ପ୍ରମୂଖ କାରଣ ଅର୍ଥର ଅଭାବ ବୋଲି କୁହାଯାଏ। ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୂର୍ବରୁ ପ୍ରଭାତୀ ପରିଡ଼ା ସଭାନେତ୍ରୀ ଥିବା ବେଳେ ମହିଳା ମୋର୍ଚ୍ଚା କାମ ପାଇଁ ଯେଉଁଭଳି ଆର୍ଥିକ ସହଯୋଗ ଦେଉଥିଲେ, ସ୍ମୃତି ପଟ୍ଟନାୟକ ସଭାନେତ୍ରୀ ହେବା ପରେ ମନ୍ତ୍ରୀଙ୍କ ପକ୍ଷରୁ ତାହା ପୂରା କମିଗଲା ବୋଲି କୁହାଯାଏ। କିନ୍ତୁ, ଏବେ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ ସଭାନେତ୍ରୀ ହେବା ପରେ ମହିଳା ମୋର୍ଚ୍ଚା ପାଇଁ ଆଉ ଆର୍ଥିକ ଅଭାବ ରହିବନି ବୋଲି କୁହାଯାଉଛି। ନିର୍ବାଚନ ବର୍ଷ ପାଖେଇ ଆସୁଥିବାରୁ ମନ୍ତ୍ରୀ ହାତ ଖୋଲି ଆର୍ଥିକ ସହଯୋଗ କରିବେ ବୋଲି ଆଶା କରାଯାଉଥିବା ବେଳେ ମହିଳା ମୋର୍ଚ୍ଚା କାମ ପାଇଁ ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ପାଖରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି ବୋଲି କୁହାଯାଉଛି। ରାଜ୍ୟ ସଭାନେତ୍ରୀ ହେବା ପୂର୍ବରୁ ଐଶ୍ୱର୍ଯ୍ୟାଙ୍କ ପାଇଁ ଲାଭଜନିକ ସଂସ୍ଥା ବିପିସିଏଲରେ ବୋର୍ଡ ଅଫ ଡାଇରେକ୍ଟର ପଦବୀ ଖଞ୍ଜି ଦିଆଯାଇଛି। ତେଣୁ, ପୂର୍ବତନ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ପାଖରେ ଯେଉଁ ସମସ୍ୟା ଥିଲା ଐଶ୍ୱର୍ଯ୍ୟାଙ୍କ ପାଖରେ ସେ ସମସ୍ୟା ଆଉ ରହିବନି। ବଡ଼ ବଡ଼ କାର୍ଯ୍ୟକ୍ରମ ହେଲେ ମନ୍ତ୍ରୀ, ଆଉ ଛୋଟ ଛୋଟ କାର୍ଯ୍ୟକ୍ରମ ହେଲେ ଐଶ୍ୱର୍ଯ୍ୟା ନିଜେ ବ୍ୟବସ୍ଥା କରାଇଦେବେ ବୋଲି ଆଲୋଚନା ହେଉଛି।
-/Dev@DRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.