ନୂଆ ଦିଲ୍ଲୀ ୩୧-୧ (ଓଡ଼ିଆ ପୁଅ) ୧୬ ଡିସେମ୍ବରରେ ଦିଲ୍ଲୀରେ ହୋଇଥିବା ବହୁ ଚର୍ଚ୍ଚିତ ନିର୍ଭୟା ଗ୍ୟାଙ୍ଗରେପ କେସ୍ ର ଦୋଷୀ ପବନ ଗୁପ୍ତାର ନାବାଳକ ଦାବି କରିବାର ଯାଚିକାକୁ ସୁପ୍ରୀମ କୋର୍ଟ ଜାନୁଆରୀ ୨୦ ତାରିଖରେ ଖାରଜ କରିଦେଇଥିଲେ।
ସୂଚନାଯୋଗ୍ୟଯେ, ପବନ ଗୁପ୍ତା ଗତ ଦିନରେ ଅପରାଧ ହେବା ସମୟରେ ସେ ନାବାଳକ ଥିବାର ଦାବି କରିଥିଲା। ଏ ନେଇ ସେ ସୁପ୍ରୀମ କୋର୍ଟରେ ଏକ ଯାଚିକା ଦାଖଲ କରିଥିଲା। ଏହାକୁ ସୁପ୍ରୀମ କୋର୍ଟ ଖାରଜ କରି ଦେଇଥିଲେ। କିନ୍ତୁ ଆଜି ସେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଅପୀଲ କରିଛି।
ଏବେ ଏହି ଯାଚିକାର ପୁନର୍ବିଚାର କରିବା ପାଇଁ ଏକ ରିଭ୍ୟୁ ପିଟିସନ ସୁପ୍ରୀମ କୋର୍ଟରେ ଦାଖଲ କରିଛି।
ସୂଚନାଯୋଗ୍ୟଯେ, ଆସନ୍ତା କାଲି ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ଡେଥ ୱାରେଣ୍ଟ ଜାରୀ କରିଛନ୍ତି ଦିଲ୍ଲୀ ପାଟିଆଲା ହାଉସ୍ କୋର୍ଟ। ଅବଶ୍ୟ ଏହା ଉପରେ ଆଜି ପାଟିଆଲା ହାଉସ୍ କୋର୍ଟରେ ଶୁଣାଣି ହେବଯେ, ଆସନ୍ତା କାଲି ଫାଶୀ ଦିଆଯିବ କି ନାହିଁ। କାରଣ ଦୋଷୀମାନଙ୍କର ଓକିଲ ଏହି ଡେଥ୍ ୱାରେଣ୍ଟ ବିରୁଦ୍ଧରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏହାର ଶୁଣାଣି ଆଜି ହେବ।