Home ଓଡ଼ିଶା ଟାଉନ ଥାନାରେ ଅଟକ ୨ ମହିଳା ଅଭିଯୁକ୍ତ କୋର୍ଟ ଚାଲାଣ

ଟାଉନ ଥାନାରେ ଅଟକ ୨ ମହିଳା ଅଭିଯୁକ୍ତ କୋର୍ଟ ଚାଲାଣ

339

କେନ୍ଦ୍ରାପଡା ୧୬/୧ – ବୁଧବାର ମକର ସଂକ୍ରାନ୍ତି ଯୋଗୁଁ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉ ମନ୍ଦିର ପରିସରରେ ପ୍ରବଳ ଭିଡ ହୋଇଥିବା ସୁଯୋଗ ନେଇ ଜିଲ୍ଲା ଓ ରାଜ୍ୟ ବାହାରୁ ଆସିଥିବା ଏକ ଛିନତାଇ ଗ୍ୟାଙ୍ଗ ପ୍ରାୟ ୯ଜଣ ମହିଳା ଭକ୍ତଙ୍କ ବେକରୁ ସୁନା ଚେନ ଓ ସୁନା ହାର ଛାନତାଇ କରି ଚୋରିକରି ନେଇଥିଲେ। ସେହି ଘଟଣାରେ ଟାଉନ ଥାନା ଅନ୍ତର୍ଗତ ଇଛାପୁର ଗ୍ରାମର ରସାନନ୍ଦ ବେହେରାଙ୍କ ପତ୍ନୀ ବନ୍ଦନା ବେହେରାଙ୍କ ଅଭିଯୋଗ କ୍ରମେ ତା ୧୫.୦୧.୨୦୨୦ରିଖରେ ଟାଉନ ଥାନାରେ ୫/୨୦୨୦ରେ ୧୫ଗ୍ରାମର ଏକ ସୁନାଚେନ ଚୋରି ହୋଇଥିବା ସମ୍ପର୍କରେ ଏକ ମାମଲା ଦରଜ କରାଯାଇଥିଲା। ଏଥିସହିତ ଅନ୍ୟମାନଙ୍କ ଅଭିଯୋଗ ଉପରେ କେଶ ନମ୍ବର ୬/୨୦୨୦ ଓ ୭/୨୦୨୦ ରେ ଅନ୍ୟ ଦୁଇଟି ଚୋରି ମାମଲା ପଞ୍ଜିକୃତ ହୋଇଥିଲା। ଚୋରୀ ଯାଇଥିବା ଲୋକମାନଙ୍କ ଦ୍ୱାରା କାବୁ କରାଯାଇଥିବା ୨ଜଣ ମହିଳାଙ୍କୁ ବୁଧବାର ଟାଉନ ଥାନା ପୋଲିସକୁ ହସ୍ତାନ୍ତର କରାଯାଇଥିବା ବେଳେ ସେମାନେ ଟାଉନ ଥାନାରେ ଅଟକ ଥିଲେ। ସେ ଦୁଇଜଣ ଅଭିଯୁକ୍ତ ମହିଳାଙ୍କୁ ପୋଲିସ ପଚରାଉଚୁରା କରିବା ପରେ ଗୁରୁବାର ସେମାନଙ୍କୁ ଗିରଫ କରାଯାଇ ଆଇ.ପି.ସି.ର ୩୭୯ ଦଫାରେ କୋର୍ଟକୁ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ସୂଚନା ଦେଇଛନ୍ତି। ସେହି ଅଭିଯୁକ୍ତ ମହିଳା ୨ଜଣ ହେଉଛନ୍ତି ପଶ୍ଚିମବଙ୍ଗ ରାଜ୍ୟର ହୁଗୁଳି ଜିଲ୍ଲାର ଚୋଚ୍ରୋ ଥାନା ଅନ୍ତର୍ଗତ ବେନ୍ଦାଳସାହିପଡା ଗ୍ରାମର ଉତ୍ତମ ଫୁଲମାଳିଙ୍କ ପତ୍ନୀ ସମ୍ପ ଫୁଲମାଳି(୩୧) ଓ ଓଡିଶାର ଗଞ୍ଜାମ ଜିଲ୍ଲାର ବି.ଏନ.ପୁର ଥାନା ଅନ୍ତର୍ଗତ କାମପାଳି ଗ୍ରାମର ଅନାଦି ଦାସଙ୍କ ପତ୍ନୀ ଅନିତା ଦାସ(୩୦)।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.