Home Top News ଭାରତକୁ ମିଳିଲା ଦ୍ୱିତୀୟ ପଦକ: ନିଶାଦ କୁମାରଙ୍କୁ ହାଇଜମ୍ପରେ ରୌପ୍ୟ ପଦକ

ଭାରତକୁ ମିଳିଲା ଦ୍ୱିତୀୟ ପଦକ: ନିଶାଦ କୁମାରଙ୍କୁ ହାଇଜମ୍ପରେ ରୌପ୍ୟ ପଦକ

45

ନୂଆ ଦିଲ୍ଲୀ ୨୮ ଅଗଷ୍ଟ (ଓଡ଼ିଆ ପୁଅ) ଟୋକିଓରେ ଖେଳାଯାଉଥିବା ପାରାଲିମ୍ପିକ ଗେମ୍ସରେ ଭାରତର ନିଶାଦ କୁମାର ଇତିହାସ ସୃଷ୍ଟି କରିଛନ୍ତି। ଟୋକିଓ ପାରାଲିମ୍ପିକ୍ସ ୨୦୨୦ ରେ ଚମତ୍କାର ପ୍ରଦର୍ଶନ କରୁଥିବାବେଳେ ନିଶାଦ କୁମାର ଦେଶକୁ ଆଉ ଏକ ପଦକ ଦେଇଛନ୍ତି। ସେ ହାଇ ଜମ୍ପରେ ରୌପ୍ୟ ପଦକ ଜିତିଛନ୍ତି। ପ୍ରତିଭାରେ ସମୃଦ୍ଧ ନିଶାଦ କୁମାର ଚମତ୍କାର ପ୍ରଦର୍ଶନ କରି ଶ୍ରେଷ୍ଠ ୩ ରେ ପହଞ୍ଚିଥିଲେ। ସେ ଆମେରିକାର ୨ ଆଥଲେଟ୍‌ସଙ୍କ ସହ ପ୍ରତିଯୋଗୀତା କରିଥିଲେ।

ସୂଚନାଯୋଗ୍ୟଯେ, ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ନିଶାଦ କୁମାର ହିମାଚଳ ପ୍ରଦେଶର ଉନାରୁ ଆସିଛନ୍ତି। ପାରାଲିମ୍ପିକ୍ ଗେମ୍ସ ଆରମ୍ଭ ପୂର୍ବରୁ ସେ ବାଙ୍ଗାଲୋରର ଏକ କୋଚିଂ କ୍ୟାମ୍ପରେ ମାସ ମାସ ଧରି କଠିନ ପରିଶ୍ରମ କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ତାଙ୍କ ଗାଁରେ ତାଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରାଯାଉଥିଲା। ଏହି ପଦକ ସହିତ ଗାଁରେ ଖୁସିର ପରିବେଶ ଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.