Home ଓଡ଼ିଶା ଟସ୍ ଜୀତିଲା ନ୍ୟୁଜିଲ୍ୟାଣ୍ଡ – ପ୍ରଥମେ କରିବ ବୋଲିଂ

ଟସ୍ ଜୀତିଲା ନ୍ୟୁଜିଲ୍ୟାଣ୍ଡ – ପ୍ରଥମେ କରିବ ବୋଲିଂ

1207

ନୂଆ ଦିଲ୍ଲୀ ୨୯-୧ (ଓଡ଼ିଆ ପୁଅ) ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ୱିଲିୟମସନ ଟସ ଜୀତକରି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଛନ୍ତି।

ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ଟି ମ୍ୟାଚର ଟି-୨୦ ସିରିଜ୍ ର ତୃତୀୟ ମ୍ୟାଚ୍ ହ୍ୟାମିଲ୍ଟନ୍ ର ସେଡନ ପାର୍କରେ ଖେଳା ଯାଉଛି। ଏହି ସିରିଜ୍ ରେ ପ୍ରଥମ ଦୁଇ ଟି-୨୦ ମ୍ୟାଚ୍ ଅକଲ୍ୟାଣ୍ଡର ଇଡେନ ପାର୍କରେ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍ ରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟ୍ ଏବଂ ଦ୍ୱିତୀୟ ମ୍ୟାଚ୍ ରେ ୭ ୱିକେଟ୍ ରେ ହରାଇଥିଲା। ଏହା ସହିତ ଭାରତ ସିରିଜ୍ ରେ ୨-୦ ରେ ଆଗୁଆ ଅଛି। ଭାରତର ଚେଷ୍ଟାହେବ କି ତୃତୀୟ ଟି-୨୦ ମ୍ୟାଚ୍ ଜୀତକରି ସିରିଜ୍ ରେ ଆଗୁଆ ରହିକାକୁ। ନ୍ୟୁଜିଲ୍ୟାଣ୍ଡ ଏହି ମ୍ୟାଚ୍ କୁ ଜୀତକରି ସିରିଜ୍ ରେ ରହିବାକୁ ଚେଷ୍ଟାକରିବ।

ଭାରତର ସମ୍ଭାବିତ ପ୍ଲେଇଙ୍ଗ XI : ବିରାଟ କୋହଲୀ (ଅଧିନାୟକ), ରୋହିତ ଶର୍ମା (ଉପ-ଅଧିନାୟକ), କେଏଲ ରାହୁଲ, ଶ୍ରେୟସ ଆୟାର, ମନୀଷ ପାଣ୍ଡେ, ଶିବମ ଦୁବେ, ଯୁଜଭେନ୍ଦ୍ର ଚହଲ, ଜସପ୍ରୀତ ବୁମରାହ, ମୋହମ୍ମଦ ଶମୀ, ଶାର୍ଦୁଲ ଠାକୁର, ରବୀନ୍ଦ୍ର ଜାଡେଜା।

ନ୍ୟୁଜିଲ୍ୟାଣ୍ଡର ସମ୍ଭାବିତ ପ୍ଲେଇଙ୍ଗ XI: କେନ ବିଲିୟମସନ (ଅଧିନାୟକ), ମାର୍ଟିନ ଗପ୍ଟିଲ, ରସ ଟେଲର, କୋଲିନ ମୁନରୋ, କୋଲିନ ଡି ଗ୍ରାଣ୍ଡହୋମ, ମିଶେଲ ସେଣ୍ଟନର, ଟିମ ସେଇଫର୍ଟ (ୱିକେଟ କୀପର), ହାମିଶ ବେନେଟେ, ଈଶ ସୋଢ଼ୀ, ଟିମ ସାଉଦୀ, ସ୍କଟ କୁଗେଲଜିନ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.