Home ଓଡ଼ିଶା ‘ଦିଲବର୍ ଦିଲବର୍’ ଗୀତର ଆରବୀକ୍ ଭର୍ସନରେ ନୋରା ଫତେହି: ଭିଡିଓ ଭାଇରାଲ୍

‘ଦିଲବର୍ ଦିଲବର୍’ ଗୀତର ଆରବୀକ୍ ଭର୍ସନରେ ନୋରା ଫତେହି: ଭିଡିଓ ଭାଇରାଲ୍

113

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଚମତ୍କାର ନୃତ୍ୟ ପ୍ରଦର୍ଶନ କରି ଦର୍ଶକଙ୍କ ମନ ମୋହି ନେଇଥିବା ନୋରା ଫତେହିଙ୍କ ଏକ ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ଭିଡିଓଟିରେ ନୋରା ତାଙ୍କର ଚମତ୍କାର ପ୍ରତିଭା ପ୍ରଦର୍ଶନ କରୁଥିବା ନଜର ଆସିଛନ୍ତି। ନୋରା ଫତେହି ଭିଡିଓ ମଞ୍ଚରେ ‘ଦିଲବର୍ ଦିଲବର୍’ ଗୀତର ଆରବୀକ୍ ସଂସ୍କରଣ ଗାଇଥିବାର ନଜର ଆସିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ନୋରା ତାଙ୍କ ଟ୍ରୁପ୍ ସହ ମିଶି ଏହି ଗୀତ ଗାଇଛନ୍ତି। ନୋରା ଫତେହିଙ୍କ ଏହି ଭିଡିଓକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ଫ୍ୟାନ୍ କ୍ଲବ ସେୟାର କରିଛି।

ନିଜର ଚମତ୍କାର ନୃତ୍ୟ ପାଇଁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଉଥିବା ନୋରା ଫତେହି ଖୁବ୍ ଶୀଘ୍ର ଫିଲ୍ମ ‘ଭୁଜ୍ ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ ନଜର ଆସିବେ। କୁହାଯାଉଛି ଯେ ଏହି ଚଳଚ୍ଚିତ୍ରରେ ନୋରା ଫତେହି ଧମାକଦାର ଡ୍ୟାନ୍ସ୍ କରୁଥିବା ନଜର ଆସିବେ। ନୋରା ଶେଷ ଥର ପାଇଁ ଷ୍ଟ୍ରିଟ୍ ଡାନ୍ସର୍ 3Dରେ ଦେଖିବାକୁ ମିଳିଥିଲା। ​​ଯେଉଁଥିରେ ବରୁଣ ଧାୱନ ଏବଂ ଶ୍ରଦ୍ଧା କକାପୁର ପ୍ରମୁଖ ଥିଲେ।

-@DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.