Home ଓଡ଼ିଶା ମନ୍ଦିର ପ୍ରବେଶ ନିଷେଧ – ବ୍ୟାରିକେଡ ପଛରେ ରହି ପତିତପାବନକୁ ଦର୍ଶନ କରି ଫେରିଲେ ଭକ୍ତ

ମନ୍ଦିର ପ୍ରବେଶ ନିଷେଧ – ବ୍ୟାରିକେଡ ପଛରେ ରହି ପତିତପାବନକୁ ଦର୍ଶନ କରି ଫେରିଲେ ଭକ୍ତ

166

ପୁରୀ, ୨୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – କରୋନାଭାଇରସ୍ ର ପ୍ରସାରଣକୁ ନଜରରେ ରଖି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗୁ କରାଯାଇଛି। କରୋନା ଭୂତାଣୁ ଯେପରି ପ୍ରସାରିତ ନହୁଏ ସେଥିପାଇଁ ଏପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରତ୍ୟେକ ଦିନଭଳି ଗତକାଲି ଏବଂ ଆଜି ମଧ୍ୟ ଶ୍ରୀମନ୍ଦରି ଦ୍ୱାର ଫିଟିବା ପରେ ଭକ୍ତମାନେ ଭିତରକୁ ଯାଇ ଦର୍ଶନ କରିବା ନିମନ୍ତେ ସିଂହ ଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ହୋଇଥିଲେ। କିନ୍ତୁ ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ଉପରେ ରୋକ ଲଗାଯାଇଥିବା ଯୋଗୁଁ ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରିପାରିନଥିଲେ। ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତ ମାନେ ବ୍ୟାରିକେଡ ପଛରେ ରହି ପତିତପାବନ କୁ ଦର୍ଶନ କରି ଫେରିଯାଇଥିଲେ। ଭକ୍ତମାନେ ସେମାନଙ୍କ ପ୍ରକ୍ରିୟାରେ କହିଛନ୍ତି ଯେ, ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସ୍ୱାଗତ ଯୋଗ୍ୟ। କିନ୍ତୁ ଆମେମାନଙ୍କ ଭାଗ୍ୟରେ ନଥିବା ଯୋଗୁଁ ମହାପ୍ରଭୁଙ୍କୁ ଦର୍ଶନ କରିପାରିଲୁ ନାହିଁ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଦୈନଦିନ ନୀତିକାନ୍ତି ଭୋଗ ପୂଜା ସବୁଦିନ ପରି କାର୍ଯ୍ୟକାରୀ ହେଉଛି। ଭକ୍ତମାନେ କେବଳ ବରାଦୀ ଅବଢା ପାଇପାରିବେ। ଶ୍ରୀମନ୍ଦରି ବେଢାରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିର ଗୁଡିକର ସେବାୟତ ଓ ମହାପ୍ରଭୁଙ୍କ ସେବାରେ ଥିବା ସେବାୟତମାନେ କେବଳ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ଏହି କଟକଣା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଜଣାଯାଇଛି। ମହାପ୍ରଭୁଙ୍କ ଦର୍ଶନ ବନ୍ଦଥିବା ଯୋଗୁଁ ଆଜି ସିଂହ ଦ୍ୱାର ସମ୍ମୁଖ ଓ ବଡଦାଣ୍ଡ ସଂପୁର୍ଣ୍ଣ ଖାଁ ଖାଁ ଲାଗୁଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.