Home ଓଡ଼ିଶା ୨୦୧୯ ନିର୍ବାଚନ ନେଇ ସଂଘ ସର-କାର୍ଯ୍ୟବାହଙ୍କ ବାର୍ତ୍ତା …

୨୦୧୯ ନିର୍ବାଚନ ନେଇ ସଂଘ ସର-କାର୍ଯ୍ୟବାହଙ୍କ ବାର୍ତ୍ତା …

623

ଭୁବନେଶ୍ୱର:୨୦୧୯ ନିର୍ବାଚନ ନେଇ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସର କାର୍ଯ୍ୟବାହ ଭୟାଯୀ ଯୋଶୀଙ୍କର ବାର୍ତ୍ତା ଜାରୀ ହୋଇଛି।ବାର୍ତ୍ତାରେ ଭାୟାଯୀ ଯୋଶୀ କହିଛନ୍ତି, “ନିକଟ ଭବିଷ୍ୟତରେ ଭାରତରେ ଏକ ବହୁତ ବଡ଼ ଲୋକତନ୍ତ୍ରର ପ୍ରୟୋଗ ହେବାକୁ ଯାଉଛି।ଲୋକତନ୍ତ୍ରରେ ପ୍ରତ୍ୟେକ ବ୍ୟକ୍ତିର ଏକ ମହତ୍ତ୍ୱ ରହିଥାଏ।ସମ୍ବିଧାନ ସରକାର ବାଛିବା ଦାୟିତ୍ୱ ଜନତାଙ୍କ ହାତରେ ରଖିଛି।ଏବଂ ସେଥିପାଇଁ ପ୍ରତ୍ୟେକ ୫ ବର୍ଷରେ ହେଉଥିବା ନିର୍ବାଚନ ନିଜ ସମାଜ ଦୃଷ୍ଟିରୁ ଏବଂ ଦେଶ ଦୃଷ୍ଟିରୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ମାନାଯାଏ।ସେଥିପାଇଁ ଏକ ମତଦାତା ଏବଂ ଦେଶର ନାଗରିକ ଭାବରେ ଆମ ସମସ୍ତଙ୍କର କର୍ତ୍ତବ୍ୟ ଆମେ ସମସ୍ତେ ସେହି ଅଧିକାରର ପୂର୍ଣ୍ଣ ଏବଂ ସଠିକ୍ ଉପଯୋଗ କରିବା।

ଦେଶର ସମ୍ବିଧାନର ସୁରକ୍ଷା ରହୁ, ଦେଶର ବିକାଶ ହେଉ, ଜନ ସାମାନ୍ୟ ଶାସନର ସବୁ ପ୍ରକାର ସୁବିଧାର ଲାଭାନ୍ବିତ ହୁଅନ୍ତୁ, ବିଶ୍ୱ ମଞ୍ଚରେ ଭାରତର ପ୍ରତିମା ଗୌରବାନ୍ୱିତା ରହୁ।ଏହି ପ୍ରକାରର ସମୂହ ସତ୍ତାକୁ ଆସିବା ଦେଶ ପାଇଁ ଅତ୍ୟନ୍ତ ଆବଶ୍ୟକ।ରାଷ୍ଟ୍ରହୀତ ବାବଦରେ ଭାବୁଥିବା କିଏ ଏବଂ ରାଷ୍ଟ୍ର ବିରୋଧୀ ଶକ୍ତି କିଏ ଏହା ସାମାନ୍ୟ ଜାଣୁଥିବା ମତଦାତା ଆମେ ସବୁ ଜାଣିଛେ।ଆପଣଙ୍କର ଗୋଟିଏ ମତ ଦେଶର ଦିଶା/ଦିଗ ତିଆରି କରିବାରେ ସିଦ୍ଧ ହେବ।ତେଣୁ ସବୁ ବନ୍ଧୁ, ମତଦାତାଙ୍କୁ ନିବେଦନ/ଆବେଦନ କରିବି ନିର୍ବାଚନ ଦିନ ନିଜ ସମେତ ନିଜ ପରିବାର ଏବଂ ସାଥିଙ୍କ ସହ ମିଶି ୧୦୦% ମତଦାନ ପାଇଁ ପ୍ରୟାସ କରନ୍ତୁ।ଲୋକତନ୍ତ୍ରର ଏହି ପ୍ରୟୋଗରେ ସମସ୍ତଙ୍କର ଅନ୍ତକରଣରେ ସହଭାଗୀତା ରହୁ।ଆମ ମତଦାନ ଆଧାରରେ ନିର୍ବାଚିତ ସରକାର ଦେଶ ହିତରେ ଶେଷ୍ଠ କାର୍ଯ୍ୟ କରିବ ବୋଲି ଭବିଷ୍ୟତରେ ଆସିବାକୁ ଯାଉଥିବା ସରକାର ଠାରୁ ଅପେକ୍ଷା ଏବଂ ବିଶ୍ୱାସ।”

ଏହା ସହ ନିର୍ବାଚନ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ମଧ୍ୟରେ ହେଉ।ଲୋକତନ୍ତ୍ରରେ ରାଜନୈତିକ ମତ ଭିନ୍ନତା ସ୍ୱାଗତଯୋଗ୍ୟ।କିନ୍ତୁ, ଏହାକୁ ନେଇ ପରସ୍ପର ମଧ୍ୟରେ ବିଦ୍ୱେଷ କିମ୍ବା ସଙ୍ଘର୍ଷ ନ’ହେବା ଉଚିତ ବୋଲି କହିଛନ୍ତି ଭାୟାଯୀ ଯୋଶୀ।//ଦେବଦତ୍ତ

https://twitter.com/odiapuanews/status/1115499361209729024

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.