Home ଓଡ଼ିଶା ରାଜ୍ୟ ମହିଳା ମୋର୍ଚ୍ଚାରେ ୮ ନବନିଯୁକ୍ତ ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟା ..

ରାଜ୍ୟ ମହିଳା ମୋର୍ଚ୍ଚାରେ ୮ ନବନିଯୁକ୍ତ ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟା ..

45

ଭୁବନେଶ୍ୱର: ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ସଭାନେତ୍ରୀ ଏବଂ ଜିଲ୍ଲା ପ୍ରଭାରୀ ମାନଙ୍କ ଏକ ବୈଠକରେ ରାଜ୍ୟ ମହିଳା ମୋର୍ଚ୍ଚାର ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟା ଭାବରେ ୮ ଜଣ ନୂଆ ସଦସ୍ୟାଙ୍କୁ ସାମିଲ୍ କରାଯାଇଛି। ଏଥିରେ ସୁନ୍ଦରଗଡ଼ ସାଙ୍ଗଠନିକ ଜିଲ୍ଲାରୁ ଦିପ୍ତିମୟୀ ଠାକୁର, ଖୋର୍ଦ୍ଧା ସାଙ୍ଗଠନିକ ଜିଲ୍ଲାରୁ ରାଜଲକ୍ଷ୍ମୀ ଉପାଧ୍ୟାୟ, ଢେଙ୍କାନାଳ ସାଙ୍ଗଠନିକ ଜିଲ୍ଲାରୁ ରତ୍ନପ୍ରଭା ପଣ୍ଡା, ଭଦ୍ରକ ସାଙ୍ଗଠନିକ ଜିଲ୍ଲାରୁ ମମତା ବେହେରା ଏବଂ ଭାରତୀ ବିଶ୍ଵାଳ, ଘୁମୁସର ସାଙ୍ଗଠନିକ ଜିଲ୍ଲାରୁ ଅନିତା ପତ୍ରୀ ଏବଂ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାରୁ ବାସନ୍ତୀ ତ୍ରିପାଠୀ ଓ ବନ୍ଦନା ଦାସ କାନୁନଗୋ ସ୍ଥାନ ପାଇଛନ୍ତି। ଗତ କାଲିର ବୈଠକରେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଏ’ନେଇ ସୂଚନା ଦେଇଥିଲେ ମଧ୍ୟ ଆନୁଷ୍ଠାନିକ ଭାବରେ ଏହା ଘୋଷଣା ହୋଇନାହିଁ। ଆଜି ସନ୍ଧ୍ୟା ସୁଦ୍ଧା ଏହା ଆନୁଷ୍ଠାନିକ ଭାବରେ ଘୋଷଣା ହେବାର ଅଛି। ତେବେ, ଅନେକ ସ୍ତରରେ ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟାକୁ ଭୁଲ୍ ଭାବରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଭାବରେ ଉପସ୍ଥାପନା କରାଯାଉଥିବା ଦେଖିବାକୁ ମିଳୁଛି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.