Home ଓଡ଼ିଶା ନିର୍ଭୟା କେସ : ରାଷ୍ଟ୍ରପତି ଖାରଜ କଲେ ମୁକେଶର ଦୟା ଯାଚିକା

ନିର୍ଭୟା କେସ : ରାଷ୍ଟ୍ରପତି ଖାରଜ କଲେ ମୁକେଶର ଦୟା ଯାଚିକା

452

ନୂଆଦିଲ୍ଲୀ ୧୭-୧ (ଓଡ଼ିଆ ପୁଅ) :ରାଜଧାନୀ ଦିଲ୍ଲୀର ନିର୍ଭୟା ଗ୍ୟାଙ୍ଗରେପ ମାମଲାରେ ଦୋଷୀ ମୁକେଶର ଦୟା ଯାଚିକା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରିଥିବାର ଖବର ମିଳିଛି। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ନିର୍ଭୟା ମାମଲାରେ ଦୋଷୀ ମୁକେଶର ଦୟା ଯାଚିକା ରାଷ୍ଟ୍ରପତି ଭବନ ପଠାଇଥିଲେ। ଗୃହ ମନ୍ତ୍ରଣାଳୟ ରାଷ୍ଟ୍ରପତି ଭବନକୁ ପଠାଇଥିବା ନିଜର ସୁପାରୀଶ କହିଥିଲେ କି ମୁକେଶର ଫାଶୀଦଣ୍ଡକୁ ଅପରିବର୍ତ୍ତିତ ରଖାଯାଉ।

ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଚାରି ଦୋଷୀ ମୁକେଶ ସିଂହ, ବିନୟ ଶର୍ମା, ଅକ୍ଷୟ କୁମାର ସିଂହ ଏବଂ ପବନ ଗୁପ୍ତାକୁ ୨୨ ଜାନୁଆରୀରେ ପାଶୀ ଦଣ୍ଡ ଦେବା ପାଇଁ ଡେଥ ୱାରେଣ୍ଟ ଜାରୀ କରିଥିଲେ। ଦିଲ୍ଲୀ ସରକାର ହାଇ କୋର୍ଟକୁ ଜଣାଇଥିଲେ କି ଦୋଷୀମାନଙ୍କୁ ୨୨ ଜାନୁଆରୀରେ ପାଶୀ ଦଣ୍ଡ ଦିଆଯାଇପାରିବ ନାହିଁ କାରଣ ମୁକେଶ ସିଂହର ଦୟା ଯାଚିକା ଦାୟର ହୋଇଛି।

ଫାଶୀ ଦଣ୍ଡ ପାଇଥିବା ଚାରି ଦୋଷୀମାନଙ୍କ ମଧ୍ୟରୁ ମୁକେଶ ସିଂହ ଦୟା ଯାଚିକା କିଛି ଦିନ ପୂର୍ବରୁ ହିଁ ଦାୟର କରିଥିଲା। ମନ୍ତ୍ରଣାଳୟ ଯାଚିକାକୁ ଅସ୍ବୀକାର କରିବାପାଇଁ ଦିଲ୍ଲୀର ଉପରାଜ୍ୟପାଳଙ୍କର ସୁପାରୀଶ ମାଗିଥିଲେ।

୨୨ ଜାନୁଆରୀରେ ପାଶୀ ଦଣ୍ଡ ସମ୍ଭବ ନୁହେଁ

ଦିଲ୍ଲୀର ଉପ ରାଜ୍ୟପାଳ ଗୁରୁବାର ମୁକେଶ ସିଂହର ଦୟା ଯାଚିକା ଗୃହ ମନ୍ତ୍ରଣାଳୟକୁ ପଠାଇଥିଲେ। ତା’ ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ସରକାର ଯାଚିକା ଅସ୍ବୀକାର କରିବା ପାଇଁ ସୁପାରୀଶ କରିଥିଲେ। ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଚାରି ଦୋଷୀ ମୁକେଶ ସିଂହ, ବିନୟ ଶର୍ମା, ଅକ୍ଷୟ କୁମାର ସିଂହ ଏବଂ ପବନ ଗୁପ୍ତାକୁ ୨୨ ଜାନୁଆରୀରେ ପାଶୀ ଦଣ୍ଡ ଦେବା ପାଇଁ ଡେଥ ୱାରେଣ୍ଟ ଜାରୀ କରିଥିଲେ। ଦିଲ୍ଲୀ ସରକାର ହାଇ କୋର୍ଟକୁ ଜଣାଇଥିଲେ କି ଦୋଷୀମାନଙ୍କୁ ୨୨ ଜାନୁଆରୀରେ ପାଶୀ ଦଣ୍ଡ ଦିଆଯାଇପାରିବ ନାହିଁ କାରଣ ମୁକେଶ ସିଂହର ଦୟା ଯାଚିକା ଦାୟର ହୋଇଛି।

ଦୟା ଯାଚିକା କିପରି ଯାଏ ରାଷ୍ଟ୍ରପତି ଭବନ ?

ସବୁଠାରୁ ପ୍ରଥମେ ଦୋଷୀ ଜେଲ ଅଧିକ୍ଷକଙ୍କୁ ଦୟା ଯାଚିକା ପଠାଇଥାଏ। ତା’ ପରେ ଏହି ଦୟା ଯାଚିକା ରାଜ୍ୟ ସରକାରଙ୍କ ପାଖରେ ପହଁଞ୍ଚି ଥାଏ। ରାଜ୍ୟ ସରକାର ଯାଚିକାକୁ ରାଜ୍ୟପାଳ କିମ୍ବା ଉପ ରାଜ୍ୟପାଳଙ୍କ ନିକଟକୁ ପଠାଇଥାନ୍ତି। ଏହା ପରେ ରାଜ୍ୟପାଳ କିମ୍ବା ଉପରାଜ୍ୟପାଳଙ୍କ ତରଫରୁ ସେହି ଯାଚିକା ଗୃହ ମନ୍ତ୍ରଣାଳୟ ପାଖକୁ ପଠାଯାଇଥାଏ। ଶେଷରେ ଗୃହ ମନ୍ତ୍ରଣାଳୟ ଯାଚିକା ରାଷ୍ଟ୍ରପତି ଭବନ ପଠାଇଥାନ୍ତି। ଏହିପରି ଭାବରେ ଯାଚିକା ଫାରସ୍ତ ମଧ୍ୟ ହୋଇଥାଏ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.