Home ଜିଲ୍ଲା ପରିକ୍ରମା ନୟାଗଡ଼ରେ ନୂଆ ଏସ୍ ପି ଯୋଗଦେଲେ

ନୟାଗଡ଼ରେ ନୂଆ ଏସ୍ ପି ଯୋଗଦେଲେ

29

ନୟାଗଡ଼, ୨୭ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ରେ ନୂଆ ପୁଲିସ ଅଧୀକ୍ଷକ ଭାବେ ସିଦ୍ଧାର୍ଥ କଟାରିଆ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ନୟାଗଡ଼ରେ ଏସ୍ ପି ଥିବା ପ୍ରତ୍ୟୁଷ ଦିବାକରଙ୍କୁ ପୁଲିସ ମୁଖ୍ୟ କାର୍ଯ୍ୟାଳୟର ଏଆଇଜି ଭାବେ ବଦଳି କରାଯାଇଥିବାବେଳେ ତାଙ୍କ ସ୍ଥାନରେ ତାଳଚେରର ଏସ୍‌ଡିପିଓ ଭାବେ କାର୍ଯ୍ୟ କରୁଥିବା ସିଦ୍ଧାର୍ଥ କଟାରିଆଙ୍କୁ ନୟାଗଡ଼ରେ ଅବସ୍ଥାପିତ କରାଯାଇଥିଲା। ପରୀ ହତ୍ୟା ମାମଲାରେ ପୁଲିସର ବିଫଳତାକୁ ନେଇ ନୟାଗଡ଼ ଏସଡିପିଓଙ୍କୁ ବଦଳି କରାଯାଇଥିବାବେଳେ ନୟାଗଡ଼ ସଦର ଥାନା ଆଇଆଇସିଙ୍କୁ ନିଲମ୍ବନ କରାଯାଇଥିଲା। ତେବେ ଏସ୍‌ପିଙ୍କୁ କାହିଁକି ବଦଳି କରାନଗଲା ବୋଲି ପ୍ରଶ୍ନ ଉଠିଥିଲା। ଯାହାକି ପରବର୍ତ୍ତୀ ସମୟରେ ଏସ୍ ପି ପ୍ରତ୍ୟୁଷ ଦିବାକରଙ୍କୁ ବଦଳି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.