ଭୁବନେଶ୍ବର ୨୬।୪ (ଓଡ଼ିଆ ପୁଅ) : ପୁଣି ଆଉ ୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ମୋଟ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍ ରେ ସୂଚନା ପ୍ରଦାନ କରାଯାଇଛି। ସମସ୍ତ ସଂକ୍ରମିତ ସୁନ୍ଦରଗଡ ଜିଲ୍ଲାର ବୋଲି ଜଣାପଡିଛି। ଏହା ଫଳରେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୮ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩୪ ଜଣ। ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ସୁନ୍ଦର ଗଡ଼ରୁ ଜଣେ ସୁସ୍ଥ ହୋଇଥିବାର ଭଲ ଖବର ଆସିଥିଲା ଏବଂ ଏହି ଜିଲ୍ଲା କରୋନା ସଂକ୍ରମିତ ମୁକ୍ତ ହୋଇଥିଲା। କିନ୍ତୁ ଆଜି ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି।