Home ଓଡ଼ିଶା ଚୀନ୍-ଭାରତ ସଙ୍ଘର୍ଷ – ଅମିତ ଶାହା କହିଲେ, ଭାରତର ଗୋଟିଏ ଇଞ୍ଚ ମଧ୍ୟ କେହି ନେଇ...

ଚୀନ୍-ଭାରତ ସଙ୍ଘର୍ଷ – ଅମିତ ଶାହା କହିଲେ, ଭାରତର ଗୋଟିଏ ଇଞ୍ଚ ମଧ୍ୟ କେହି ନେଇ ପାରିବେ ନାହିଁ

106

ନୂଆଦିଲ୍ଲୀ, ୧୮- ୧୦ (ଓଡିଆ ପୁଅ) ଲଦାଖରେ ଚୀନ୍ ସହ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ, ଦେଶର ପ୍ରତ୍ୟେକ ଇଞ୍ଚ ଜମିକୁ ବଞ୍ଚାଇବା ପାଇଁ ମୋଦୀ ସରକାର ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଅଛନ୍ତି ଏବଂ କେହି ଗୋଟିଏ ଇଞ୍ଚ ଜମି ଭାରତର ଦଖଲ କରିପାରିବେ ନାହିଁ। ଶାହା ଏହା ମଧ୍ୟ କହିଛନ୍ତି ଯେ, ଲାଦାଖରେ ଚାଇନା ସହ ହୋଇଥିବା ସମସ୍ୟାର ସମାଧାନ ପାଇଁ ସରକାର ସମସ୍ତ ସାମ୍ଭାବ୍ୟ ସାମରିକ ଏବଂ କୂଟନୈତିକ ପଦକ୍ଷେପ ନେଉଛନ୍ତି। ଆମର ପ୍ରତିରକ୍ଷା ବାହିନୀ ଏବଂ ନେତୃତ୍ୱ ଦେଶର ସାର୍ବଭୌମତ୍ୱ ଏବଂ ସୀମା ରକ୍ଷା କରିବାରେ ସକ୍ଷମ ଅଟନ୍ତି। ଗୃହମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଦେଶର ସାର୍ବଭୌମତ୍ୱ ତଥା ନିରାପତ୍ତା ପାଇଁ ସରକାର ପ୍ରତିବଦ୍ଧ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.