Home ଅପରାଧ ନିର୍ଭୟା ମାମଲା : ଦୋଷୀଙ୍କ ପାଇଁ ଆଇନଗତ ରିଲିଫ୍ ସମାପ୍ତ, ଆସନ୍ତାକାଲି ଫାଶୀ ଥୟ

ନିର୍ଭୟା ମାମଲା : ଦୋଷୀଙ୍କ ପାଇଁ ଆଇନଗତ ରିଲିଫ୍ ସମାପ୍ତ, ଆସନ୍ତାକାଲି ଫାଶୀ ଥୟ

795

ନୂଆ ଦିଲ୍ଲୀ ୧୯-୩ (ଓଡ଼ିଆ ପୁଅ) ମାର୍ଚ୍ଚ ୨୦ ରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯିବା ପାଇଁ ପୂର୍ବରୁ ଜେଥ ୱାରେଣ୍ଟ ଜାରୀ ହୋଇଛି। ପଟିଆଲା ହାଉସ କୋର୍ଟ ଏକ ମାମଲାର ଶୁଣାଣି କରି ରାୟ ଶୁରକ୍ଷିତ ରଖିଛନ୍ତି। କିନ୍ତୁ ଦୋଷୀମାନଙ୍କର ଓକିଲ ଏପି ସିଂ ଅନେକ କରାଣ ଦର୍ଶାଇ ମାର୍ଚ୍ଚ ୨୦ ରେ ଫାଶୀକୁ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି।

ଗୁରୁବାର ଦିନ ପଟିଆଲା ହାଉସ କୋର୍ଟରେ ଶୁଣାଣି କରିବା ପରେ ଅକ୍ଷୟଙ୍କ ପତ୍ନୀ କୋର୍ଟ ବାହାରେ ବେହୋସ୍ ହୋଇଯାଇଥିଲେ। ପରେ ସେଠାରେ ଏକ ନାଟକୀୟ ଘଟଣା ଦେଖିବାକୁ ମିଳିଥିଲା।

ସୂଚନାଯୋଗ୍ୟଯେ, ଆଜି ନିର୍ଭୟା ଦୋଷୀ ପବନର କ୍ୟୁରେଟିଭ୍ ପିଟିସନ ସୁପ୍ରୀମକୋର୍ଟରେ ଖାରଜ ହୋଇଛି। ତେବେ ଜାଣନ୍ତୁ ଆଜି ଖାରଜ ହୋଇଥିବା ତିନୋଟି ଆବେଦନ

ପବନର ଆବେଦନ ଖାରଜ
ନିର୍ଭୟାର ଦୋଷୀ ପବନଙ୍କୁ ବଞ୍ଚାଇବା ପାଇଁ ଆଉ ଏକ ଚାଲ୍ ସଫଳ ହୋଇପାରିଲା ନାହିଁ। ଗୁରୁବାର ଦିନ ସୁପ୍ରିମକୋର୍ଟ ପବନର କ୍ୟୁରେଟିଭ୍ ପିଟିସନକୁ ଖାରଜ କରିଦେଇଛନ୍ତି। ଯେଉଁଥିରେ ସେ ଘଟଣା ସମୟରେ ନିଜକୁ ନାବାଳକ ବୋଲି କହିଛି। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପିଟିସନ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କରାଯାଇଥିଲା। ପିଟିସନରେ କୁହାଯାଇଥିଲାଯେ, ଏହିମାମଲାରେ ହାଇକୋର୍ଟରେ ସଠିକ୍ ଶୁଣାଣି ହୋଇନାହିଁ କିନ୍ତୁ ଏହି ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରୀମକୋର୍ଟ।

ହାଇକୋର୍ଟରେ ମୁକେଶର ଆବେଦନ ଖାରଜ
ନିର୍ଭୟା ମାମଲାରେ ଦୋଷୀ ମୁକେଶ ସିଂ ଡିସେମ୍ବର ୨୦୧୨ ରେ ଅପରାଧ ସମୟରେ ସେ ଦିଲ୍ଲୀରେ ନଥିଲା ବୋଲି କହି ଏକ ଯାଚିକା ଦିଲ୍ଲୀ ହାଇକୋର୍ଟରେ ଦାଖଲ କରିଥିଲା। କିନ୍ତୁ ଦିଲ୍ଲୀ ହାଇକୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଏହାପରେ ମୁକେଶ ସୁପ୍ରୀମକୋର୍ଟର ଦ୍ୱାରସ୍ଥ ହୋଇଥିଲା। ମୁକେଶର ଆବେଦନ ଉପରେ ଶୁଣାଣି କରି ଅପରାହ୍ନ ୦୨.୩୦ ମି  ରେ ଏହି ମାମଲାର ଶୁଣାଣିକରିବାକୁ ସୁପ୍ରୀମ କୋର୍ଟ ମନାକରିଦେଇଛନ୍ତି।

ରାଷ୍ଟ୍ରପତି ଅକ୍ଷୟ ଏବଂ ପବନର ଦ୍ୱିତୀୟ ଦୟା ଆବେଦନ ଶୁଣିବାକୁ ମନା କରି ଦେଇଛନ୍ତି
ମୁକେଶ ଏବଂ ପବନଙ୍କ ଆବେଦନକୁ ଖାରଜ କରିବା ବ୍ୟତୀତ ରାଷ୍ଟ୍ରପତି ଅକ୍ଷୟ ଏବଂ ପବନର ଦ୍ୱିତୀୟ ଆବେଦନକୁ ମଧ୍ୟ ମନା କରି ଦେଇଛନ୍ତି।

ଏଥିସହ ଏହା ମଧ୍ୟ ଯୁକ୍ତି କରାଯାଇଛି ଯେ ଦୋଷୀ ବିନୟ, ପବନ ଏବଂ ଅକ୍ଷୟଙ୍କ ନାମରେ ଅନ୍ତର୍ଜାତୀୟ କୋର୍ଟରେ ଦାଖଲ ହୋଇଥିବା ଆବେଦନ ଏବେ ଲମ୍ବିତ ଅଛି।

ସୂଚନାଯୋଗ୍ୟଯେ, ମାର୍ଚ୍ଚ ୨୦ ତାରିଖ ସକାଳେ ଫାଶୀ ଦଣ୍ଡରେ ଦଣ୍ଡିତ କରିବାପାଇଁ ବ୍ଲାକ ୱାରେଣ୍ଟ ଜାରି କରିଛନ୍ତି କୋର୍ଟ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.