Home ଜିଲ୍ଲା ପରିକ୍ରମା ନୟାଗଡ଼ ନୂତନ ବସଷ୍ଟାଣ୍ଡର ଆଧୁନିକରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ

ନୟାଗଡ଼ ନୂତନ ବସଷ୍ଟାଣ୍ଡର ଆଧୁନିକରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ

127

ନୟାଗଡ଼, ୮ା୪:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)କ ନୟାଗଡ଼ ପୁରୁଣା ସହର ଝୁମ୍ପୁରି ନିକଟରେ ନୂତନ ବସଷ୍ଟାଣ୍ଡର ଆଧୁନିକରଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନା କରାଯିବା ସହ ନୟାଗଡ଼ ସହରର ସବୁ ୱାର୍ଡ଼କୁ ଖୋଲା ଶୌଚମୁକ୍ତ ସହର ଘୋଷଣା କରାଯାଇଛି ଏବଂ ମା’ଦକ୍ଷିଣକାଳୀ ମନ୍ଦିର ଯାତ୍ରୀ ସୁବିଧା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟଅତିଥିଭାବେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ଏହାକୁ ଉଦ୍ଘାଟନ କରିଥିଲେ। ଏଥିରେ ସମ୍ମାନୀତ ଅତିଥିଭାବେ ଡ.ଅରୁଣ କୁମାର ସାହୁ, ସ୍ୱଚ୍ଛଭାରତ ମିଶନ ସହରାଚଂଳ ତଥା ପୌର ପ୍ରଶାସନର ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ, ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ପିଡି ଡିଆରଡିଏ ଅଭୟ କୁମାର ନାୟକ, ଏନଏସି ନିର୍ବାହୀ ଅଧିକାରୀ, ଏନଏସି ଚେୟାରମ୍ୟାନ ଓ ବ୍ଳକ ଚେୟାରମ୍ୟାନ ପ୍ରମୁଖ ଯୋଗଦେଇଥିଲେ। ଏଥିରେ ବାର୍ଦ୍ଧକ୍ୟ ଭତ୍ତା ଏବଂ ଭିନ୍ନକ୍ଷମମାନଙ୍କୁ ଉପକରଣ ବଂଟା ଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.